ETV Bharat / bharat

Omicron Scare: ବିଦେଶ ଫେରନ୍ତାଙ୍କୁ ୭ଦିନ ହୋମ କ୍ବାରେଣ୍ଟାଇନ ବାଧ୍ୟତାମୂଳକ

author img

By

Published : Jan 7, 2022, 5:26 PM IST

ଦେଶରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ପଜିଟିଭ ସଂଖ୍ୟା । ଏହାକୁ ନଜରରେ ରଖି ବିଦେଶ ଫେରନ୍ତାଙ୍କୁ ୭ ଦିନ ବାଧ୍ୟତାମୂଳକ ହୋମ କ୍ବାରେଣ୍ଟାଇନରେ (7 days home quarantine Compulsory for foreign returns) ରହିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ସରକାର । ଏହା ଜାନୁୟାରୀ ୧୧ ରୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଜାରୀ କରାଯାଇଛି। ଅଧିକ ପଢନ୍ତୁ

Covid19 Third Wave: ବିଦେଶ ଫେରନ୍ତାଙ୍କୁ ୭ ଦିନ ହୋମ କ୍ବାରେଣ୍ଟାଇନ ବାଧ୍ୟତାମୂଳକ
Covid19 Third Wave: ବିଦେଶ ଫେରନ୍ତାଙ୍କୁ ୭ ଦିନ ହୋମ କ୍ବାରେଣ୍ଟାଇନ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି କୋରୋନାର ଓମିକ୍ରନ ଭାରିଆଣ୍ଟ । ଏହାକୁ ନଜରରେ ରଖି ବିଦେଶ ଫେରନ୍ତାଙ୍କୁ ୭ ଦିନ ବାଧ୍ୟତାମୂଳକ ହୋମ କ୍ବାରେଣ୍ଟାଇନରେ (7 days home quarantine Compulsory for foreign returns) ରହିବା ପାଇଁ ନିର୍ଦ୍ଦେଶ ଜାରୀ କରିଛନ୍ତି ସରକାର ।

  • The list of ‘At-risk’ countries from where travellers would need to follow additional measures on arrival in India, including post-arrival testing pic.twitter.com/47CUKuSMMq

    — ANI (@ANI) January 7, 2022 " class="align-text-top noRightClick twitterSection" data=" ">

ବିଦେଶରେ ଥିବା ଭାରତୀୟ ମାନେ ଫେରିଲେ ୭ ଦିନ ହୋମକ୍ବାରେଣ୍ଟାଇନ ବାଧ୍ୟତାମୂଳକ। ଏହା ଆସନ୍ତା ଜାନୁୟାରୀ ୧୧ ରୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଜାରୀ କରାଯାଇଛି। ଏନେଇ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। କୋରୋନାର ଓମିକ୍ରନ ଭାରିଆଣ୍ଟର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ହୋମକ୍ବାରେଣ୍ଟାଇନ ବାଧ୍ୟତାମୂଳକ ଘୋଷଣା କରିଛନ୍ତି। ଅଧିକ କୋରୋନାର ସଂକ୍ରମିତ ଚିହ୍ନଟ ହେଉଥିବ ଦେଶରୁ ଫେରିଲେ ତୁରନ୍ତ କୋଭିଡ ଟେଷ୍ଟ କରିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ରିପୋର୍ଟ ଯଦି ନେଗେଟିଭ ଆସୁଛି ତେବେ ଅନ୍ୟ ଫ୍ଲାଇଟ କିମ୍ବା ଯାନ ଧରିବା ପାଇଁ କୁହାଯାଇଛି। ଏହା ପରେ ଘରେ ୭ ଦିନିଆ ହୋମକ୍ବାରେଣ୍ଟାଇନ ରହିବା ପାଇଁ ବାଧ୍ୟତାମୂଳକ କରାଯାଇଛି।

ବିଶେଷ କରି କୋରୋନାର ନୂତନ ଓମିକ୍ରନ ଭାରିଆଣ୍ଟ ବିଦେଶରୁ ଫେରୁଥିବା ଲୋକଙ୍କ ନିକଟରୁ ଅଧିକ ମାତ୍ରାରେ ଚିହ୍ନଟ କରାଯାଉଛି । ଯାହାକୁ ନଜରରେ ରଖି ସରକାର ସଚେତନମୂଳକ ଭାବରେ ସଂକ୍ରମଣକୁ ରୋକିବା ପାଇଁ ହୋମକ୍ବାରେଣ୍ଟାଇନ ପଦକ୍ଷେପ ନେଇଛନ୍ତି । ଦେଶରେ ବର୍ତ୍ତମାନ କୋରୋନା ମହାମାରୀର ତୃତୀୟ ଲହରକୁ ନେଇ ଚାରିଆଡେ କଟକଣା ଜାରି କରାଯାଉଛି । ଲୋକଙ୍କୁ ସଚେତନ ସହିତ ମାସ୍କ ସାନିଟାଇଜର,ସାମାଜିକ ଦୂରତା ପାଳନ କରିବା ପାଇଁ ଗାଇଡଲାଇନ ଜାରୀ କରାଯାଇଛି।

ସୂଚନାଥାଉକି ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୧୭,୧୦୦ ନୂତନ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଦେଶରେ ବର୍ତ୍ତମାନ ସଂକ୍ରମଣ ହାର ୭.୭୪ ପ୍ରତିଶତ ରହିଛି । ବର୍ତ୍ତମାନ ଦେଶରେ ୩,୭୧,୩୬୩ କୋରୋନା ଆକ୍ରାନ୍ତ ରହିଛନ୍ତି । ସେପଟେ ଦେଶରେ କୋରୋନାର ନୂଆ ଓମିକ୍ରନ ଭାରିଆଣ୍ଟ ୩୦୦୭ ସଂକ୍ରମିତ ହୋଇଥିବାବେଳେ ୧୧୯୯ ଜଣଙ୍କ ସୁସ୍ଥ ହୋଇ ଫେରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.