ETV Bharat / state

ପୁରୀ ସଦର ଓ ବ୍ରହ୍ମଗିରିରେ ନିର୍ବାଚନ ମଣ୍ଡଳୀରେ ବୁଥ ଭିତରେ ଉତ୍ତେଜନା, ଦୁଇ ଗୋଷ୍ଠୀ ମୁହାଁମୁହିଁ - Polling Violence

author img

By ETV Bharat Odisha Team

Published : May 25, 2024, 3:56 PM IST

Violence During Polling: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ପୁରୀ ସଦର ଓ ବ୍ରହ୍ମଗିରିରେ ନିର୍ବାଚନ ମଣ୍ଡଳୀରେ ଉତ୍ତେଜନା ଭଳି ପରିସ୍ଥିତି ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ପୁରୀ ସଦର ଓ ବ୍ରହ୍ମଗିରିରେ ନିର୍ବାଚନ ମଣ୍ଡଳୀରେ ବୁଥ ଭିତରେ ଉତ୍ତେଜନା
ପୁରୀ ସଦର ଓ ବ୍ରହ୍ମଗିରିରେ ନିର୍ବାଚନ ମଣ୍ଡଳୀରେ ବୁଥ ଭିତରେ ଉତ୍ତେଜନା (ETV bharat Odisha)

ପୁରୀ/ନିମାପଡ଼ା: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ତୃତୀୟ ପର୍ଯ୍ୟାୟରେ ଭୋଟିଂ ସମୟରେ ପୁରୀ ସଦର ଓ ବ୍ରହ୍ମଗିରିରେ ନିର୍ବାଚନ ମଣ୍ଡଳୀରେ ବୁଥ ଭିତରେ ଉତ୍ତେଜନା ଦେଖିବାକୁ ମିଳିଛି । ଦୁଇ ଗୋଷ୍ଠୀ ମୁହାମୁହିଁ ଭଳି ପରିସ୍ଥିତି ଉପୁଜିଥିବା ସୂଚନା ମିଳିଛି ।

ପୁରୀ ସଦର ଓ ବ୍ରହ୍ମଗିରିରେ ନିର୍ବାଚନ ମଣ୍ଡଳୀରେ ବୁଥ ଭିତରେ ଉତ୍ତେଜନା (ETV bharat Odisha)

ତେବେ ପୁରୀ ସଦର ନିର୍ବାଚନ ମଣ୍ଡଳୀ ତଳଜଙ୍ଗ ଠାରେ ଭୋଟିଂ ସମୟରେ ଉତ୍ତେଜନା ଦେଖିବାକୁ ମିଳିଛି । ତଳଜଙ୍ଗ ୧୯ ନମ୍ବର ବୁଥରେ ଦୁଇ ଗୋଷ୍ଠୀ ଏଜେଣ୍ଟଙ୍କ ମଧ୍ୟରେ ଏହି ଉତ୍ତେଜନା ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାକୁ ନିୟନ୍ତ୍ରଣ କରିଛି । ପୋଲିସ ଉପସ୍ଥିତିରେ ବର୍ତ୍ତମାନ ସେଠାରେ ମତଦାନ ପ୍ରକ୍ରିୟା ଜାରି ରହିଛି ।

ସେହିପରି ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଗଡ଼ରୋଢଙ୍ଗର 127 ନମ୍ବର ବୁଥରେ ଉତ୍ତେଜନା ଦେଖାଦେଇଥିଲା । ବାରମ୍ବାର EVM ତ୍ରୁଟି ଯୋଗୁ ଉତ୍ତେଜନା ହେବା ସହ ବିଳମ୍ବରେ ମତଦାନ ହୋଇଥିଲା । ତେବେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର ଅଭିଯୋଗ କରିଛନ୍ତି ଯେ, 119 ନମ୍ୱର୍ ବୁଥ ବେନିୟମ କାର୍ଯ୍ୟ ଚାଲିଛି । କିଛି ବିଜେଡି ଏଜେଣ୍ଟ ଭୋଟରଙ୍କୁ ପ୍ରଭାବିତ କରି ବିଜେଡିରେ ଭୋଟ ଦେବାକୁ କହୁଛନ୍ତି । ଏହାକୁ ମଧ୍ଯ ପ୍ରିଜାଇଡିଂ ଅଫିସର ସହଯୋଗ କରୁଛନ୍ତି । ଶାସକ ଦଳ ପ୍ରାର୍ଥୀ ହାରିବା ଭୟରେ ଏଭଳି ହିନ କାର୍ଯ୍ୟ କରୁଛନ୍ତି । ଏହାକୁ ନେଇ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ବିଜେପି ବିଧାୟିକା ପ୍ରାର୍ଥୀ ଉପାସନା ମହାପାତ୍ରଙ୍କୁ ବିଜେଡି କର୍ମୀ ଖରାପ ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି ଉପାସନା ମହାପାତ୍ର ।

ଏହା ମଧ୍ୟ ପଢ଼ନ୍ତୁ...ଢେଙ୍କାନାଳର ଏକାଧିକ ବୁଥରେ EVM ଅଚଳ, ବିଳମ୍ବ ହେଲା ମତଦାନ - EVM Glitch

ସେପଟେ ଭୋଟ ଦେଇଛନ୍ତି ପୁରୀ ଜିଲ୍ଲା ବିଜେପି ସଭାପତି ତଥା ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ପିପିିଲି କମାକନ୍ତିଆ ସ୍ଥିତ 235 ନଂ ବୁଥରେ ନିଜ ମତ ସାବ୍ୟସ୍ତ କରିଛନ୍ତି ଆଶ୍ରିତ । ନିଜ ପରିବାର ସହିତ ଝିଅ ପ୍ରଲିତା ଓ ଧର୍ମପତ୍ନୀ ଧାଡ଼ିରେ ରହି ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି । ଏହି ଅବସରରେ ଆଶ୍ରିତ ପଟ୍ଟନାୟକ କହିଛନ୍ତି "ଗଣତନ୍ତ୍ରର ଅଧିକାର ପର୍ବରେ ଆଜି 2024 ମସିହାରେ ମୁଁ ସାମିଲ ହୋଇ ନିଜର ମତ ସାବ୍ୟସ୍ତ ପାଞ୍ଚ ବର୍ଷ ପାଇଁ ମତ ସାବ୍ୟସ୍ତ କଲି । ଯେଉଁ ମତ ସାବ୍ୟସ୍ତ କଲି ରାଜ୍ୟ ଓ ଦେଶର ବିକାଶ ହେବ । ସମସ୍ତେ ଆସନ୍ତୁ ପିପିଲି ଡେଲାଙ୍ଗର ବିକାଶ ହେବା ସହିତ ରାଜ୍ୟ ଦେଶର ବିକାଶ ହେବାରେ ସାମିଲ ହୁଅନ୍ତୁ । ମତଦାନ ସମୟରେ ଯେଉଁ ଖୁସି ଥାଏ ବେଶୀ ଖୁସି ସାଙ୍ଗରେ ନିଜ ସ୍ତ୍ରୀ ଓ ଝିଅ ସହିତ ମତଦାନ କରି ।"

ଇଟିଭି ଭାରତ, ପୁରୀ/ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.