ETV Bharat / city

Banapur Violence: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗିରଫ, ଭୁବନେଶ୍ୱର SDJM କୋର୍ଟରେ‌ ହେଲେ ହାଜର

author img

By

Published : Mar 22, 2022, 4:25 PM IST

Updated : Mar 22, 2022, 5:13 PM IST

Banapur Violence: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗିରଫ
Banapur Violence: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗିରଫ

ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁରରେ ସାଧାରଣ ଲୋକଙ୍କୁ ଗାଡି ଚଢାଇବା ଘଟଣା । ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ପରେ ଭୁବନେଶ୍ୱର SDJM କୋର୍ଟରେ‌ ହେଲେ ହାଜର । ଅଧିକ ପଢନ୍ତୁ

ଭୁବନେଶ୍ବର: ବାଣପୁରରେ ସାଧାରଣ ଲୋକଙ୍କୁ ଗାଡି ଚଢାଇବା ଘଟଣା । ଆତଙ୍କ ସୃଷ୍ଟି କରିଥିବା ଚିଲିକା ବିଧାୟକଙ୍କୁ ଗିରଫ କରିଛି ବାଣପୁର ପୋଲିସ । ତାଙ୍କୁ ଭୁବନେଶ୍ବର SDJM କୋର୍ଟରେ‌ ପୋଲିସ ହାଜର କରିଥିବା ସୂଚନା ମିଳିଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରୁ ଚିକିତ୍ସିତ ହେବା ପରେ ତାଙ୍କୁ ପୋଲିସ କୋର୍ଟରେ ହାଜର କରିଛି । ବିଧାୟକଙ୍କୁ ପୋଲିସ ଟ୍ରାଞ୍ଜିଟ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି ।

Banapur Violence: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗିରଫ, ଭୁବନେଶ୍ୱର SDJM କୋର୍ଟରେ‌ ହେଲେ ହାଜର

ଏହା ବି ପଢନ୍ତୁ- ପ୍ରଶାନ୍ତ ଜଗଦେବଙ୍କ ନାଁରେ NSA ଲଗାଯାଉ: କଂଗ୍ରେସ

ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପ୍ରକିୟା ଜାରି ରହିଥିବା ବେଳେ ସେଠାରେ ଶହ ଶହ ଲୋକେ ରୁଣ୍ଡ ହୋଇଥିଲେ । ଏହି ସମୟରେ ବିଧାୟକ ବ୍ଲକ ପରିସରକୁ ଗାଡି ନେଇ ଧସେଇ ପଶିଥିଲେ । ଭିଡ଼ ଭିତରେ ସେ ଗାଡି ନେବା ସମୟରେ ଲୋକଙ୍କ ଉପରେ ଗାଡି ଚଢାଇ ଦେଇଥିଲେ । ଭିଡ଼ ଉପରେ ଗାଡ଼ି ଚଢାଇଦେବା ପରେ ଘଟଣାସ୍ଥଳରେ 10 ପୋଲିସ କର୍ମଚାରୀଙ୍କ ସହ ଅନ୍ୟ ସାଧାରଣ ଲୋକ ଆହତ ହୋଇଥିବା ଖୋର୍ଦ୍ଧା ଏସପି ସୂଚନା ଦେଇଥିଲେ ।

Banapur Violence: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗିରଫ, ଭୁବନେଶ୍ୱର SDJM କୋର୍ଟରେ‌ ହେଲେ ହାଜର
Banapur Violence: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗିରଫ, ଭୁବନେଶ୍ୱର SDJM କୋର୍ଟରେ‌ ହେଲେ ହାଜର

ଏହା ବି ପଢନ୍ତୁ- Banapur Violence: ଡ୍ରାଇଭିଂ କରୁଥିଲେ ଖୋଦ ବାହୁବଳୀ ବିଧାୟକ, ପଥର ମାଡରେ ଗୁଣ୍ଡ ହୋଇଗଲା ରେଞ୍ଜ ରୋଭର

  • ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରୁ ବାହାରିବା ପରେ ଗିରଫ ହେଲେ ପ୍ରଶାନ୍ତ
  • ବାଣପୁର ବ୍ଲକ କାର୍ଯ୍ୟାଳୟ ଆଗରେ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇଥିଲେ ପ୍ରଶାନ୍ତ
  • ଆଜି ପ୍ରଶାନ୍ତଙ୍କୁ କୋର୍ଟରେ ହାଜର କରିଛି ପୋଲିସ
Banapur Violence: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗିରଫ, ଭୁବନେଶ୍ୱର SDJM କୋର୍ଟରେ‌ ହେଲେ ହାଜର
Banapur Violence: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗିରଫ, ଭୁବନେଶ୍ୱର SDJM କୋର୍ଟରେ‌ ହେଲେ ହାଜର

ଏହା ବି ପଢନ୍ତୁ- ଖୋର୍ଦ୍ଧାରେ ଖେରୀ ପୁନରାବୃତ୍ତି, ଭିଡ ଉପରେ ଗାଡି ମଡାଇଦେଲେ ଚିଲିକା ବିଧାୟକ

Banapur Violence: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗିରଫ, ଭୁବନେଶ୍ୱର SDJM କୋର୍ଟରେ‌ ହେଲେ ହାଜର
Banapur Violence: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗିରଫ, ଭୁବନେଶ୍ୱର SDJM କୋର୍ଟରେ‌ ହେଲେ ହାଜର

ଏହି ଘଟଣା ଉତ୍ତରପ୍ରଦେଶ ଲଖୀମପୁର ଖେରୀ ଘଟଣାର ପୁନରାବୃତ୍ତି ବୋଲି କୁହାଯାଇଥିଲା । ଘଟଣାକୁ ଅନେକ ରାଜନେତାଙ୍କଠୁ ଆରମ୍ଭ କରି ବୁଦ୍ଧିଜୀବୀ ନିନ୍ଦା କରିଥିବା ବେଳେ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ । ସେପଟେ ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି ପାଇଁ NSA (National Security Act) ଲାଗୁ କରାଯାଉ ବୋଲି କଂଗ୍ରେସ ଦାବି କରିଥିଲା । ଏହି ଘଟଣା ଓଡ଼ିଶା ରାଜନୈତିକ ଇତିହାସରେ କଳଙ୍କିତ ଦିନ ଥିଲା ବୋଲି କହିଥିଲା କଂଗ୍ରେସ ଦଳ । ଏପଟେ ପ୍ରେସମିଟ୍ କରି ବିଜେଡି କହିଥିଲା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated :Mar 22, 2022, 5:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.