ETV Bharat / bharat

ଦୁଇ ଦିନିଆ କିଷାନ ସମ୍ମାନ ସମ୍ମିଳନୀର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

author img

By

Published : Oct 17, 2022, 9:38 AM IST

ଦୁଇ ଦିନିଆ ପିଏମ କିଷାନ ସମ୍ମାନ ସମ୍ମିଳନୀ 2022 (PM Kisan Samman Sammelan 2022) ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି । ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ (ଆଇଆରଆଇ) ମେଲା ଗ୍ରାଉଣ୍ଡରେ ଏହି ସମ୍ମିଳନୀ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁଇ ଦିନିଆ କିଷାନ ସମ୍ମାନ ସମ୍ମିଳନୀ ୨୦୨୨ର ଉଦଘାଟନ କରିବେ । ଅଧିକ ପଢନ୍ତୁ

to inaugurate PM Kisan Samman Sammelan
to inaugurate PM Kisan Samman Sammelan

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠୁ (ସୋମବାର) ଦୁଇଦିନିଆ ପିଏମ କିଷାନ ସମ୍ମାନ ସମ୍ମିଳନୀ 2022ର (PM Kisan Samman Sammelan) ଉଦଘାଟନ କରିବେ । ଦିଲ୍ଲୀରେ ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ (ଆଇଆରଆଇ)ର ମେଲା ଗ୍ରାଉଣ୍ଡରେ ଏହି ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ଏହା କାର୍ଯ୍ୟକ୍ରମରେ ପିଏମ କିଷାନ ସମ୍ମାନ ନିଧି ଯୋଜନାର ଦ୍ବାଦଶ କିସ୍ତିରେ 16 ହଜାର କୋଟି ଟଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କ ଖାତାକୁ ପଠାଇବେ । ଏଥିବେ 10 ଲକ୍ଷକୁ ଅଧିକ କୃଷକ ଉପକୃତ ହେବେ ।

ଏହି କାର୍ଯ୍ୟକ୍ରମରେ ଦେଶର 13,500ରୁ ଅଧିକ କୃଷକ ଓ ପ୍ରାୟ 1500 କୃଷି ଷ୍ଟାର୍ଟଅପ୍ ଏକତ୍ରିତ ହେବେ । ବିଭିନ୍ନ ଅନୁଷ୍ଠାନର ଏକ କୋଟିରୁ ଅଧିକ ଚାଷୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି । ଏହା ସହ ସମ୍ମିଳନୀରେ ଗବେଷକ,ଏବଂ ଅନ୍ୟାନ୍ୟ ହିତାଧିକାରୀ ଅଂଶଗ୍ରହଣ କରିବେ । ପିଏମ ମୋଦି କେନ୍ଦ୍ର କେମିକାଲ୍ସ ଓ ସାର ମନ୍ତ୍ରଣାଳୟ ଅଧୀନରେ ୬୦୦ ପିଏମ କିଷାନ ସମୃଦ୍ଧି କେନ୍ଦ୍ରର ଉଦଘାଟନ କରିବେ । କୃଷକମାନଙ୍କ ପାଇଁ ଏକ ଦେଶ-ଏକ ସାର ନାମକ ଏକ ଗୁରୁତ୍ବପୂର୍ଣ୍ଣ ଯୋଜନାର ଆରମ୍ଭ କରିବେ ।

କାର୍ଯ୍ୟକ୍ରମରେ ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଦ୍ବାଦଶ କିସ୍ତିରେ 16 ହଜାର ଟଙ୍କା ଚାଷୀ ଖାତାକୁ ପଠାଇବେ ପ୍ରଧାନମନ୍ତ୍ରୀ । ଏଥିରେ 10 ଲକ୍ଷରୁ ଅଧିକ କୃଷକ ଉପକୃତ ହେବେ । ଏହି ଅର୍ଥ ପ୍ରଦାନ ସହ କୃଷକଙ୍କ ଆକାଉଣ୍ଟରେ ମୋଟ ଜମାରାଶି 2.16 ଟ୍ରିଲିୟନ ଟଙ୍କା ଅତିକ୍ରମ ହେବ । ଜମିଜମା ଥିବା ଦେଶର ସମସ୍ତ କୃଷକ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । 2019ରେ ପିଏମ କିଷାନ ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ବର୍ଷକୁ 3ଟି କିସ୍ତିରେ ହିତାଧୀକାରୀଙ୍କ ଆକାଉଣ୍ଟକୁ 2 ହଜାର ଲେଖାଏଁ ମୋଟ 6 ହଜାର ଟଙ୍କା ପଠାଯାଉଛି ।

ଏହା ବି ପଢନ୍ତୁ...ଦେବଭୂମିରେ NEP ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟାଙ୍କ ସମେତ ଅନେକ ଲୋକ ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମକୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଓ ରାସାୟନିକ ଓ ସାର ମନ୍ତ୍ରଣାଳୟ, ଭାରତ ସରକାର ଆୟୋଜନ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.