ଢେଙ୍କାନାଳର ଏକାଧିକ ବୁଥରେ EVM ଅଚଳ, ବିଳମ୍ବ ହେଲା ମତଦାନ - EVM glitch

By ETV Bharat Odisha Team

Published : May 25, 2024, 10:10 AM IST

thumbnail
ଢେଙ୍କାନାଳର ଏକାଧିକ ବୁଥରେ EVM ଅଚଳ, ବିଳମ୍ବ ହେଲା ମତଦାନ (ETV Bharat Odisha)

EVM glitch in Dhenkanal booths: ଢେଙ୍କାନାଳ: ରାଜ୍ୟରେ ଆଜି ଜାରି ରହିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ସକାଳ ୭ଟାରୁ ୬ ସଂସଦୀୟ କ୍ଷେତ୍ର ଓ ଏହା ଅଧିନସ୍ଥ ୪୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେଉଛି । ଏହାରି ମଧ୍ୟରେ ଢେଙ୍କାନାଳ ଜିଲ୍ଲାର ଏକାଧିକ ବୁଥରେ ଇଭିଏମ ଅଚଳ ହୋଇଥିବା ଖବର ଆସିଛି  । ଜିଲ୍ଲାର 157, 166, 167, 169, 175, 176 ନଂ ବୁଥରେ ଇଭିଏମ ତ୍ରୁଟି ଦେଖାଯାଇଛି । ଫଳରେ ଏହିସବୁ ବୁଥଗୁଡିକରେ ମତଦାନ ବାଧାପ୍ରାପ୍ତ ହୋଇଛି । ଏହି କାରଣରୁ କିଛି କିଛି ସ୍ଥାନରେ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଛି  । ସେହିପରି ୧୭୮ ନଂ ବୁଥରେ ଏକଘଣ୍ଟା ପରେ ଭୋଟଗ୍ରହଣ ଆରମ୍ଭ ହୋଇଛି  । ଢେଙ୍କାନାଳ ଜିଲ୍ଲାର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର ଓ ପରଜଙ୍ଗ ବିଧାନସଭା ଆସନ ପାଇଁ ଭୋଟ ପଡୁଛି  । ଏଥିପାଇଁ ମୋଟ ୧୦୨୧ଟି ବୁଥ କରାଯାଇଛି  । ନିର୍ବାଚନ ଲଢୁଥିବା ୩୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୯ ଲକ୍ଷ ୭୨ହଜାର ୩୩ଜଣ ଭୋଟର  । ମତଦାନକୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି  । ଭୋଟ ଦେବାକୁ ସକାଳୁ ବିଭିନ୍ନ ବୁଥ ଆଗରେ ଲୋକଙ୍କର ଲମ୍ବା ଲାଇନ ଲାଗିଛି  । 

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.