ETV Bharat / city

କମେଣ୍ଟମରାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଏକାସାଙ୍ଗେ ଚାଲିଗଲା ୪ ଭାଇଙ୍କ ଜୀବନ

author img

By

Published : Mar 23, 2022, 9:18 AM IST

Updated : Mar 23, 2022, 3:45 PM IST

କମେଣ୍ଟମରା ଓ ପୂର୍ବ ଶତ୍ରୁତାକୁ ନେଇ ଗଞ୍ଜାମ ଜିଲ୍ଲାର ହିଞ୍ଜଳିକାଟୁ ଥାନା ଅନ୍ତର୍ଗତ ପିତଳ ଗାଁ ନିକଟରେ ଗତକାଲି ମଧ୍ୟରାତ୍ରିରେ ଘଟିଛି ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

କମେଣ୍ଟମରାକୁ କେନ୍ଦ୍ର କରି ହତ୍ୟାକାଣ୍ଡ
କମେଣ୍ଟମରାକୁ କେନ୍ଦ୍ର କରି ହତ୍ୟାକାଣ୍ଡ

ଗଞ୍ଜାମ: ହିଞ୍ଜିଳିକାଟୁରେ ଶେରଗଡ଼ ବ୍ଳକ ଅନ୍ତର୍ଗତ ପିତ୍ତଳ ଗାଁରେ ଜଘନ୍ୟ ହତ୍ୟାକାଣ୍ଡ । ୪ ଜଣଙ୍କୁ ବୀଭତ୍ସ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପରିବାରର ୩ ଜଣ ସମେତ ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ହତ୍ୟା କରାଯାଇଛି । କମେଣ୍ଟମରାକୁ କେନ୍ଦ୍ର କରିଗୋଷ୍ଠୀ ସଂଘର୍ଷ ଯୋଗୁଁ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ହିଞ୍ଜିଳିକାଟୁ ଥାନା ପୋଲିସ ସହ ୪ଟି ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କମେଣ୍ଟମରାକୁ କେନ୍ଦ୍ର କରି ହତ୍ୟାକାଣ୍ଡ

ଏହି ହତ୍ୟାକାଣ୍ଡରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି । ଏହି ଜଘନ୍ୟ କାଣ୍ଡରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଖୁବଶ୍ରୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା SSP ବିଜ୍ରେଶ କୁମାର ରାୟ । ଗତକାଲି(ମଙ୍ଗଳବାର) ରାତ୍ର ପ୍ରାୟ ୮ଟା ବେଳେ ଏହି ହତ୍ୟାକାଣ୍ଡ ହୋଇଥିଲା । ହତ୍ୟାକାଣ୍ଡ ଶିକାର ହୋଇଥିବା 4 ଭାଇ ଏକ ଫାଷ୍ଟଫୁଡ ଦୋକାନ କରି ଘର ଚଳାଉଥିଲ।

କମେଣ୍ଟମରାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଏକାସାଙ୍ଗେ ଚାଲିଗଲା ୪ ଭାଇଙ୍କ ଜୀବନ

ସେହି ସ୍ଥାନରେ ଏକ ଛୋଟ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଉଦ୍ଧାର ବେଳେ କମେଣ୍ଟ ମରାକୁ କେନ୍ଦ୍ର କରି ସାମାନ୍ୟ ବଚସା ହୋଇଥିଲା । ଏହାକୁ ନେଇ ଗତକାଲି ରାତି ୧୧ଟା ବେଳେ ଦୁବୃର୍ତ୍ତମାନେ ଠେଙ୍ଗା ଓ କାଠ ଫାଳିଆ ସହ ଲୁହା ଏଙ୍ଗେଲରେ ଅତର୍କିତ ଆକ୍ରମଣ କରିଥିଲେ । ଏଥିରେ ୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିଲେ । ତେବେ ସେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ଅଞ୍ଚଳବାସୀ ରାସ୍ତାରୋକ କରିଥିବା ଦେଖାଯାଇଛି ‌।

ଗତକାଲି ମଧ୍ୟରାତ୍ରିରେ ଏହି ଘଟଣା ଘଟିଛି । ୪ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଥିବା ଚାରି ଜଣଙ୍କ ମଧ୍ୟରେ ଗୋଟିଏ ପରିବାରର ତିନି ଭାଇ ସମେତ ଅନ୍ୟ ଜଣେ ସଂପର୍କୀୟ ରହିଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଳକର ନରେନ୍ଦ୍ରପୁର ଛକ ନିକଟରେ ରହିଥିବା ଏକ ଫାଷ୍ଟଫୁଡ୍ ଦୋକାନ ନିକଟରେ କମେଣ୍ଟମରା ଓ ପୂର୍ବ ଶତ୍ରୁତାରୁ ଏଭଳି ଗୋଷ୍ଠୀ ସଂଘର୍ଷ ଘଟି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ମାନେ ହେଲେ ରାଜା ସ୍ବାଇଁ, ଶମ୍ବୁ ସ୍ବାଇଁ, ସଞ୍ଜୟ ସ୍ବାଇଁ ଏବଂ ଅନ୍ୟଜଣେ ତାଙ୍କ ପୁତୁରା ବୋଲି ଜଣାପଡିଛି । ଏହାକୁ ନେଇ ଗ୍ରାମରେ ଚାପା ଉତ୍ତୋଜନା ଲାଗି ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated :Mar 23, 2022, 3:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.