ETV Bharat / city

Night Curfew In Odisha: ହୁସିଆର ବାହାରେ ବୁଲିଲେ ଅଟକାଇବ ଖାକି, ଟ୍ବିନସିଟି ଜଗିବେ 25 ପ୍ଲାଟୁନ ଫୋର୍ସ

author img

By

Published : Jan 7, 2022, 4:19 PM IST

Updated : Jan 7, 2022, 7:02 PM IST

ଆଜି(ଶୁକ୍ରବାର)ଠୁ ରାଜ୍ୟରେ କଡ଼ାକଡ଼ି ଭାବେ ଲାଗୁ ହେବାକୁ ଯାଉଛି ନାଇଟ କର୍ଫ୍ୟୁ । ଅଧିକ ପଢନ୍ତୁ

Night Curfew in Odisha: ଆଜିଠୁ ଆରମ୍ଭ, ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ
Night Curfew in Odisha: ଆଜିଠୁ ଆରମ୍ଭ, ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି । ଏହି କର୍ଫ୍ୟୁ ଆଜି (ଶୁକ୍ରବାର)ଠୁ ଲାଗୁ ହେବାକୁ ଥିବା ବେଳେ ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି ।

Night Curfew In Odisha: ଆଜିଠୁ ଆରମ୍ଭ, ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ

ଟ୍ବିନସିଟିରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦୦ରୁ ଊର୍ଦ୍ଧ୍ବ ଅଫିସର ଓ ୫୪ଟି ସ୍ଥାନରେ ଚେକିଂ କରାଯିବ। ଏଥିସହ କେବଳ ନାଇଟ କର୍ଫ୍ୟୁ ନୁହେଁ ଦିନରେ ଗହଳି ସ୍ଥାନ, ବଜାର ଓ ମଲ ମାନଙ୍କରେ ମଧ୍ୟ ପୋଲିସର ନଜର‌ ରହିବ। ମାସ୍କ ସୋସିଆଲ ଡିଷ୍ଟାନ୍ସିଂ ଜୋରଦାର ଚେକିଂ କରାଯିବ। ଏନେଇ ଦିନ‌ରେ କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ନିୟମର ଉଲ୍ଲଙ୍ଘନ କଲେ ୭ଦିନ ବନ୍ଦ ପାଇଁ ନିୟମ ରହିଛି ।

ହୁସିଆର ବାହାରେ ବୁଲିଲେ ଅଟକାଇବ ଖାକି, ଟ୍ବିନସିଟି ଜଗିବେ 25 ପ୍ଲାଟୁନ ଫୋର୍ସ

ସବୁ ସହରାଞ୍ଚଳରେ ରାତି ୯ଟା ଠାରୁ ଦୋକାନ ବଜାର ବନ୍ଦ ରହିବ । ବର୍ତ୍ତମାନର କୋରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଏହି ଗାଇଡଲାଇନ ଜାରି କରିଛନ୍ତି । ଏହାକୁ ନେଇ BMC ପ୍ରସ୍ତୁତ ଥିବା ବେଳେ ସ୍ବତନ୍ତ୍ର ଦଳ ୨୪ ଘଣ୍ଟା ସଜାଗ ରହିଛନ୍ତି । ତେଣୁ ସହରବାସୀ ସରକାର ଓ SRCଙ୍କ ଗାଇଡଲାଇନଙ୍କୁ ମାନନ୍ତୁ । ଏହି ଗାଇଡ଼ଲାଇନ ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ।

ଏହା ବି ପଢନ୍ତୁ: Omicron Scare: ବିଦେଶ ଫେରନ୍ତାଙ୍କୁ ୭ଦିନ ହୋମ କ୍ବାରେଣ୍ଟାଇନ ବାଧ୍ୟତାମୂଳକ

ଏଥିପାଇଁ ସେଣ୍ଟ୍ରାଲ ସ୍କ୍ବାଡ଼ ସହ ବିଏମସିର ଜୋନାଲ ଅଧିକାରୀ ମାନେ ପ୍ରସ୍ତୁତ ହୋଇ ରହିଛନ୍ତି । ଏହାସହ ରେଲୱେ ଷ୍ଟେସନ ଛକ ବଜାରର ଗହଳି ଉପରେ ମଧ୍ୟ ନଜର ରଖିବ ବିଏମସି । ତେବେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ନାଇଟ କର୍ଫ୍ୟୁ ରାତି ୯ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ରହିବ । ଯାହା ୩୧ ଡିସେମ୍ବର ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ ଓ ତାପସ ପରିଡା, ଇଟିଭି ଭାରତ

Last Updated :Jan 7, 2022, 7:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.