ETV Bharat / city

ଆଜି ଉଦ୍‌ଘାଟନ ହେବ ସ୍ମାର୍ଟ ସ୍କୁଲ, ସାମିଲ ହେବେ ୧୦୦ ବିଧାୟକ

author img

By

Published : Aug 20, 2021, 10:31 PM IST

Updated : Aug 21, 2021, 8:38 AM IST

ଉଦ୍‌ଘାଟନ ହେବ ୫୦ ସ୍ମାର୍ଟ ସ୍କୁଲ, କାର୍ଯ୍ୟକ୍ରମରେ ସାମିଲ ହେବେ ୧୦୦ ବିଧାୟକ
ଉଦ୍‌ଘାଟନ ହେବ ୫୦ ସ୍ମାର୍ଟ ସ୍କୁଲ, କାର୍ଯ୍ୟକ୍ରମରେ ସାମିଲ ହେବେ ୧୦୦ ବିଧାୟକ

କୋରୋନା ମହାମାରୀ ଯୋଗୁଁ ଅନଲାଇନ ଶିକ୍ଷାଦାନ ଯୋଗୁଁ ରାଜ୍ୟର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ ହେଉଥିବା ବେଳେ ଏବେ ସ୍ମାର୍ଟ କ୍ଲାସରୁମ ମାଧ୍ୟମରେ ନାଁ ପିଲା ମାନଙ୍କୁ ତଳେ ବସିବାକୁ ହେବ ନାଁ ସ୍ମାର୍ଟଫୋନର ଆବଶ୍ୟକତା ରହିବ LED ମାଧ୍ୟମରେ ପାଠ ପଢିବେ ଛାତ୍ରଛାତ୍ରୀ ।ଅଧିକ ପଢନ୍ତୁ...

ବ୍ରହ୍ମପୁର: ସ୍ମାର୍ଟ ହେବ ସ୍କୁଲ ଆଉ ସ୍ମାର୍ଟ ହେବେ ବିଦ୍ୟାର୍ଥୀ । ବ୍ଲାକ୍ ବୋର୍ଡ ବଦଳରେ ହ୍ବାଇର୍ଟ ବୋର୍ଡ ଏବଂ ଏଲ୍.ଇ.ଡି(LED) ଦେଖି ସରକାରୀ ବିଦ୍ୟାଳୟର ଏଣିକି ଶ୍ରେଣୀ ଗୃହରେ ବସି ପାଠ ପଢିବେ ଛାତ୍ରଛାତ୍ରୀ । ରାଜ୍ୟରେ ୫T ଅଧିନରେ ରୂପାନ୍ତରକରଣ ହୋଇଥିବା ବିଦ୍ୟାଳୟ ଗୁଡିକୁ ସ୍ମାର୍ଟ କ୍ଲାସ ରୁମ୍ ସହିତ ଇ-ଲାଇବ୍ରେରୀ ବ୍ୟବସ୍ଥାର ଭରପୁର ବ୍ୟବହାର କରି ନିଜର ଉଜ୍ଜଳ ଭବିଷ୍ୟତ ଗଢିବେ ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଗଞ୍ଜାମ ଜିଲ୍ଲାର ଅନ୍ତର୍ଗତ ହିଞ୍ଜିଳିକାଟୁ ଓ ଶେରଗଡ଼ର ୫୦ ଗୋଟି ହାଇସ୍କୁଲରେ ଶିକ୍ଷା ବ୍ୟବସ୍ଥାର ଉନ୍ନତୀକରଣ କାର୍ଯ୍ୟକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ବିଦ୍ୟାଳୟ ଗୁଡ଼ିକର ସଂପୂର୍ଣ୍ଣ ରୂପାନ୍ତରିତ କାର୍ଯ୍ୟକୁ ନେଇ ଖୁସି ପ୍ରକାଶ କରିଛନ୍ତି ବିଦ୍ୟାଳୟର ବିଦ୍ୟାର୍ଥୀ ଓ ଶିକ୍ଷକ ।

ଉଦ୍‌ଘାଟନ ହେବ ୫୦ ସ୍ମାର୍ଟ ସ୍କୁଲ, କାର୍ଯ୍ୟକ୍ରମରେ ସାମିଲ ହେବେ ୧୦୦ ବିଧାୟକ

ଆଜି ଠାରୁ ଦୈନିକ ୧୦ ଗୋଟି ଲେଖାଏଁ ବିଦ୍ୟାଳୟକୁ ରାଜ୍ୟର ବିଭିନ୍ନ ଅଞ୍ଚଳର ବିଧାୟକ ମାନଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସ ଜରିଆରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଗୋଟିଏ ଦିନ ପରେ ଆୟୋଜିତ ହେବାକୁ ଥିବା ଏଭଳି ନୂତନ ବ୍ୟବସ୍ଥାର ଶୁଭାରମ୍ଭରେ ଗୋଟିଏ ବିଦ୍ୟାଳୟରେ ଦୁଇ ଜଣ ଲେଖାଏଁ ବିଧାୟକଙ୍କ ସହିତ ମୋଟ ୨୦ ଜଣ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଉତ୍ସବରେ ସାମିଲ ହେବେ । ଓଡ଼ିଶା ବିଧାନସଭାର ୧୦୦ରୁ ଊର୍ଦ୍ଧ୍ୱ ବିଧାୟକ ଏସବୁ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ଉଦ୍‌ଘାଟନୀ ଉତ୍ସବରେ ହେବେ ସାମିଲ ।

ତେବେ ପ୍ରତ୍ୟେକ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ରାଜ୍ୟର ବିଧାୟକ ମାନେ ରାଜ୍ୟ ପର୍ଯ୍ୟଟନ ଯୋଜନାରେ ହାତକୁ ନିଆଯାଇଥିବା ବ୍ରହ୍ମପୁର ସହରର ରାମଲିଙ୍ଗେଶ୍ବର ପାର୍କ ସହିତ ମିନି ଷ୍ଟାଡିୟମ୍ ଭଳି ବିଭିନ୍ନ ବିକାଶ କାର୍ଯ୍ୟକୁ ପରିଦର୍ଶନ କରିବେ । ଯାହାକୁ ନେଇ ଗଞ୍ଜାମ ଜିଲ୍ଲାର ପ୍ରଶାସନ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । ଆଉ ସରକାରଙ୍କ ଏହି ଯୋଜନା ମାଧ୍ୟମରେ ସଂପୂର୍ଣ୍ଣ ବିଦ୍ୟାଳୟରେ ରୂପାନ୍ତରୀତ କାର୍ଯ୍ୟରେ କେବଳ ସ୍ମାର୍ଟ କ୍ଳାସ କିମ୍ବା ଇ ଲାଇବ୍ରେରୀ ବ୍ୟବସ୍ଥା ନୁହେଁ ବରଂ ଖେଳପଡିଆ ଠାରୁ ଆରମ୍ଭ କରି ବିଦ୍ୟାଳୟରେ ପାନୀୟଜଳ ଏବଂ ଅତ୍ୟାଧୁନିକ ଲ୍ୟାବ ବ୍ୟବସ୍ଥା ଭଳି ଅନେକ ବିଷୟକୁ ଦିଆଯାଇଛି ଗୁରୁତ୍ବ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

Last Updated :Aug 21, 2021, 8:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.