ETV Bharat / city

ଦିଲ୍ଲୀରୁ ଫେରିଲେ କଂଗ୍ରେସ ବିଧାୟକ, ସୁର କହିଲେ ନିର୍ବାଚନ ଉପରେ ପ୍ରଭାବ ପଡ଼ିବ

author img

By

Published : Sep 7, 2022, 7:50 AM IST

Updated : Sep 7, 2022, 8:59 AM IST

ଦିଲ୍ଲୀରୁ ଫେରିଲେ କଂଗ୍ରେସ ବିଧାୟକ ବିଧାୟକ (Congress MLAs returns from Delhi)। ଦିଲ୍ଲୀରେ ହଲ୍ଲାବୋଲ୍‌ ରାଲିରେ ଯୋଗ ଦେବାକୁ ଯାଇଥିଲେ କଂଗ୍ରେସ ବିଧାୟକ । ଅଧିକ ପଢ଼ନ୍ତୁ

ଦିଲ୍ଲୀରୁ ଫେରିଲେ କଂଗ୍ରେସ ବିଧାୟକ, ସୁର କହିଲେ ନିର୍ବାଚନ ଉପରେ ପ୍ରଭାବ ପଡ଼ିବ
ଦିଲ୍ଲୀରୁ ଫେରିଲେ କଂଗ୍ରେସ ବିଧାୟକ, ସୁର କହିଲେ ନିର୍ବାଚନ ଉପରେ ପ୍ରଭାବ ପଡ଼ିବ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ବିରୋଧରେ ଶକ୍ତି ପଦର୍ଶନ କରି ଦିଲ୍ଲୀରୁ ଫେରିଲେ କଂଗ୍ରେସ ବିଧାୟକ । ଦିଲ୍ଲୀରେ ହଲ୍ଲାବୋଲ୍‌ ରାଲିରେ ଯୋଗ ଦେବାକୁ ଯାଇଥିଲେ କଂଗ୍ରେସ ବିଧାୟକ । ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଦର ବୃଦ୍ଧି ପ୍ରତିବାଦରେ ହଲ୍ଲାବୋଲ୍‌ ରାଲି ଆୟୋଜନ କରିଥିଲା ଜାତୀୟ କଂଗ୍ରେସ(Congress MLAs returns from Delhi) ।

ଦିଲ୍ଲୀରୁ ଫେରିଲେ କଂଗ୍ରେସ ବିଧାୟକ, ସୁର କହିଲେ ନିର୍ବାଚନ ଉପରେ ପ୍ରଭାବ ପଡ଼ିବ

ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ଓ ଦୁର୍ନୀତି ଅଭିଯୋଗରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ଦିଲ୍ଲୀର ଐତିହାସିକ ରାମଲୀଳା ମୈଦାନରେ ଦଳ ପକ୍ଷରୁ ଆୟୋଜିତ ‘‘ମହଙ୍ଗାଇ ପର ହଲ୍ଲାବୋଲ’’ (congress halla bol rally) ବିକ୍ଷୋଭ ସମାବେଶରେ ହଜାର ହଜାର ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀ ଯୋଗ ଦେଇ ବିଜେପି ସରକାର ଉପରେ ବର୍ଷିଥିଲେ । 'ହଲ୍ଲା ବୋଲ' ରାଲିକୁ ଦୃଷ୍ଟିରେ ରଖି ପୋଲିସ ମଧ୍ୟ ବିଶେଷ ସୁରକ୍ଷା ବ୍ୟବସ୍ଥା କରିଥିଲା । କେନ୍ଦ୍ରୀୟ ଦିଲ୍ଲୀରେ ଥିବା ରାମଲୀଳା ମୈଦାନ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିଲା ଦିଲ୍ଲୀ ପୋଲିସ । ରାଲି ସ୍ଥଳରେ ସ୍ଥାନୀୟ ପୋଲିସ ସହିତ ବ୍ୟାପକ ପାରାମିଲିଟାରୀ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।

ଏହାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, " ଦରଦାମ ବିରୋଧରେ ଲୋକ ଏକତ୍ରିତ ହୋଇଥିଲେ । ଓଡ଼ିଶାରୁ ୫ ହଜାର କଂଗ୍ରେସକର୍ମୀ ଏଥିରେ ଯୋଗ ଦେଇଥିଲେ । ଲୋକଙ୍କ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧିକୁ ନେଇ ଅସନ୍ତୋଷ ରହିଛି । ଏହାର ପ୍ରଭାବ ନିର୍ବାଚନ ଉପରେ ପଡ଼ିବ ।"

ଆୟୋଜିତ କାର୍ଯ୍ୟକ୍ରମରେ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ଏହି ସମାବେଶକୁ ସମ୍ବୋଧିତ କରିଛନ୍ତି । ସଭାମଞ୍ଚରୁ ରାହୁଲ ଗାନ୍ଧୀ ବର୍ତ୍ତମାନର ଅନିୟନ୍ତ୍ରିତ ବଜାର ଦର, ଅତ୍ୟାବଶ୍ୟକ ସାମଗ୍ରୀ, ଜାଳେଣି ଗ୍ୟାସ ଓ ପେଟ୍ରୋଲ ପରି ପରିବହନ ଇନ୍ଧନର ଅହେତୁକ ତଥା ଲଗାମଛଡା ଦରଦାମ ବୃଦ୍ଧି ନେଇ କେନ୍ଦ୍ରକୁ ସମାଲୋଚନା କରିଥିଲେ । କଂଗ୍ରେସ ସମୟରେ ଦେଶର ବଜାର ଦରଦାମ ଓ ବର୍ତ୍ତମାନର ବଜାର ଦରରେ ଯେଉଁ ଆକାଶ ଛୁଆଁ ପରିବର୍ତ୍ତନ ଆସିଛି ତାର ଉଦାହରଣ ଦେଇ ମୋଦି ସରକାରଙ୍କୁ ଘେରିଥିଲେ ରାହୁଲ ।

Last Updated :Sep 7, 2022, 8:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.