ETV Bharat / city

Congress President Poll: କିଏ ହେବେ ସଭାପତି, ରାଜ୍ୟରେ ଚାଲିଛି ଭୋଟିଂ

author img

By

Published : Oct 17, 2022, 1:37 PM IST

Congress President Poll: ଭୋଟ ଦେଉଛି କଂଗ୍ରେସ
Congress President Poll: ଭୋଟ ଦେଉଛି କଂଗ୍ରେସ

AICC ଅଧ୍ୟକ୍ଷ ପଦ ଲାଗି ଓଡ଼ିଶାରେ ମତଦାନ ପ୍ରକ୍ରିୟା ଜାରି ରହିଛି । କିଏ ହେବ କଂଗ୍ରେସର ହାଇକମାଣ୍ଡ ବାଛୁଛନ୍ତି କଂଗ୍ରେସ ନେତା । ଅଧିକ ପଢନ୍ତୁ

ଭୁବନେଶ୍ବର: କିଏ ହେବ କଂଗ୍ରେସର ନୂଆ ମୁଖିଆ । ଶଶୀ ଥରୁର ନା ମଲ୍ଲିକାର୍ଜୁନ ଖଡଗେ ? ଏଥିପାଇଁ ଆଜି ସାରା ଦେଶରେ ଆରମ୍ଭ ହୋଇଯାଇଛି ମତଦାନ ପ୍ରକ୍ରିୟା । ସାରା ଦେଶରେ ମତଦାନ ଆରମ୍ଭ ହୋଇଥିବା ବେଳେ ଓଡ଼ିଶାର କଂଗ୍ରେସ ନେତା ଭୋଟ ଦେଉଛନ୍ତି । ଏଥିପାଇଁ ଭୁବନେଶ୍ବର କଂଗ୍ରେସ ଭବନରେ କେନ୍ଦ୍ରୀୟ କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ହେବ ମତଦାନ ।

Congress President Poll: ଭୋଟ ଦେଉଛି କଂଗ୍ରେସ

ଓଡ଼ିଶା କଂଗ୍ରେସରୁ ୪୨୭ ଜଣ ମତଦାନ କରିବେ । ୯ ହଜାର ପିସିସି ପ୍ରତିନିଧିଙ୍କ ଦ୍ବାରା ଗଠିତ ଇଲେକ୍ଟୋରାଲ୍ କଲେଜ୍ ସିକ୍ରେଟ୍ ବାଲଟ ନିର୍ବାଚନ ଜରିଆରେ ସଭାପତିଙ୍କୁ ବାଛିବେ । ଏଥିପାଇଁ ଦିଲ୍ଲୀ ହେଡକ୍ବାର୍ଟର ସମେତ ଦେଶର ବିଭିନ୍ନ ରାଜ୍ୟରେ ମୋଟ ୩୬ଟି ମତଦାନ କେନ୍ଦ୍ର ଓ ୬୭ଟି ପୁଲିଂ ବୁଥ୍ ବ୍ୟବସ୍ଥା କରାଯଇଛି । ଦୁଇ ଦିନ ତଳେ ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ଆସି ଦଳୀୟ ଭୋଟରଙ୍କ ସମର୍ଥନ ଲାଗି ପ୍ରଚାର କରିଥିଲେ । ସେହିପରି ଶଶୀ ଥରୁର ଓଡ଼ିଶା ଆସି ନ ଥିଲେ ବି ସୋସିଆଲ ମିଡ଼ିଆରେ କରିଥିଲେ ପ୍ରଚାର।

ଏହା ମଧ୍ୟ ପଢନ୍ତୁ- Congress President Poll: ଖଡଗେ ଓ ଥରୁର ମଧ୍ୟରେ ଟକ୍କର, ଚାଲିଛି ଭୋଟିଂ

24 ବର୍ଷ ପରେ ଦଳର ମଙ୍ଗ ଧରିବେ ଅଣଗାନ୍ଧୀ । ଚଳିତ ନିର୍ବାଚନରେ ଗାନ୍ଧୀ ପରିବାରରୁ କେହି ସର୍ବପୁରାତନ ଦଳର ସର୍ବୋଚ୍ଚ ସାଙ୍ଗଠନିକ ପଦବୀ ପାଇଁ ନିର୍ବାଚନ ଲଢୁନାହାନ୍ତି । ଶେଷ ଥର ପାଇଁ 2000 ମସିହାରେ ନିର୍ବାଚନ ହୋଇଥିଲା । ସୋନିଆ ଗାନ୍ଧୀ ନିଜ ପ୍ରତିଦ୍ବନ୍ଦୀ ଜିତେନ୍ଦ୍ର ପ୍ରସାଦଙ୍କୁ ବଡ ବ୍ୟବଧାନରେ ପରାଜିତ କରି ସଭାପତି ପଦ ସମ୍ଭାଳିଥିଲେ । ଏହା ପୂର୍ବରୁ 1998ରେ ଦଳ ତାର ଶେଷ ଅଣଗାନ୍ଧୀ ହାଇକମାଣ୍ଡଙ୍କୁ ଦାୟିତ୍ବ ଦେଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.