ଭୋଟ ଦେଲେ ନୟାଗଡ ଜିଲ୍ଲାପାଳ ଓ SP - Lok Sabha Election 2024

By ETV Bharat Odisha Team

Published : May 25, 2024, 3:49 PM IST

thumbnail
Third Phase Voting (ETV Bharat Odisha)

Voting Under Way In Nayagarh: ନୟାଗଡ: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ଗଣତନ୍ତ୍ରର ଏହି ମହାନ ପର୍ବରେ ଆଜି 7ଟି ସଂସଦୀୟ କ୍ଷେତ୍ର ପାଇଁ ମତଦାନ ଚାଲିଛି । ସେହି କ୍ରମରେ ପୁରୀ ଲୋକସଭା ଅଧିନସ୍ଥ ନୟାଗଡ଼ ବିଧାନସଭା ଆସନରେ ଚାଲିଛି ମତଦାନ । ତେବେ ଏହି ମହାନ ପର୍ବ ନିର୍ବାଚନରେ ସାମିଲ ହୋଇଛନ୍ତି ନୟାଗଡ଼ ଜିଲ୍ଲାପାଳ ଏବଂ SP । ନୟାଗଡ଼ ଜିଲ୍ଲାପାଳ ସ୍ବଧା ଦେବ ସିଂହ ଏବଂ ନୟାଗଡ଼ SP ରାହୁଲ ଜୈନ ନୟାଗଡ଼ର 85 ବୁଥରେ ନିଜେ ମତଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ.. ଖଣ୍ଡପଡାରେ ବୁଲିଲା ଖଣ୍ଡା, 3 ଜଣଙ୍କୁ ବାନ୍ଧିଲା ପୋଲିସ - KHANDAPADA VIOLENCE

ଉଭୟ ନୟାଗଡ଼ ଜିଲ୍ଲାର ନିର୍ବାଚନ ପରିଚାଳନା କରିବା ସହ ଭୋଟ ଦେଇଛନ୍ତି l ତେବେ ନୟାଗଡ଼ SP ରାହୁଲ ଜୈନ ନିଜ ପତ୍ନୀ ଓ କୁନି ଝିଅଙ୍କୁ ନେଇ ବୁଥରେ ଭୋଟ ଦେବା ସହ ସେଲ୍ଫି ନେଇଥିଲେ । ଏଠାରେ ତାଙ୍କର ପ୍ରଥମ ଭୋଟ ହୋଇଥିବା କହି ନିଜର ଖୁସି ପ୍ରକାଶ କରିଥିଲେ l ଅନ୍ୟପଟେ ନୟାଗଡ଼ ଜିଲ୍ଲାପାଳ ସ୍ଵଧା ଦେବ ସିଂହ ନେତା କେମିତି ହେବା ଦରକାର ସେ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି l ନୟାଗଡ଼ ଜିଲ୍ଲାପାଳ ଓ SP ନିଜର ମତଦାନ ଦେବା ସହିତ ଅନ୍ୟମାନଙ୍କୁ ମଧ୍ୟ ଆସି ଭୋଟ ଦେବାପାଇଁ ଆବେଦନ କରିଛନ୍ତି । ଏହାସହିତ ଶାନ୍ତି ଶୃଙ୍ଖଳା ସହିତ ତିନୋଟି ଯାକ ନିର୍ବାଚନ ମଣ୍ଡଳୀରେ ନିଜେ ଏସପି ନିଜର ଟିମ ସହିତ ନଜର ରଖୁଥିବାର ସୂଚନା ହେଇଛନ୍ତି l  

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.