ETV Bharat / city

ଯୋଗାଣ ମନ୍ତ୍ରୀଙ୍କ ଟାର୍ଗେଟ, ଏଜେଣ୍ଡା ପାଇଁ ହୋହଲ୍ଲା କରୁଛନ୍ତି ବିରୋଧୀ

author img

By

Published : Feb 20, 2021, 1:25 PM IST

ଯୋଗାଣ ମନ୍ତ୍ରୀଙ୍କ ଟାର୍ଗେଟ, ଏଜେଣ୍ଡା ପାଇଁ ହୋହଲ୍ଲା କରୁଛନ୍ତି ବିରୋଧୀ
ଯୋଗାଣ ମନ୍ତ୍ରୀଙ୍କ ଟାର୍ଗେଟ, ଏଜେଣ୍ଡା ପାଇଁ ହୋହଲ୍ଲା କରୁଛନ୍ତି ବିରୋଧୀ

ବିରୋଧୀଙ୍କ ହୋହଲ୍ଲାକୁ ଯୋଗାଣ ମନ୍ତ୍ରୀଙ୍କ ଟାର୍ଗେଟ । ଏଜେଣ୍ଡା ପାଇଁ ହୋହଲ୍ଲା କରୁଥିବା କହିଲେ ମନ୍ତ୍ରୀ । ଅଧିକ ପଢନ୍ତୁ...

ଭୁବନେଶ୍ବର: ବିରୋଧୀଙ୍କ ହୋହଲ୍ଲାକୁ ନେଇ ଟାର୍ଗେଟ କଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ବିରୋଧୀମାନେ ସେମାନଙ୍କ ବ୍ୟକ୍ତିଗତ ଏଜେଣ୍ଡା ପାଇଁ ହୋହଲ୍ଲା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ଏହା ସହ ଆମେ ବାହାର ରାଜ୍ୟର ବ୍ୟବସାୟୀ ମାନଙ୍କ ଧାନ କିଣିବୁ ନାହିଁ । କେବଳ ପଞ୍ଜିକୃତ ଚାଷୀଙ୍କ ଧାନ କିଣିବୁ ବୋଲି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ କହିଛନ୍ତି ।

ଯୋଗାଣ ମନ୍ତ୍ରୀଙ୍କ ଟାର୍ଗେଟ, ଏଜେଣ୍ଡା ପାଇଁ ହୋହଲ୍ଲା କରୁଛନ୍ତି ବିରୋଧୀ

ସେହିପରି ଧାନକ୍ରୟ ଦିନର 7 ଦିନ ପୂର୍ବରୁ ଚାଷୀଙ୍କୁ କ୍ରୟ ତାରିଖ ଓ ପରିମାଣ ସମ୍ପର୍କରେ ଜଣାଇ ଦିଆଯାଉଛି । 19 ତାରିଖ ସୁଦ୍ଧା ମୋଟ 55.03 ମେଟ୍ରିକ ଟନ ଧାନ କ୍ରୟ କରାଯାଇଛି । ଗତ ଖରିଫରେ ଏହି ଦିନ ସୁଦ୍ଧା 45.61 ଲକ୍ଷ ମେଟ୍ରିକ ଟନ ଧାନ କ୍ରୟ ହୋଇଥିଲା ବୋଲି ସେ କହିଛନ୍ତି ।

ଧାନ ସଂଗ୍ରହରେ 21 ପ୍ରତିଶତ ବୃଦ୍ଧି ଘଟିଛି । ବର୍ତ୍ତମାନ ସୁଦ୍ଧା 9.93 ଲକ୍ଷ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିଛନ୍ତି । ଏ ବାବଦକୁ 10 ହଜାର 281 କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.