ETV Bharat / city

ଜାନୁଆରୀ 25 ସୁଦ୍ଧା ପିକ୍ ଛୁଇଁବ କୋରୋନା: ସ୍ବାସ୍ଥ୍ୟ ବିଶେଷଜ୍ଞ

author img

By

Published : Jan 8, 2022, 4:02 PM IST

Updated : Jan 8, 2022, 5:04 PM IST

ରାଜ୍ୟରେ ଜାନୁଆରୀ 25 ସୁଦ୍ଧା ପିକ୍ ଛୁଇଁବ କୋରୋନା ସଂକ୍ରମଣ । ହେଲେ ବି ଲକଡାଉନ କି ସଟଡାଉନର ଆବଶ୍ୟକତା ପଡିନାହିଁ କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ । ଅଧିକ ପଢନ୍ତୁ

ଜାନୁଆରୀ 25 ସୁଦ୍ଧା ପିକ୍ ଛୁଇଁବ କୋରୋନା: ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଜାନୁଆରୀ 25 ସୁଦ୍ଧା ପିକ୍ ଛୁଇଁବ କୋରୋନା: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ଜାନୁଆରୀ 25 ସୁଦ୍ଧା ପିକ୍ ଛୁଇଁବ କୋରୋନା । ଏବେ ରାଜ୍ୟରେ ଆବଶ୍ୟକ ନାହିଁ ଲକ୍‌ଡାଉନ ବା ସଟଡାଉନ । ଯଦିଓ ଏବେ ସଂକ୍ରମଣ ବଢୁଛି, ଗୁରୁତର କରୁନି । ଅଧିକ ହସ୍ପିଟାଲ ବେଡ଼ ଦରକାର ମଧ୍ୟ ଆବଶ୍ୟକତା ପଡୁନାହିଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି ।

ସେ କହିଛନ୍ତି ଯେ, ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢୁଥିଲେ ବି ଚିକିତ୍ସା କ୍ଷେତ୍ରରେ ବିଶେଷ ପ୍ରଭାବ ପଡୁନି । ଗୁରୁତର ସଂଖ୍ୟା ବହୁତ କମ ରହୁଛି । ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ଆମେ ଯଦି ସତର୍କ ରହିବା ଫେବୃଆରୀ ଶେଷ ସୁଦ୍ଧା ଏହି ସଂକ୍ରମଣକୁ ପାର କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ।

ଜାନୁଆରୀ 25 ସୁଦ୍ଧା ପିକ୍ ଛୁଇଁବ କୋରୋନା: ସ୍ବାସ୍ଥ୍ୟ ନିର୍ଦ୍ଦେଶକ


ସୂଚନା ଅନୁଯାୟୀ, ରାଜ୍ୟରେ ଅନେକ ଜିଲ୍ଲାରେ ହୁ ହୁ ହୋଇ ବଢୁଛି ସଂକ୍ରମଣ । ରେଡ଼ ଯୋନରେ ଖୋର୍ଦ୍ଧା ରହିଛି । ପଶ୍ଚିମ ଓଡ଼ିଶାରେ ଏବେ ସଂକ୍ରମଣ ବଢୁଛି । ସମ୍ବଲପୁର, ସୁନ୍ଦରଗଡ, କଟକ ଭଳି ଅନେକ ଜିଲ୍ଲାରେ ବଢୁଛି ସଂକ୍ରମଣ । ତେବେ ଲୋକମାନେ ଯଦି କୋଭିଡ କଟକଣା ମାନିବେ ତେବେ ସଂକ୍ରମଣ ବଢିବ ନାହିଁ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jan 8, 2022, 5:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.