ETV Bharat / bharat

Congress President Poll: ଖଡଗେ ଓ ଥରୁର ମଧ୍ୟରେ ଟକ୍କର, ଚାଲିଛି ଭୋଟିଂ

author img

By

Published : Oct 17, 2022, 11:11 AM IST

Congress President Poll
ଭୋଟଂ ଆରମ୍ଭ, ମୁଖିଆ ବାଛୁଛନ୍ତି 9 ହଜାର ଭୋଟର

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଆରମ୍ଭ ହୋଇଛି । ମଇଦାନରେ ମଲ୍ଲିକାର୍ଜୁନ ଖଡ଼ଗେ ବନାମ ଶଶୀ ଥରୁର୍ । ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟ ସମେତ ଦେଶବ୍ୟାପୀ 40 କେନ୍ଦ୍ରରେ ଭୋଟିଂ ଆରମ୍ଭ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କଂଗ୍ରେସ ଅଧକ୍ଷ ନିର୍ବାଚନ ଆରମ୍ଭ ହୋଇଛି । ମଇଦାନରେ ମଲ୍ଲିକାର୍ଜୁନ ଖଡ଼ଗେ ବନାମ ଶଶୀ ଥରୁର୍ । ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ ମତଦାନ ଆରମ୍ଭ ହୋଇଛି । ଏହା ସହ ଦିଲ୍ଲୀ ସମେତ ଦେଶବ୍ୟାପୀ 40 କେନ୍ଦ୍ରରେ ମୋଟ 67ଟି ବୁଥରେ କଂଗ୍ରେସ ମୁଖିଆଙ୍କୁ ବାଛୁଛନ୍ତି 9 ହଜାର 800 କଂଗ୍ରେସ କର୍ମୀ । ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ 75 ଜଣ ଦଳୀୟ ନେତା ଏଆଇସିସି କାର୍ଯ୍ୟାଳୟରେ ମତଦାନ ସାବ୍ୟସ୍ତ କରୁଛନ୍ତି ।

  • Congress presidential elections | Congress MPs P Chidambaram, Jairam Ramesh and other party leaders cast their votes at the AICC office in Delhi. pic.twitter.com/IUMhCjKdst

    — ANI (@ANI) October 17, 2022 " class="align-text-top noRightClick twitterSection" data=" ">

ଭୋଟିଂ ଆରମ୍ଭ ପୂର୍ବରୁ ଫାଇନାଲ ଯାଞ୍ଚ ହୋଇଥିଲା । କଂଗ୍ରେସ ଦଳର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ ଏଆଇସିସି କାର୍ଯ୍ୟାଳୟରେ ନିର୍ବାଚନ ପାଇଁ ଚୂଡ଼ାନ୍ତ ଯାଞ୍ଚ କରଥିଲେ । ଏହାପରେ ସମୟ 10ଟାରୁ ମତଦାନ ଆରମ୍ଭ ହୋଇଛି । ଅପରାହ୍ନ 4ଟା ଯାଏ ଚାଲିବ ମତଦାନ । କଂଗ୍ରେସ ସାଂସଦ ପି ଚିଦାମ୍ବରମ, ଜୟରାମ ରମେଶ ଏବଂ ଅନ୍ୟ ଦଳୀୟ ନେତା ଏଆଇସିସି କାର୍ଯ୍ୟାଳୟରେ ଭୋଟ ଦେଇଛନ୍ତି । ଭାରତ ଯୋଡ ଯାତ୍ରା ପାଇଁ କର୍ଣ୍ଣାଟକରେ ଅଛନ୍ତି ରାହୁଲ ଗାନ୍ଧୀ । ରାହୁଲଙ୍କ ସମେତ ଅନ୍ୟ 40 ନେତା କର୍ଣ୍ଣାଟକର ବେଲାରୀରେ ମତଦାନ କରିବେ । ମଲ୍ଲିକାର୍ଜୁନ ଖଡ଼ଗେ ବେଙ୍ଗାଲୁରୁ ଏବଂ ଶଶୀ ଥରରୁ ଥିରୁଅନନ୍ତପୁରମ ସ୍ଥିତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭୋଟ ଦେଇଛନ୍ତି । କର୍ଣ୍ଣାଟକର କଂଗ୍ରେସ ବୈଠକ ଗୃହକୁ ପୁଲିଂ ବୁଥ କରାଯାଇଛି । ଆସନ୍ତା 19 ତାରିଖରେ ଭୋଟ ଗଣତି ଓ ଫଳ ପ୍ରକାଶ ପାଇବ ।

ମତଦାନ ଆରମ୍ଭ ପରେ ପ୍ରତିକ୍ରିୟା ରଖିଛନ୍ତି ଦୁଇ ପ୍ରତିଦ୍ବନ୍ଦୀ ମଲ୍ଲିକାର୍ଜୁନ ଖଡ଼ଗେ ଓ ଶଶୀ ଥରୁର । ପ୍ରତିକ୍ରିୟାରେ ଶଶୀ ଥରୁର କହିଛନ୍ତି, ''ମୋର ଦୃଢ ବିଶ୍ବାସ ଅଛି । କଂଗ୍ରେସ ଦଳର ଭାଗ୍ୟ ଦଳୀୟ କର୍ମୀଙ୍କ ହାତରେ ରହିଛି । ଦଳର ନେତା ତଥା ପ୍ରତିଷ୍ଠା ଅନ୍ୟ ପ୍ରାର୍ଥୀଙ୍କ ସହ ଅତ୍ୟଧିକ ଥିବାରୁ ଆମ ବିରୋଧରେ ଅଡୁଆ ରହିଛି ।'' ମୋର ବିଶ୍ବାସ କଂଗ୍ରେସ ପୁଣି ଆଗକୁ ଯିବ । ଆଜି ମୁଁ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହ କଥା ହୋଇ ତାଙ୍କୁ କହିଛି କିଛି ବି ହେଉ ଆମେ ସହକର୍ମୀ ଓ ବନ୍ଧୁ ରହିବା ।''

ସେହିପରି ପ୍ରତିକ୍ରିୟା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି,''ଏହା ଆମର ଆଭ୍ୟନ୍ତରୀଣ ନିର୍ବାଚନର ଏକ ଅଂଶ । ଆମେ ପରସ୍ପରକୁ ଯାହା କହିଥିଲୁ ତାହା ଏକ ବନ୍ଧୁ ହିସାବରେ କହିଛୁ । ଆମକୁ ମିଳିତ ଭାବେ ଆମକୁ ଦଳ ଗଠନ କରିବାକୁ ପଡିବ । ଶଶୀ ଥରୁର ମୋତେ ଟେଲିଫୋନ୍ କରି ଶୁଭେଚ୍ଛା ଜଣାଇଲେ ଏବଂ ମୁଁ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛି।''

କଂଗ୍ରେସ ଦଳ ହେଉଛି ଏକମାତ୍ର ରାଜନୈତିକ ଦଳ ଯିଏକି ଏହାର ସଭାପତି ପାଇଁ ନିର୍ବାଚନ କରିଥାଏ । ଏହା ଏକ ଐତିହାସିକ ଦିନ ବୋଲି କହିଛନ୍ତି ସାଂସଦ ଜୟରାମ ରମେଶ । ସେହିପରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଆଜି ଏକ ଐତିହାସିକ ଦିନ । 22 ବର୍ଷ ପରେ କଂଗ୍ରେସ ସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ନିର୍ବାଚନ ଦଳର ଆଭ୍ୟନ୍ତରୀଣ ସମନ୍ବୟର ବାର୍ତ୍ତା ଦେଇଛି । 19 ଅକ୍ଟୋବର ପରେ ଗାନ୍ଧୀ ପରିବାର ସହ ମୋ ସମ୍ପର୍କ ସମାନ ରହିବ ବୋଲି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ।

ଏହା ବି ପଢନ୍ତୁ...ଦୁଇ ଦିନିଆ କିଷାନ ସମ୍ମାନ ସମ୍ମିଳନୀର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

24 ବର୍ଷ ପରେ ଦଳର ମଙ୍ଗ ଧରିବେ ଅଣଗାନ୍ଧୀ । ଚଳିତ ନିର୍ବାଚନରେ ଗାନ୍ଧୀ ପରିବାରରୁ କେହି ସର୍ବପୁରାତନ ଦଳର ସର୍ବୋଚ୍ଚ ସାଙ୍ଗଠନିକ ପଦବୀ ପାଇଁ ନିର୍ବାଚନ ଲଢୁନାହାନ୍ତି । ଶେଷ ଥର ପାଇଁ 2000 ମସିହାରେ ନିର୍ବାଚନ ହୋଇଥିଲା । ସୋନିଆ ଗାନ୍ଧୀ ନିଜ ପ୍ରତିଦ୍ବନ୍ଦୀ ଜିତେନ୍ଦ୍ର ପ୍ରସାଦଙ୍କୁ ବଡ ବ୍ୟବଧାନରେ ପରାଜିତ କରି ସଭାପତି ପଦ ସମ୍ଭାଳିଥିଲେ । ଏହା ପୂର୍ବରୁ 1998ରେ ଦଳ ତାର ଶେଷ ଅଣଗାନ୍ଧୀ ହାଇକମାଣ୍ଡଙ୍କୁ ଦାୟିତ୍ବ ଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.