ETV Bharat / city

ରାଜଧାନୀରେ ଜମୁଛି ଗଣେଶ ପୂଜା, ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଖଚାଖଚ ଭିଡ଼

author img

By

Published : Sep 1, 2022, 1:50 PM IST

Updated : Sep 1, 2022, 2:29 PM IST

ରାଜଧାନୀରେ ଜମୁଛି ଗଣେଶ ପୂଜା, ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଖଚାଖଚ ଭିଡ଼
ରାଜଧାନୀରେ ଜମୁଛି ଗଣେଶ ପୂଜା, ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଖଚାଖଚ ଭିଡ଼

ଦୁଇ ବର୍ଷର କୋରୋନା କଟକଣା ପରେ ଚଳିତ ବର୍ଷ ରାଜଧାନୀରେ ଧୁମଧାମରେ ପାଳିତ ହୋଇଛି ଗଣେଶ ପୂଜା । ରାଜଧାନୀର ଅନେକ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଖଚାଖଚ ଭିଡ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ଅଗ୍ରପୂଜ୍ୟ ଗଣେଶଙ୍କ ପୂଜାରୁ ଆରମ୍ଭ ହୋଇଛି ପାର୍ବଣ ଋତୁ । ଚଳିତ ବର୍ଷ ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ରାଜଧାନୀରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ୨ବର୍ଷର କୋରୋନା କଟକଣା ପରେ ରାଜଧାନୀରେ ଧୁମଧାମରେ ଗଣେଶ ପୂଜା ପାଳନ ହୋଇଥିବା ବେଳେ ଅନେକ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଖଚାଖଚ ଭିଡ଼ ଦେଖିବାକୁ ମିଳିଛି ।

ରାଜଧାନୀରେ ଜମୁଛି ଗଣେଶ ପୂଜା, ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଖଚାଖଚ ଭିଡ଼

ଘରଠୁ ଆରମ୍ଭ କରି ବିଭିନ୍ନ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ଅନୁଷ୍ଠାନ ଓ କ୍ଲବ୍‌ ଆଦିରେ ପୂଜା‌ ପାଇଥିଲେ ପାର୍ବତୀନନ୍ଦନ ବିଘ୍ନବିନାଶକ ଗଣେଶ । ବଡ଼ ସୁନ୍ଦର ସୁନ୍ଦର ଆକର୍ଷଣୀୟ ତଥା ମନଲୋଭା ମୃଣ୍ମୟ ମୂର୍ତ୍ତି ସବୁ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପଗୁଡିର ଶୋଭା ବର୍ଦ୍ଧନ କରୁଥିଲା । ଦୁଇ ବର୍ଷର କୋରୋନା କଟକଣା ପରେ ଧୂମଧାମରେ ଗଣେଶ ପୂଜା ପାଳନ ହେଉଥିବାରୁ ସର୍ବତ୍ର ଥିଲା ଉତ୍ସାହ ଓ ଉଦ୍ଦୀପନାର ପରିବେଶ । ଚଳିତ ବର୍ଷ ରାଜଧାନୀରେ ନିର୍ମାଣ ହୋଇଥିଲା ଗଜାନନଙ୍କ ଭିନ୍ନ ରୂପର ମୂର୍ତ୍ତି ।

ସହିଦନଗରର ସହିଦ ସ୍ପୋଟିଂ କ୍ଳବରେ ଇକୋ ଫ୍ରେଣ୍ଡଲୀ ଗଣେଶ ବା ହୁଗୁଳା ପତ୍ରରେ ପ୍ରସ୍ତୁତ ଶୋଭା ପାଉଥିଲେ ଗଜାନନ । ସେହିପରି ବଡ଼ଗଡ଼ର ୫୧ ଫୁଟିଆ ମୂର୍ତ୍ତି, ନୟାପଲ୍ଲୀରେ ୫୦ ଫୁଟିଆ, ଜନପଥରେ ଚାଣକ୍ୟ ଗଣେଶ ଓ ସହିଦନଗର ୱିନର୍ସ କ୍ଲବ୍‌ର ୪୬ ଫୁଟିଆ ସୂର୍ଯରଥାରୂଢ଼ ଗଣେଶ ମୂର୍ତ୍ତି ଆଦି ଥିଲା ରାଜଧାନୀର ଆକର୍ଷଣ । ସେହିପରି ଡୁମୁଡୁମା ପୂଜା ହେଉ ଅବା ଅଶୋକ ନଗର ସବୁଠି ଥିଲା ଖୁସିର ମାହୋଲ । କାରଣ ପ୍ରତିଟି କମିଟି ପୂଜା ମହାମାରୀ କ‌ୋରୋନା ପାଇଁ ଗତ ଦୁଇ ବର୍ଷ ହେଲା ଫିକା ପଡ଼ିଥିଲା ।

ଏହା ବି ପଢନ୍ତୁ- ମା’ ସମଲେଇଙ୍କ ଠାରେ ଲାଗି ହେଲା ନବାନ୍ନ

ତେଣୁ ଟିକିଏ କଟକଣା କୋହଳ ପରେ ଗଣେଶ ପୂଜା ଚଳିତ ବର୍ଷ ଏମିତି ମହାଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଆଉ ଏହି ସବୁ ପୂଜା ମଣ୍ଡପ ଗୁଡିକରେ ଗଜାନନଙ୍କ ଦର୍ଶନ ପାଇଁ ଦେଖିବାକୁ ମିଳିଥିଲା ଖଚାଖଚ ଭିଡ । ଏହି ଅବସରରେ ଭକ୍ତଙ୍କୁ ପ୍ରାୟତଃ ପୂଜା ମଣ୍ଡପରେ ପ୍ରସାଦ ମିଳିଥିବା ବେଳେ ରାଜଧାନୀ ବାସୀଙ୍କ ମନୋରଞ୍ଜନ ବା ପୂଜାକୁ ଟିକେ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଇଥିଲା ।

କେଉଁଠି ମେଲୋଡି ତା କେଉଁଠି ଭଜନର ଅସାର ଜମିଥିଲା । ଆଉ ଏହି ସବୁ ଖୁସିକୁ ମନଭରି ଉପଭୋଗ କରିଥିଲେ ରାଜଧାନୀବାସୀ । ଖାଲି ସେତିକି ନୁହେଁ କେବଳ ଗଣେଶ ପୂଜାଦିନ ନୁହେଁ ବରଂ ଦୁଇବର୍ଷ ପରେ ଏହି ଖୁସିକୁ ହେଉଥିବା ପାଇଁ ୭ରୁ ୧୦ ଦିନ ଧରି ରାଜଧାନୀର ପୂଜା ମଣ୍ଡପରେ ଚାଲିବ କାର୍ଯ୍ୟକ୍ରମର ଆସର । ଏହାର ଭରପୂର ମନୋରଞ୍ଜନ କରିବେ ରାଜଧାନୀବାସୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 1, 2022, 2:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.