ETV Bharat / city

କମେଣ୍ଟ ମରାରୁ ବିଭତ୍ସ ହତ୍ୟାକାଣ୍ଡ: ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର

author img

By

Published : Mar 23, 2022, 10:16 PM IST

କମେଣ୍ଟ ମରାରୁ ବିଭତ୍ସ ହତ୍ୟାକାଣ୍ଡ: ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର
କମେଣ୍ଟ ମରାରୁ ବିଭତ୍ସ ହତ୍ୟାକାଣ୍ଡ: ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର

ଗଞ୍ଜାମରେ କମେଣ୍ଟ ମରାକୁ ନେଇ ଘଟିଥିବା ବିଭତ୍ସ ହତ୍ୟାକାଣ୍ଡର ମୃତଦହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର । ଅଧିକ ପଢନ୍ତୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପିତଳ ଠାରେ କମେଣ୍ଟ ମରାକୁ କେନ୍ଦ୍ର କରି ଘଟି ଯାଇଥିବା ଗୋଟିଏ ପରିବାରର ୪ ଭାଇଙ୍କ ହତ୍ୟା ଘଟଣାରେ ସମସ୍ତ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କଲା ପୋଲିସ । ବ୍ରହ୍ମପୁର ଏମକେସିଜି ମେଡିକାଲରେ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଛି ।

କମେଣ୍ଟ ମରାରୁ ବିଭତ୍ସ ହତ୍ୟାକାଣ୍ଡ: ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର

ଏହା ମଧ୍ୟ ପଢନ୍ତୁ:- କମେଣ୍ଟମରାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଏକାସାଙ୍ଗେ ଚାଲିଗଲା ୪ ଭାଇଙ୍କ ଜୀବନ

ଦୀର୍ଘବର୍ଷ ଧରି ମୃତକମାନେ ସୁରତରେ ରହି କାର୍ଯ୍ୟ କରି ଆସୁ ଥିବାବେଳେ ଗତ କିଛି ମାସ ଧରି ଫାଷ୍ଟଫୁଡ୍ ଦୋକାନ କରି ବ୍ୟବସାୟ କରୁଥିଲେ । ହେଲେ ଗତକାଲି(ମଙ୍ଗଳବାର) ରାତିରେ କମେଣ୍ଟ ମରାକୁ ନେଇ ଘଟିଥିବା ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି । ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ପୋଲିସ ପକ୍ଷରୁ ୪ଟି ଟିମ୍ ଘଟଣା କରାଯାଇ ମାମଲାର ତଦନ୍ତ ଜାରି ରହିଛି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.