ETV Bharat / city

ରାଜ୍ୟରୁ ପୁଣି 14 ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ସ୍ଥାନୀୟ ସଂକ୍ରମଣ

author img

By

Published : Jan 8, 2022, 3:18 PM IST

Updated : Jan 8, 2022, 6:06 PM IST

ପୁଣି ରାଜ୍ୟରୁ 14 ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତଙ୍କ ସଂଖ୍ୟା 75ରେ ପହଞ୍ଚିଲା । ଅଧିକ ପଢନ୍ତୁ

ରାଜ୍ୟରୁ ପୁଣି 14 ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, 75 ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା
ରାଜ୍ୟରୁ ପୁଣି 14 ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ପୁଣି ରାଜ୍ୟରୁ 14 ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା 75ରେ ପହଞ୍ଚିଛି । ସୂଚନା ଅନୁଯାୟୀ ରାଜ୍ୟରୁ ଜଣେ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ଏହା ମଧ୍ୟ ପଢନ୍ତୁ:- ଜାନୁଆରୀ 25 ସୁଦ୍ଧା ପିକ୍ ଛୁଇଁବ କୋରୋନା: ସ୍ବାସ୍ଥ୍ୟ ବିଶେଷଜ୍ଞ

ତେବେ ରାଜ୍ୟ ତଥା ଦେଶରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସମୟରେ ଚିନ୍ତା ବଢାଉଛି ଓମିକ୍ରନ । ଏହି ପରିପ୍ରେକ୍ଷୀରେ ପୁଣି 14 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 8 ଜଣ ସ୍ଥାନୀୟ ସଂକ୍ରମଣ ଥିବାବେଳେ 6 ଜଣ ବିଦେଶ ଫେରନ୍ତା ଅଛନ୍ତି । ଦକ୍ଷିଣ ଆଫ୍ରିକାରୁ 3 ଜଣ, ନରୱେ, କାତାର ଓ ସିଙ୍ଗାପୁରରରୁ ଫେରିଥିବା ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated :Jan 8, 2022, 6:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.