ETV Bharat / city

କଟକରେ ଲଜ୍ଜା, ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଜଣେ ଗିରଫ

author img

By

Published : Oct 8, 2022, 9:22 PM IST

କଟକ ମର୍କତ ନଗର ଥାନା ଅଞ୍ଚଳରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ । ଜଣେ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

କଟକରେ ଲଜ୍ଜା, ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗରେ ଜଣେ ଗିରଫ
କଟକରେ ଲଜ୍ଜା, ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗରେ ଜଣେ ଗିରଫ

କଟକ: ପୁଣି ସାମ୍ନାକୁ ଆସିଲା ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଘଟଣା। କଟକ ମର୍କତ ନଗର ଥାନା ଅଞ୍ଚଳର ଏକ ବସ୍ତିରେ ଘଟିଛି ଏହି ନିନ୍ଦନୀୟ ଘଟଣା । ଏନେଇ ଥାନାରେ ଅଭିଯୋଗ ପରେ ପୋକସୋ ଆକ୍ଟ ଅନୁଯାୟୀ ପୋଲିସ ଏକ ମାମଲା ରୁଜୁ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏଥି ସହ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି ।

କଟକରେ ଲଜ୍ଜା, ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗରେ ଜଣେ ଗିରଫ

ଏନେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି ଯେ, ମର୍କତ ନଗର ଥାନା ଅଞ୍ଚଳରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଥାନାରେ ଏକ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ । ନିକଟ ଅତୀତରେ ସିଡ଼ିଏ ଫେଜ ଟୁ ଥାନା ଅଞ୍ଚଳରେ ମଧ୍ୟ ଏହିପରି ଘଟଣା ସାମ୍ନାକୁ ଆସିଥିଲା । ଏକାଧିକ ନାବାଳିକା ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଭାବକ ମାନେ ସତର୍କ ରହିବା ସହ ନିଜ ପିଲାଙ୍କ ଉପରେ ନଜର ରଖିବା ଜରୁରୀ ବୋଲି କଟକ ଡିସିପି କହିଛନ୍ତି । ନିଜ ସମ୍ପର୍କୀୟ ତଥା ପାଖ ପଡୋଶୀ ଏହିପରି ଘଟଣା ଗୁଡିକରେ ଅଭିଯୁକ୍ତ ଭାବରେ ସାମ୍ନାକୁ ଆସୁଛନ୍ତି ଯାହା ଚିନ୍ତାର ବିଷୟ ବୋଲି କହିଛନ୍ତି ଡିସିପି ପିନାକ ମିଶ୍ର ।

ଏହା ମଧ୍ୟ ପଢନ୍ତୁ-ଶ୍ରୀମନ୍ଦିର ଭିତରେ ନାବଳକକୁ ଯୌନ ନିର୍ଯାତନା ଅଭିଯୋଗ, ଗିରଫ ହେଲେ ଯାତ୍ରୀ ଗୁମାସ୍ତା

ଶୁକ୍ରବାର ଶ୍ରୀକ୍ଷେତ୍ରରେ ଏପରି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଥିଲା । ପୁଣ୍ୟଭୂମୀ ଶ୍ରୀମନ୍ଦିର ପରିସରରେଜଣେ ୧୩ ବର୍ଷର ନାବାଳକକୁ ମନ୍ଦିର ଭିତରେ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ ଯାତ୍ରୀ ଗୁମାସ୍ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଅମାନବୀୟ କାଣ୍ଡ ଭିଆଇ ଥିବା ଯାତ୍ରୀ ଗୁମାସ୍ତା ହେଲେ ହରଚଣ୍ଡି ସାହିର ସୁଦର୍ଶନ ମିଶ୍ର । ଏହି ଅଭିଯୁକ୍ତ ଯାତ୍ରୀ ଗୁମାସ୍ତା ଜଣକ ହେଲେ ହରଚଣ୍ଡି ସାହିର ସୁଦର୍ଶନ ମିଶ୍ର । ଅଭିଯୁକ୍ତ ଜଣକ ଉକ୍ତ ନାବାଳକକୁ ବାରମ୍ବାର ଯୌନ ନିର୍ଯାତନା ଦେଉଥିଲେ । ଗତ 4 ତାରିଖ ଦିନ ୧ଟା ସମୟରେ ଅଭିଯୁକ୍ତ ସୁଦର୍ଶନ ଉକ୍ତ ନାବାଳକକୁ ଯୌନ ନିର୍ଯ୍ୟତନା ଦେବା ପାଇଁ ଉଦ୍ୟମ କରୁଥିବା ବେଳେ କୌଶଳ କ୍ରମେ ଉକ୍ତ ନାବାଳକଟି ଖସି ଆସିଥିଲା । ପରେ ଏ ନେଇ ସିଂହଦ୍ଵାର ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ଯୌନ ନିର୍ଯାତନା ଦେଇ ଥିବା ପ୍ରମାଣ ମିଳିବା ପରେ ପୋଲିସ ଅଭିଯୁକ୍ତ ସୁଦର୍ଶନ ମିଶ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଇଥିଲା । ତେବେ ଶ୍ରୀମନ୍ଦିର ଭିତରେ ନାବାଳକକୁ ଯୌନ ନିର୍ଯାତନା ଘଟଣା ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.