Banapur Violence: ଡ୍ରାଇଭିଂ କରୁଥିଲେ ଖୋଦ ବାହୁବଳୀ ବିଧାୟକ, ପଥର ମାଡରେ ଗୁଣ୍ଡ ହୋଇଗଲା ରେଞ୍ଜ ରୋଭର

By

Published : Mar 12, 2022, 4:13 PM IST

Updated : Feb 3, 2023, 8:19 PM IST

thumbnail

ଖୋର୍ଦ୍ଧା: ବାଣପୁରରେ ବିଧାୟକଙ୍କ ଗାଡି ଚଢ଼ିବା ଘଟଣା । ଏହି ଘଟଣା ଉତ୍ତରପ୍ରଦେଶ ଲଖୀମପୁର ଖେରୀର ପୁନରାବୃତ୍ତି ବୋଲି କୁହାଯାଇଛି । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଭିଡ଼ ଉପରେ ଗାଡି ଚଢାଇ ଦେଇଥିବା ଦେଖିବାକୁ ମିଳିଛି । ଘଟଣାରେ ୧୦ ଜଣ ପୋଲିସ କର୍ମଚାରୀଙ୍କ ସମେତ ୬ରୁ ଅଧିକ ସାଧାରଣ ଲୋକ ଓ ଜଣେ ସାମ୍ବାଦିକ ଆହତ ହୋଇଛନ୍ତି । ବିଧାୟକ ଖୋଦ୍‌ ଡ୍ରାଇଭିଂ କରି ଭିଡ଼ ଉପରେ ଗାଡ଼ି ମଡ଼ାଇଛନ୍ତି ବୋଲି କହିଛନ୍ତି ଜଣେ ପ୍ରତ୍ୟକ୍ଷଦର୍ଶୀ । ତେବେ ଏହି ବର୍ବରୋଚିତ କାଣ୍ଡ କିପରି ଥିଲା ସେ ସମ୍ପର୍କରେ ପ୍ରତ୍ୟକ୍ଷଦର୍ଶୀଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ଖୋର୍ଦ୍ଧା ସମ୍ବାଦଦାତା ଗୋବିନ୍ଦ ଚନ୍ଦ୍ର ପଣ୍ଡା ।

Last Updated : Feb 3, 2023, 8:19 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.