ETV Bharat / city

ଟ୍ରାନଜିଟ ରିମାଣ୍ଡରେ ପ୍ରଶାନ୍ତ ଜଗଦେବ, ଆସିଲେ ପୋଲିସ ଗାଡିରେ ଗଲେ ଆମ୍ବୁଲାନ୍ସରେ

author img

By

Published : Mar 22, 2022, 8:07 PM IST

Updated : Mar 22, 2022, 9:42 PM IST

ଗିରଫ ହେବା ପରେ ଟ୍ରାନଜିଟ ରିମାଣ୍ଡରେ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ବାଣପୁର ପୋଲିସ ତାଙ୍କୁ ରିମାଣ୍ଡରେ ନେଇଛି । ଅଧିକ ପଢନ୍ତୁ

ଟ୍ରାନଜିଟ ରିମାଣ୍ଡରେ ପ୍ରଶାନ୍ତ ଜଗଦେବ୍, ଆସିଲେ ପୋଲିସ ଗାଡିରେ ଗଲେ ଆମ୍ବୁଲାନ୍ସରେ
ଟ୍ରାନଜିଟ ରିମାଣ୍ଡରେ ପ୍ରଶାନ୍ତ ଜଗଦେବ୍, ଆସିଲେ ପୋଲିସ ଗାଡିରେ ଗଲେ ଆମ୍ବୁଲାନ୍ସରେ

ଭୁବନେଶ୍ବର: ଚିଲିକା ବିଧାୟକ ଭୁବନେଶ୍ବର SDJM କୋର୍ଟରେ‌ ହାଜର ପରେ ବାଣପୁର ଯାଇଛନ୍ତି । ତାଙ୍କୁ ଟ୍ରାନଜିଟ ରିମାଣ୍ଡରେ ନେଇଛି ବାଣପୁର ଥାନା ପୋଲିସ । ହେଲେ କୋର୍ଟରେ ହାଜର‌ ପରେ ବିଧାୟକ ସ୍ବାସ୍ଥ୍ୟବସ୍ଥା ଭଲ ନ ଦର୍ଶାଇ ଆମ୍ବୁଲାନ୍ସରେ ଯିବାକୁ ଅନୁମତି ମାଗିଥିଲେ । ଯାହାକୁ ନେଇ ବିଧାୟକଙ୍କ ପାଇଁ AC ଆମ୍ବୁଲାନସର ବ୍ୟବସ୍ଥା କରିଥିଲା ପୋଲିସ । ପରେ ବାଣପୁର ପୋଲିସ ତାଙ୍କୁ ଟ୍ରାନଜିଟ ରିମାଣ୍ଡରେ ଆମ୍ବୁଲାନ୍ସରେ ନେଇଛି ।

ଟ୍ରାନଜିଟ ରିମାଣ୍ଡରେ ପ୍ରଶାନ୍ତ ଜଗଦେବ୍, ଆସିଲେ ପୋଲିସ ଗାଡିରେ ଗଲେ ଆମ୍ବୁଲାନ୍ସରେ

ଏହା ପରେ ସେ ଖୋର୍ଦ୍ଧା କୋର୍ଟରେ ହାଜର ହେବେ । ବିଧାୟକ ପ୍ରଶାନ୍ତ ଥାନା ପରିସରର 30 କିଲୋମିଟରରୁ ଅଧିକ ଦୂରତାରୁ ଗିରଫ ହୋଇଥିବାରୁ ବାଣପୁର କୋର୍ଟର ଅନୁମତିରେ ତାଙ୍କୁ ଟ୍ରାନଜିଟ ରିମାଣ୍ଡରେ ନିଆଯିବ । ବାଣପୁର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ବିଧାୟକଙ୍କୁ ଭୁବନେଶ୍ବରରୁ ଗିରଫ କରାଯାଇଥିବାରୁ ପୋଲିସ ତାଙ୍କୁ ଟ୍ରାନଜିଟ ରିମାଣ୍ଡରେ ନେଇଛି । ଏନେଇ ପରେ ତାଙ୍କୁ ଖୋର୍ଦ୍ଧା କୋର୍ଟରେ ହାଜର କରାଯିବ।

ଟ୍ରାନଜିଟ ରିମାଣ୍ଡରେ ପ୍ରଶାନ୍ତ ଜଗଦେବ, ଆସିଲେ ପୋଲିସ ଗାଡିରେ ଗଲେ ଆମ୍ବୁଲାନ୍ସରେ

ଏହା ବି ପଢନ୍ତୁ- Banapur Violence: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗିରଫ, ଭୁବନେଶ୍ୱର SDJM କୋର୍ଟରେ‌ ହେଲେ ହାଜର

ତେବେ ସୂଚନା ଥାଉ କି ବିଧାୟକ ପ୍ରଶାନ୍ତଙ୍କୁ ବାଣପୁରରେ ଭିଡ଼ ଉପରେ ଗାଡ଼ି ଚଢାଇବା ଘଟଣାରେ ଗିରଫ କରାଯାଇଛି । ସେ ଗତ ମାର୍ଚ୍ଚ ୧୨ ତାରିଖରେ ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପ୍ରକିୟା ଜାରି ରହିଥିବା ବେଳେ ଭିଡ଼ ଉପରେ ଗାଡ଼ି ଚଢାଇଥିଲେ । ଘଟଣାସ୍ଥଳରେ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ । ଘଟଣାରେ ୧୦ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଅନେକ ଲୋକ ମଧ୍ୟ ଆହତ ହୋଇଥିଲେ ।

ଏହା ବି ପଢନ୍ତୁ- ଖୋର୍ଦ୍ଧାରେ ଖେରୀ ପୁନରାବୃତ୍ତି, ଭିଡ ଉପରେ ଗାଡି ମଡାଇଦେଲେ ଚିଲିକା ବିଧାୟକ

ଏହାପରେ ଉତ୍ତ୍ୟକ୍ତ ଜନତା ତାଙ୍କୁ ମାଡ଼ ମାରି ଲହୁଲୁହାଣ କରିଦେଇଥିଲେ । ଏହାପରେ ପୋଲିସ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ତେବେ ଆଜି(ମଙ୍ଗଳବାର) ସେ ସମ୍‌ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରିଛି ବାଣପୁର ପୋଲିସ । ଗିରଫ ପରେ ତାଙ୍କୁ ଭୁବନେଶ୍ବର SDJM କୋର୍ଟରେ‌ ପୋଲିସ ହାଜର କରିଥିଲା ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Mar 22, 2022, 9:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.