ETV Bharat / city

Odisha Corona Death; ଗଲା ଆଉ ୬ ଜଣଙ୍କ ଜୀବନ

author img

By

Published : Oct 12, 2021, 1:22 PM IST

Odisha Corona Death; ଗଲା ଆଉ ୬ରୋଗୀଙ୍କ ଜୀବନ
Odisha Corona Death; ଗଲା ଆଉ ୬ରୋଗୀଙ୍କ ଜୀବନ

ଗୋଟେ ପଟେ ସଂକ୍ରମଣ କମୁଛି ତ ଗୋଟେପଟେ ବଢୁଛି ମୃତ୍ୟୁସଂଖ୍ୟା । ଦିନେ ବଢିଲେ ଦିନେ କମୁଛି ମୃତ୍ୟୁସଂଖ୍ୟା । ଲଗାତାର ଦୁଇଦିନ ହେବ ମୃତ୍ୟୁସଂଖ୍ୟା ସମାନ ରହିଛି । ଆଜି ରାଜ୍ୟରେ (ମଙ୍ଗଳବାର) ଆଉ ୬ଜଣଙ୍କ ଜୀବନ ନେଇଛି ମହାମାରୀ । ଅଧିକ ପଢନ୍ତୁ...

ଭୁବନେଶ୍ବର: ରାଜ୍ୟରେ ପୁଣି ବିଗିଡିବାରେ ଲାଗିଛି କୋରୋନା ସ୍ଥିତି । ଗୋଟେ ପଟେ ସଂକ୍ରମଣ କମୁଛି ତ ଅନ୍ୟପଟେ ବଢୁଛି ମୃତ୍ୟୁସଂଖ୍ୟା । ଦିନେ ବଢିଲେ ଦିନେ କମୁଛି ମୃତ୍ୟୁସଂଖ୍ୟା । ଲଗାତାର ଦୁଇଦିନ ହେବ ମୃତ୍ୟୁସଂଖ୍ୟା ସମାନ ରହିଛି । ଆଜି ରାଜ୍ୟରେ (ମଙ୍ଗଳବାର) ଆଉ ୬ଜଣଙ୍କ ଜୀବନ ନେଇଛି ମହାମାରୀ ।

ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ୨ଜଣ ରୋଗୀଙ୍କ ଜୀବନ ଯାଇଥିବାବେଳେ ବାଲେଶ୍ବର, ଭଦ୍ରକ, ଜଗତସିଂହପୁର ଓ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୧,୫୨୦କୁ ବୃଦ୍ଧି ପାଇଥିବା ବେଳେ ବାଲେଶ୍ବରରେ ୨୯୩, ଭଦ୍ରକରେ ୧୪୪, ଜଗତସିଂହପୁରରେ ୩୦୯ ଓ ଯାଜପୁରରେ ୧୬୯ରେ ପହଞ୍ଚିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ୨୬୧ରେ ପହଞ୍ଚିଛି ।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୨୯ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୬୨ ଜଣ ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୨ ହଜାର ୬୭୩ କୁ ବୃଦ୍ଧି ପାଇଛି । କିଛିଦିନ ହେବ ସଂକ୍ରମଣ କମିଥିଲେ ମଧ୍ୟ ପୁଣି ବଢିଛି । ଆଗକୁ ତୃତୀୟ ଲହର ବିପଦ ସଙ୍କେତ ଦେଖିବାକୁ ମିଳିଲାଣି । ଏପଟେ ସ୍ମାର୍ଟ ସିଟିକୁ ଫେରିଛି କଣ୍ଟେନମେଣ୍ଟ ଜୋନ୍‌ । ଶୀତଋତୁ ଥିବାରୁ ସଂକ୍ରମଣ ବୃଦ୍ଧି ହେବା ସମ୍ଭାବନା ରହିଛି । ଏନେଇ ଅଧିକରୁ ଅଧିକ ସଚେତନତା ଅବଲମ୍ବନ କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.