ETV Bharat / city

Omicron Hits Odisha: ରାଜ୍ୟରେ 2 ପଜିଟିଭ ଚିହ୍ନଟ

author img

By

Published : Dec 21, 2021, 10:44 AM IST

Updated : Dec 21, 2021, 11:31 AM IST

ଓଡିଶାରେ ପଶିଲା ଓମିକ୍ରନ । ରାଜ୍ୟରେ ଦୁଇ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ । ଆଇଏଲଏସ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

ଓଡିଶାରେ ପଶିଲା ଓମିକ୍ରନ, ଦୁଇ ସଂକ୍ରମିତ ଚିହ୍ନଟ
ଓଡିଶାରେ ପଶିଲା ଓମିକ୍ରନ, ଦୁଇ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ଓଡିଶାରେ ପଶିଲା ଓମିକ୍ରନ । ପଡୋଶୀ ରାଜ୍ୟଗୁଡିକ ପରେ ଏବେ ଓଡିଶାରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । ରାଜ୍ୟରେ ଦୁଇ ଜଣ ଓମିକ୍ରନ ଭୂତାଣୁରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଉଭୟ ସଂକ୍ରମିତ ବିଦେଶ ଫେରନ୍ତା ଅଟନ୍ତି । ଜଣେ ନାଇଜେରିଆରୁ ଫେରିଥିବାବେଳେ ଅନ୍ୟ ଜଣେ କାତାରରୁ ଫେରୁଥିବା ଜଣାପଡିଛି । ସେମାନଙ୍କ ଜିନମ ସିକ୍ବେନ୍ସିଂ ପରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । ଏନେଇ ଆଇଏଲଏସ(ILS) ପକ୍ଷରୁ ସୂଚନା ଦିଆଯାଇଛି ।

ଉଭୟ ସଂକ୍ରମିତ ପୁରୁଷ ଅଟନ୍ତି । ଜଣଙ୍କ ବୟସ ୪୧ ବର୍ଷ ହୋଇଥିବାବେଳେ ଅନ୍ୟ ଜଣେ ୪୩ ବର୍ଷୀୟ ଅଟନ୍ତି । ସେମାନଙ୍କ ଘର କଟକ ଏବଂ ଖୋର୍ଦ୍ଧାରେ ହୋଇଥିବା ସୂଚନା ରହିଛି । ଏଥିସହ ଏବେ ସୁଦ୍ଧା ୯ ଜଣଙ୍କ ସାମ୍ପୁଲ ଜିନମ୍ ସିକ୍ବେନ୍ସିଂ ପାଇଁ ପଠାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Dec 21, 2021, 11:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.