ETV Bharat / city

ପ୍ରଶାନ୍ତ ଜଗଦେଵଙ୍କୁ ଅନ୍ତରୀଣ ଜାମିନ

author img

By

Published : Apr 22, 2022, 2:09 PM IST

Updated : Apr 22, 2022, 2:24 PM IST

ପ୍ରଶାନ୍ତ ଜଗଦେଵଙ୍କୁ ଅନ୍ତରୀଣ ଜାମିନ
ପ୍ରଶାନ୍ତ ଜଗଦେଵଙ୍କୁ ଅନ୍ତରୀଣ ଜାମିନ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵଙ୍କୁ ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ । ୭ ଦିନ ପାଇଁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ

କଟକ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵଙ୍କୁ ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ । ୭ ଦିନ ପାଇଁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ସ୍ୱାସ୍ଥ୍ୟଗତ କାରଣରୁ ଏହି ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ । ୭ ଦିନ ପରେ ପୁଣି ଅଦାଲତରେ ହାଜର ପାଇଁ ନିର୍ଦ୍ଦେଶ ହୋଇଛି । ତାଙ୍କ ନାମରେ ଲୋକଙ୍କୁ ଗାଡି ଚଢ଼ାଇ ହତ୍ୟା ଉଦ୍ୟମ କରିଥିବାର ଅଭିଯୋଗ ରହିଛି ।

ଏହା ବି ପଢନ୍ତୁ...ଟ୍ରାନଜିଟ ରିମାଣ୍ଡରେ ପ୍ରଶାନ୍ତ ଜଗଦେବ, ଆସିଲେ ପୋଲିସ ଗାଡିରେ ଗଲେ ଆମ୍ବୁଲାନ୍ସରେ

ସୂଚନାଅନୁସାରେ, ବାଣପୁରରେ ସାଧାରଣ ଲୋକଙ୍କୁ ଗାଡି ଚଢାଇବା ଗିରଫ ହୋଇଥିଲେ ବିଧାୟକ ପ୍ରଶାନ୍ତ ଦଗଦେବ । ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପ୍ରକିୟା ଜାରି ରହିଥିବା ବେଳେ ସେଠାରେ ଶହ ଶହ ଲୋକେ ରୁଣ୍ଡ ହୋଇଥିଲେ । ଏହି ସମୟରେ ବିଧାୟକ ବ୍ଲକ ପରିସରକୁ ଗାଡି ନେଇ ଧସେଇ ପଶିଥିଲେ । ଭିଡ଼ ଭିତରେ ସେ ଗାଡି ନେବା ସମୟରେ ଲୋକଙ୍କ ଉପରେ ଗାଡି ଚଢାଇ ଦେଇଥିଲେ । ଭିଡ଼ରେ ଗାଡ଼ି ଚଢାଇଦେବା ପରେ ଘଟଣାସ୍ଥଳରେ 10 ପୋଲିସ କର୍ମଚାରୀଙ୍କ ସହ ଅନ୍ୟ ସାଧାରଣ ଲୋକ ଆହତ ହୋଇଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated :Apr 22, 2022, 2:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.