ETV Bharat / city

ଓମିକ୍ରନ ସଂକ୍ରମିତ ନାବାଳିକାଙ୍କ ବାପା-ମା'ଙ୍କ ରିପୋର୍ଟ ନେଗେଟିଭ: ନିରଞ୍ଜନ ମିଶ୍ର

author img

By

Published : Dec 23, 2021, 5:05 PM IST

Updated : Dec 23, 2021, 6:11 PM IST

କାୟା ବିସ୍ତାର କରିଚାଲିଛି ଓମିକ୍ରନ(Omicron Odisha Update) । ପୁଣି ରାଜ୍ୟରୁ ୨ ଓମିକ୍ରନ ପଜିଟିଭ ଚିହ୍ନଟ, ୪ ରେ ପହଞ୍ଚିଲା ଆକ୍ରାନ୍ତ ସଂଖ୍ୟା । ଅଧିକ ପଢନ୍ତୁ

Omicron Update: ପୁଣି ରାଜ୍ୟରୁ ୨ ଓମିକ୍ରନ ଚିହ୍ନଟ
Omicron Update: ପୁଣି ରାଜ୍ୟରୁ ୨ ଓମିକ୍ରନ ଚିହ୍ନଟ

ଭୁବନେଶ୍ବର: କାୟା ବିସ୍ତାର କରିଚାଲିଛି ଓମିକ୍ରନ(Omicron Odisha Update) । ପୁଣି ରାଜ୍ୟରୁ ଆଉ ୨ ଜଣ ପଜିଟିଭ ଚିହ୍ନଟ । ଚିହ୍ନଟ ହୋଇଥିବା ସଂକ୍ରମିତ ଦ୍ବୟ ନାବାଳିକା ହୋଇଥିବା ସୂଚନା । ଉଭୟ ଗତ ୧୩ରେ ନାଇଜେରିଆରୁ ଫେରିଥିଲେ ।

Omicron Update: ପୁଣି ରାଜ୍ୟରୁ ୨ ଓମିକ୍ରନ ଚିହ୍ନଟ

ଏହା ମଧ୍ୟ ପଢନ୍ତୁ:- Omicron Hits Odisha: ରାଜ୍ୟରେ 2 ପଜିଟିଭ ଚିହ୍ନଟ


ଖବର ଅନୁଯାୟୀ ଓମିକ୍ରନ ପୁଣି ଓଡିଶାରୁ ଚିହ୍ନଟ ହୋଇଥିବା ୨ ସଂକ୍ରମିତ ଯଥାକ୍ରମେ 11 ଏବଂ 15 ବର୍ଷୀୟ ନାବାଳିକା । ସମ୍ପର୍କରେ ଆସିଥିବା ପରିବାରର ଅନ୍ୟ ସମସ୍ତଙ୍କର ଟେଷ୍ଟ କରାଯାଇଥିବା ଜନସ୍ବାସ୍ଥ୍ଯ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ସେ କହିଛନ୍ତି ଯେ, 'ସଂକ୍ରମିତ ଚିହ୍ନଟ ହୋଇଥିବା ୨ ଝିଅଙ୍କ ବାପା-ମାଆ ଏବଂ ଡ୍ରାଇଭରଙ୍କ ରିପୋର୍ଟ ନେଗେଟିଭ ଆସିଛି । ସରକାରଙ୍କ ନିୟମ ଅନୁଯାୟୀ ସେମାନେ ସଙ୍ଗରୋଧରେ ଅଛନ୍ତି । ବିମାନ ବନ୍ଦରରୁ ସିଧାସଳଖ ସେମାନେ ଟ୍ୟାକ୍ସି ଯୋଗେ ଘରକୁ ଯାଇଥିଲେ । ସମସ୍ତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି ।'

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated :Dec 23, 2021, 6:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.