ETV Bharat / city

ଠେଲା ଗାଡିକୁ ଧକ୍କା ଦେଇ ଘୋଷାଡି ନେଲା କାର: ଚାଲିଗଲା କଦଳୀ ବିକାଳିଙ୍କ ଜୀବନ, ଜଣେ ଗୁରୁତର

author img

By

Published : Oct 9, 2022, 11:33 AM IST

Updated : Oct 9, 2022, 12:14 PM IST

ଠେଲା ଗାଡ଼ିକୁ ଘୋଷାଡ଼ି ନେଲା କାର । ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ

sever road accident in bhubaneswar
ଠେଲାଗାଡ଼ିକୁ ଧକ୍କା ଦେଲା କାର, ଜଣେ ମୃତ ଓ ଜଣେ ଆହତ

ଭୁବନେଶ୍ବର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଠେଲା ଗାଡ଼ିକୁ ଧକ୍କା ଦେଲା କାର । ଏହି ଦୁର୍ଘଟଣାରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ଭଜମନ ରାଉତ।

ଠେଲା ଗାଡିକୁ ଧକ୍କା ଦେଇ ଘୋଷାଡି ନେଲା କାର

ସୂଚନା ଅନୁଯାୟୀ, ମୃତ ଭଜମନ ରାଉତ ଏବଂ ତାଙ୍କ ବନ୍ଧୁ କୁଳମଣି ରାଉତ ଉଭୟେ ବୁଦ୍ଧନଗରରେ ରହୁଥିଲେ । ସକାଳ ସମୟରେ କଦଳୀ ବ୍ୟବସାୟ ପାଇଁ ଠେଲାରେ ନେଇ ମାର୍କେଟକୁ ବିକିବାକୁ ଯାଉଥିଲେ, ହେଲେ ଦଇବ ଦାଉ ସାଜିଲା । ରାଜମହଲ ପଟୁ ଦୃତ ଗତିରେ ଆସୁଥିବା ଏକ କାରଟି କଳ୍ପନା ଛକ ତାରିଣୀ ବସ୍ତ୍ରାଳୟ ସାମ୍ନାରେ ଠେଲାକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୋକାନୀଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତ: କଟକରେ ଲଜ୍ଜା, ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଜଣେ ଗିରଫ

ଏନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି । ଉତ୍ୟକ୍ତ ଲୋକେ କାରକୁ ଅଟକାଇ ପୋଲିସ ଜିମା ଦେଇଥିଲେ । ଦୁର୍ଘଟଣା ଘଟାଇଥିବା କାର ଜବତ କରି ପୋଲିସ ଥାନାକୁ ନେଇଛି।

ଇଟିଭି ଭାରତ, ଭୁବନେଶ୍ବର

Last Updated :Oct 9, 2022, 12:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.