ETV Bharat / city

କୋର୍ଟରେ ଜେରା ପାଇଁ ଆସିଲେନି ଅଭିନେତ୍ରୀ ବର୍ଷା

author img

By

Published : Aug 11, 2022, 4:24 PM IST

ବର୍ଷା ଅନୁଭବ ବିବାଦ, ଜେରା ସମୟରେ ଅନୁପସ୍ଥିତ ରହିଲେ ବର୍ଷା
ବର୍ଷା ଅନୁଭବ ବିବାଦ, ଜେରା ସମୟରେ ଅନୁପସ୍ଥିତ ରହିଲେ ବର୍ଷା

ଷ୍ଟାର ଦମ୍ପତ୍ତି ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ । ଜେରା ସମୟରେ ଅନୁପସ୍ଥିତ ରହିଲେ ଅଭିନେତ୍ରୀ ବର୍ଷା । ଅଧିକ ପଢନ୍ତୁ

କଟକ: ଷ୍ଟାର ଦମ୍ପତ୍ତି ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲା (Varsha Anubhav Marital Discord) । କୋର୍ଟରେ ହାଜର ହେଲେ ନାହିଁ ବର୍ଷା । ଆଜି ବର୍ଷାଙ୍କୁ ଜେରା କରିବାକୁ ନିର୍ଦ୍ଦେଶ ଥିଲା । ମାତ୍ର ଜେରା ସମୟରେ କୋର୍ଟରେ ହାଜର ହୋଇନଥିଲେ ଅଭିନେତ୍ରୀ ବର୍ଷା ।

ବର୍ଷାଙ୍କ ପକ୍ଷରୁ ତାଙ୍କ ଓକିଲ ହାଜର ହୋଇଥିଲେ । ଅଗଷ୍ଟ ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ଅନୁଭବଙ୍କ ସହ ଏକାଠି ରହିବା ପାଇଁ ମାମଲା ଦାଏର କରିଛନ୍ତି ବର୍ଷା । କଟକ ପରିବାର ଅଦାଲତରେ ମାମଲା ଦାଏର କରିଛନ୍ତି ବର୍ଷା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.