ETV Bharat / business

କେମିତି କମ୍ ହୁଏ କ୍ରେଡିଟ ସ୍କୋର ? ତୃଟି ଥିଲେ ତୁରନ୍ତ କରନ୍ତୁ ସଂଶୋଧନ

author img

By

Published : Dec 13, 2022, 7:29 PM IST

କେମିତି କମ୍ ହୁଏ କ୍ରେଡିଟ ସ୍କୋର ? ତ୍ରୁଟି ଥିଲେ ତୁରନ୍ତ କରନ୍ତୁ ସଂଶୋଧନ
କେମିତି କମ୍ ହୁଏ କ୍ରେଡିଟ ସ୍କୋର ? ତ୍ରୁଟି ଥିଲେ ତୁରନ୍ତ କରନ୍ତୁ ସଂଶୋଧନ

ହୋମ ଲୋନ ହେଉ କି କାର୍ ଲୋନ, ବ୍ୟାଙ୍କ ଏହାକୁ ମଞ୍ଜୁର କରିବା ପୂର୍ବରୁ ଗ୍ରାହକଙ୍କ କ୍ରେଡିଟ ସ୍କୋର ଯାଞ୍ଚ କରେ । ଉଚ୍ଚ ସ୍କୋର ଥିଲେ ଲୋନ ମିଳିବା ସହଜ ହୁଏ । ତେଣୁ ପ୍ରତ୍ୟେକ ବ୍ୟକ୍ତି ଉନ୍ନତ କ୍ରେଡିଟ ରିପୋର୍ଟ ବଜାୟ ରଖିବା ଦିଗରେ ଯତ୍ନବାନ ହେବା ଆବଶ୍ୟକ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବ୍ୟାଙ୍କ ଲୋନ ପାଇବାରେ କ୍ରେଡିଟ ସ୍କୋର(credit score) ପ୍ରମୁଖ ଭୂମିକ ଗ୍ରହଣ କରେ । ଯଦି ଆପଣଙ୍କ କ୍ରେଡିଟ ସ୍କୋର ଉନ୍ନତ ତେବେ ଲୋନ ମିଳିବାର ସମ୍ଭାବନା ଅଧିକ । ଯଦି ସ୍କୋର ଖରାପ ତାହାହେଲେ ବ୍ୟାଙ୍କ ଆପଣଙ୍କ ଲୋନ ଆବେଦନକୁ ଗ୍ରହଣ କରିନପାରେ । ତେଣୁ ଏକ ଭଲ କ୍ରେଡିଟ ସ୍କୋର ବଜାୟ ରଖିବା ଦିଗରେ ସମସ୍ତେ ଯତ୍ନବାନ ହେବା ଉଚିତ୍ । ଅନେକ ସମୟରେ ଆପଣ ନିୟମିତ ଭାବେ କିସ୍ତି ପ୍ରଦାନ କରୁଥିଲେ ହେଁ ଆପଣଙ୍କର କ୍ରେଡିଟ ରିପୋର୍ଟ ପ୍ରଭାବିତ ହୋଇଥାଏ । ଏହିଭଳି ତୃଟି ପ୍ରତି ଧ୍ୟାନ ଦେଇ ଠିକ୍ ସମୟରେ କ୍ରେଡିଟ ବ୍ୟୁରୋ ମାଧ୍ୟମରେ ସଂଶୋଧନ କରନ୍ତୁ । ଉଚ୍ଚ କ୍ରେଡିଟ ସ୍କୋର ଅନେକ ଫାଇଦା ଦେଇଥାଏ ।

ବ୍ୟାଙ୍କ ଭଲ କ୍ରେଡିଟ ସ୍କୋର ଥିବା ଗ୍ରାହକଙ୍କୁ ଲୋନ ଉପରେ ୫୦ ବେସିସ୍ ପଏଣ୍ଟ ବା ୦.୫୦% ସୁଧ ଛାଡ କରିଥାଏ । ଦୀର୍ଘକାଳୀନ ଲୋନରେ ଯଦି ଅଧା ପ୍ରତିଶତରୁ କମ୍ ରିହାତି ମିଳେ ତଥାପି ଲୋନକର୍ତ୍ତାଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଥାଏ । ଏହି କ୍ଷେତ୍ରରେ କ୍ରେଡିଟ ସ୍କୋରର ଭୂମିକା ଗୁରୁତ୍ବପୂର୍ଣ୍ଣ । କ୍ରେଡିଟ ରିପୋର୍ଟରେ ଲୋନ, ଏହାର କିସ୍ତି ପ୍ରଦାନ, କ୍ରେଡିଟ କାର୍ଡ ବିଲ୍, ଲୋନ ପାଇଁ କରାଯାଇଥିବା ଯାଞ୍ଚ ଓ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦର୍ଶାଯାଇଥାଏ ।

ଯେତେବେଳେ ଆପଣ କ୍ରେଡିଟ ରିପୋର୍ଟ ଯାଞ୍ଚ କରୁଛନ୍ତି, ପ୍ରଥମେ ନିଜର ନାମ, ପାନ୍, ମୋବାଇଲ, ଇମେଲ୍, ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଠିକ୍ ଅଛି ନା ନାହିଁ ତାହା ଦେଖନ୍ତୁ । ଯଦି କୌଣସି ପ୍ରକାର ତୃଟି ପରିଲକ୍ଷିତ ହୁଏ ତେବେ କ୍ରେଡିଟ ବ୍ୟୁରୋ ସହାୟତାରେ ଏହାକୁ ଠିକ୍ କରାନ୍ତୁ । ଏହି ରିପୋର୍ଟରେ ସାମାନ୍ୟତମ ତୃଟି ଆପଣଙ୍କ କ୍ରେଡିଟ ସ୍କୋର ଖରାପ କରିପାରେ । ଏହାଦ୍ବାରା ବ୍ୟାଙ୍କ ଲୋନ ମଞ୍ଜୁର କରିବ ନାହିଁ ।

ବେଳେବେଳେ ଆପଣ ଲୋନ ନେଇନଥିଲେ ମଧ୍ୟ ଆପଣଙ୍କ ନାଁରେ ଲୋନ ପାଇଁ ଯାଞ୍ଚ ସମୟରେ ଇଏମଆଇ ପୈଠ ସ୍ଥାନରେ ଡିଫଲ୍ଟ ଦେଖାଇଥାଏ । ଏପରିକି ଇଏମଆଇ, ଠିକଣା ଓ ନାମରେ ମଧ୍ୟ ତୃଟି ଦେଖିବାକୁ ମିଳେ । ଏପରି ହେଲେ ଆପଣ କ୍ରେଡିଟ ବ୍ୟୁରୋକୁ ଲିଖିତ ରୂପେ ସୂଚିତ କରିପାରିବେ । ବର୍ତ୍ତମାନ ଏକାଧିକ କ୍ରେଡିଟ ବ୍ୟୁରୋ ଏକ ସ୍କୋର ପ୍ରଦାନ କରୁଛନ୍ତି ।

ଏହାମଧ୍ୟ ପଢନ୍ତୁ: ସନ୍ତାନଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ଏମିତି କରନ୍ତୁ ଯୋଜନା

ସାଧାରଣତଃ ବ୍ୟାଙ୍କ ଲୋନ କର୍ତ୍ତାଙ୍କ CIBIL ସ୍କୋର ଯାଞ୍ଚ କରିଥାଏ । ଅନ୍ୟ ବ୍ୟୁରୋ ନିକଟରେ ରେକର୍ଡ ଥିବା ବିବରଣୀ ମଧ୍ୟ ଦେଖେ । ତୃଟି ନେଇ ଆପଣ ପ୍ରମାଣ ଦେଲେ ବ୍ୟୁରୋ ଏଥିରେ ସଂଶୋଧନ କରିଥାଏ । ବେଳେବେଳେ ଆପଣଙ୍କୁ ବ୍ୟାଙ୍କ ଓ କ୍ରେଡିଟ କାର୍ଡ କମ୍ପାନୀଙ୍କୁ ଏଥିପାଇଁ ଯୋଗାଯୋଗ କରିବାକୁ ପଡିପାରେ । ତେବେ ଇଏମଆଇ, କ୍ରେଡିଟ କାର୍ଡ ବିଲ୍ ପେମେଣ୍ଟ ବ୍ୟାଙ୍କ ସ୍ତରରେ ଠିକ୍ କରାଯାଇପାରେ । ହେଲେ ଯଦି ଆପଣ ଅଭିଯୋଗ ଦାଖଲ କରିବାକୁ ଚାହାନ୍ତି ତେବେ କ୍ରେଡିଟ ବ୍ୟୁରୋଗୁଡିକର ୱେବସାଇଟରେ ଏହା କରିପାରିବେ । ଏହି ସଂଶୋଧନ ପାଇଁ ୩୦ରୁ ୪୫ ଦିନ ସମୟ ଲାଗିଥାଏ ।

ସମସ୍ତ ଋଣକର୍ତ୍ତା ନିଜର କ୍ରେଡିଟ ରିପୋର୍ଟ ଓ ସ୍କୋର ନିୟମିତ ଭାବେ ଚେକ୍ କରିବା ଜରୁରୀ । କେତେକ କମ୍ପାନୀ ମାସିକ ରିପୋର୍ଟ ନିଶୁଳ୍କ ଅଫର କରିଥାନ୍ତି । ଏହି ରିପୋର୍ଟ ଚେକ୍ ଦ୍ବାରା ସ୍କୋର ଉପରେ କୌଣସି ପ୍ରଭାବ ପଡିନଥାଏ । ବର୍ତ୍ତମାନ ସମୟରେ ସାଇବର ଅପରାଧୀମାନେ ଅନ୍ୟର ପରିଚୟରେ କ୍ରେଡିଟ କାର୍ଡ ଓ ଲୋନ ନେବାକୁ ଚେଷ୍ଟା କରୁଛନ୍ତି । ତେଣୁ ଏ ଦିଗରେ ସାବଧାନ ରହିବା ଜରୁରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.