ETV Bharat / city

ବର୍ଷା-ଅନୁଭବ ବିବାଦ: ମୌନ ଭାଙ୍ଗିଲେ ବର୍ଷା, ଟ୍ବିଟରରେ ରଖିଲେ ଜବାବ

author img

By

Published : May 23, 2022, 9:36 PM IST

ବର୍ଷା ଅନୁଭବ ବିବାଦ: ମୌନ ଭାଙ୍ଗିଲେ ବର୍ଷା, ଟ୍ବିଟରରେ ରଖିଲେ ଜବାବ
ବର୍ଷା ଅନୁଭବ ବିବାଦ: ମୌନ ଭାଙ୍ଗିଲେ ବର୍ଷା, ଟ୍ବିଟରରେ ରଖିଲେ ଜବାବ

ମୌନ ଭଙ୍ଗ କରି ବର୍ଷିଲେ ବର୍ଷା । ସାମନାକୁ ନ ଆସି ମଧ୍ୟ ସୋସିଆଲ ମିଡ଼ିଆ ମାଧ୍ୟମରେ ରଖିଲେ ନିଜ ପକ୍ଷ । ୬ ବର୍ଷର ବୈବାହିକ ଜୀବନ ପରେ ଜଣେ ସ୍ତ୍ରୀକୁ ତା' ସ୍ବାମୀ କିପରି ସ୍ପର୍ଶ କରିପାରିବ ନାହିଁ ବୋଲି ପ୍ରଶ୍ନ କରିବା ସହ ଅନୁଭବଙ୍କ ସମର୍ଥକଙ୍କୁ ମଧ୍ୟ ମାରିଲେ ତେରଚ୍ଛା ବାଣ । ଅଧିକ ପଢନ୍ତୁ

ଭୁବନେଶ୍ବର: ଅନୁଭବଙ୍କ ବ୍ୟାକ୍‌ ଟୁ ବ୍ୟାକ୍‌ ଭିଡ଼ିଓ ପରେ ମୁହଁ ଖୋଲିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ସ୍ବାମୀଙ୍କୁ କାଉଣ୍ଟର କରି ପଚାରିଲେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ । ଥାନାରେ ଏତଲା ଦେଲା ପରେ ଏବେ ସାମାଜିକ ଗଣମାଧ୍ୟମରେ ରଖିଲେ ନିଜ ପକ୍ଷ । ଫ୍ୟାନକ୍ଲବ ମାଧ୍ୟମରେ ସ୍ବାମୀଙ୍କ ଉପରେ ବର୍ଷିଛନ୍ତି ପତ୍ନୀ ବର୍ଷା । ଏହାସହ ଅନୁଭବଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ମଧ୍ୟ ମାରିଛନ୍ତି ତେରଚ୍ଛା ପ୍ରଶ୍ନ ବାଣ । ଫଳରେ ନିଜ ବୈବାହିକ ଜୀବନକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି ଏହି ଦମ୍ପତି ।

  • ଭଲପାଇକି 6 ବର୍ଷର ବାହାଘର ପରେ 6 ବର୍ଷର ବୈବାହିକ ସଂପର୍କରେ ରହିଲା ପରେ ବି ସ୍ତ୍ରୀ-ସ୍ବମୀକୁ ଛୁଇଁବାକୁ ବି ଦେଲାନି ?? ଏହା କେତେ ବିଶ୍ବାସଯୋଗ୍ୟ?? କେତେ ଗ୍ରହଣୀୟ ??
    ଯେଉଁ ଭାଇ-ଭଉଣୀ ମାନ୍ୟବରଙ୍କୁ ସମର୍ଥନ କରୁଛନ୍ତି ସେମାନେ ଥରେ ଭାବି ଦେଖନ୍ତୁ ଏଇଟା ପ୍ରାକଟିକାଲି ପସିବଲ କି, pic.twitter.com/w3Qu31uhqq

    — Varsha Priyadarshini Fans Love (@ForeverVarsha) May 23, 2022 " class="align-text-top noRightClick twitterSection" data=" ">

ସାଂସଦ ଅନୁଭବ ନିଜ ୟୁଟ୍ୟୁବ ଚ୍ୟାନେଲରେ 'UNTOLD TRUTH' ନାମରେ ୨ଟି ଭିଡିଓ ସେୟାର କରିଥିଲେ । ଏହି ଭିଡ଼ିଓରେ ସେ ବର୍ଷାଙ୍କୁ ଭଲ ପାଇବାଠୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଯାହା ସବୁ ଘଟିଛି ତାହା ନିଜ ଫ୍ୟାନ୍ସ ଓ ରାଜ୍ୟବାସୀଙ୍କୁ ଜଣାଇଥିଲେ । ବର୍ଷାଙ୍କୁ ବିବାହ କରି ତାଙ୍କ ଜୀବନ ଅନ୍ଧକାର ହୋଇଯିବା ସହିତ ହାତ ଯୋଡ଼ି ବର୍ଷା ତାଙ୍କୁ ଛାଡ଼ି ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ । ପ୍ରଥମ ଭିଡ଼ିଓରେ କିଛି ଲୋକ ଅନୁଭବଙ୍କୁ ବିରୋଧ କରିଥିବା ବେଳେ ଦ୍ବିତୀୟ ଭିଡ଼ିଓରେ ମଧ୍ୟ ଅଧିକାଂଶ ତାଙ୍କ ସମର୍ଥନରେ ବାହାରିଥିଲେ ।

ଅନୁଭବଙ୍କ ଦ୍ବିତୀୟ ଭିଡିଓ ସେୟାର ହେବା ପରେ ନିଜ ମଉନ ଭାଙ୍ଗିଛନ୍ତି ବର୍ଷା । ପ୍ରଥମେ କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ୬ ପୃଷ୍ଠାର ଏତଲା ଦେବା ପରେ ସାମନାକୁ ନ ଆସି ଫ୍ୟାନକ୍ଲବ ମାଧ୍ୟମରେ ନିଜ ପକ୍ଷ ରଖିଛନ୍ତି । ବର୍ଷା କହିଛନ୍ତି ଯେ, "ଭଲପାଇକି ୬ ବର୍ଷର ବାହାଘର ପରେ ୬ ବର୍ଷର ବୈବାହିକ ସଂପର୍କରେ ରହିଲା ପରେ ବି ସ୍ତ୍ରୀ-ସ୍ବାମୀକୁ ଛୁଇଁବାକୁ ବି ଦେଲାନି ? ଏହା କେତେ ବିଶ୍ବାସଯୋଗ୍ୟ? କେତେ ଗ୍ରହଣୀୟ ? ଯେଉଁ ଭାଇ-ଭଉଣୀ ମାନ୍ୟବରଙ୍କୁ ସମର୍ଥନ କରୁଛନ୍ତି ସେମାନେ ଥରେ ଭାବି ଦେଖନ୍ତୁ ଏଇଟା ପ୍ରାକଟିକାଲି ପସିବଲ କି ?"

ବର୍ଷା ଆହୁରି କହିଛନ୍ତି ଯେ, " ଏକ ତରଫା କଥା ଶୁଣି, ତାକୁ ବିଶ୍ବାସ କରି ଆମେ ମନ୍ତବ୍ୟ ଦେବା କଣ ଠିକ୍ ? ସ୍ତ୍ରୀ ତରଫରୁ କିଛି କଥା ନ ଶୁଣି , କୌଣସି ସତ୍ୟତା ନ ଜାଣି ଆମେ ମନ୍ତବ୍ୟ ଦେବା କେତେ ଦୂର ଗ୍ରହଣୀୟ ?" ଏହାସହିତ ସାମାଜିକ ଗଣମାଧ୍ୟମରେ ନ କହି ନିଜ ପତ୍ନୀଙ୍କ ସହିତ ବ୍ୟକ୍ତିଗତ ମାଧ୍ୟମରେ ଆଲୋଚନା କରିବା ଆବଶ୍ୟକ ରହିଥିଲା ବୋଲି କହିଛନ୍ତି ବର୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.