ETV Bharat / business

ସନ୍ତାନଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ଏମିତି କରନ୍ତୁ ଯୋଜନା

author img

By

Published : Dec 10, 2022, 2:09 PM IST

ସନ୍ତାନଙ୍କ ସୁରକ୍ଷିତ ଭବିଷ୍ୟ ପାଇଁ ଏମିତି କରନ୍ତୁ ଯୋଜନା
ସନ୍ତାନଙ୍କ ସୁରକ୍ଷିତ ଭବିଷ୍ୟ ପାଇଁ ଏମିତି କରନ୍ତୁ ଯୋଜନା

ଚାଇଲ୍ଡ ଇନସ୍ୟୁରାନ୍ସ ପ୍ଲାନରେ ଇନସ୍ୟୁରାନ୍ସ ସହ ନିବେଶ ସୁବିଧା ମିଳିଥାଏ । ଦିନକୁ ଦିନ ପିଲାଙ୍କ ପାଠପଢା ବ୍ୟୟବହୁଳ ହେଉଛି । ତେଣୁ ପିଲାର ଜନ୍ମ ପର ଠାରୁ ତାହାର ସୁରକ୍ଷିତ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବା ଉଚିତ୍ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ନିଜ ସନ୍ତାନଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ସବୁ ପିତାମାତା ଚିନ୍ତିତ । ପିଲାଙ୍କୁ ଉଚ୍ଚଶିକ୍ଷା ଦେବା ପାଇଁ ସେମାନେ ଅହରହ ପରିଶ୍ରମ କରୁଛନ୍ତି । ଅନେକ ନିଜ ପିଲାଙ୍କୁ ବିଦେଶରେ ପଢାଇବାକୁ ଆଗ୍ରହୀ ହେଉଛନ୍ତି । ହେଲେ ପର୍ଯ୍ୟାପ୍ତ ସମ୍ବଳ ଅଭାବରୁ ଅଧିକାଂଶ ବାପାମାଆଙ୍କର ଏହି ସ୍ବପ୍ନ ପୂରଣ ହୋଇପାରୁନି । ହେଲେ ଆବଶ୍ୟକୀୟ ଯୋଜନା ସହ ଏହି ସ୍ବପ୍ନ ସାକାର ସହଜ ହୋଇପାରିବ । ଏ କ୍ଷେତ୍ରରେ ଚାଇଲ୍ଡ ଇନସ୍ୟୁରାନ୍ସ(Child insurance) ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ପ୍ଲାନରେ ଉଭୟ ଇନସ୍ୟୁରାନ୍ସ ସହ ଇନଭେଷ୍ଟମେଣ୍ଟ ବା ନିବେଶ ସୁବିଧା ମିଳିଥାଏ ।

ଦେଶରେ ପାଠପଢା ଦିନକୁ ଦିନ ବ୍ୟୟବହୁଳ ହେବାରେ ଲାଗିଛି । ତେଣୁ ପିଲା ଜନ୍ମ ସମୟରୁ ହିଁ ତାହାର ଆର୍ଥିକ ସୁରକ୍ଷା ପାଇଁ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ । ଏପରି ଯୋଜନା ବନାନ୍ତୁ ଯାହା ଜନ୍ମ ଠାରୁ ୨୧ ବର୍ଷ ଯାଏଁ ଆପଣଙ୍କ ସନ୍ତାନର ପାଠପଢା ଓ ଅନ୍ୟାନ୍ୟ ବ୍ୟୟ କଭର କରିପାରୁଥିବ । ବର୍ତ୍ତମାନ ଶିକ୍ଷାନୁଷ୍ଠାନରେ ପାଠପଢା ଖର୍ଚ୍ଚ କେତେ ଓ ଆଗାମୀ ୧୫ ବର୍ଷ ଭିତରେ ଏହି ଖର୍ଚ୍ଚ କେତେ ବୃଦ୍ଧି ପାଇବା ତାହା ଆକଳନ କରନ୍ତୁ । ତଦନୁସାରେ ପିଲାଙ୍କ ପାଇଁ ନିବେଶ କରିବା ଆରମ୍ଭ କରନ୍ତୁ ।

ଆପଣ କରୁଥିବା ନିବେଶ ଅଧିକ ରିଟର୍ଣ୍ଣ ପ୍ରଧାନକାରୀ ହେବା ଉଚିତ୍ । ଏହା କେବଳ ଇକ୍ବିଟି, ମ୍ୟୁଚୁଆଲ ଫଣ୍ଡ, ଫିକ୍ସ ଡିପୋଜିଟ ଏବଂ ଇନସ୍ୟୁରାନ୍ସ ପଲିସି ଜରିଆରେ ହିଁ ସମ୍ଭବପର ହୋଇପାରିବ । ଆଜିକାଲି ବାପାମାଆ ପିଲାଙ୍କୁ ବିଶ୍ବର କୋଣଅନୁକୋଣକୁ ପାଠ ପଢିବାକୁ ପଠାଉଛନ୍ତି । ସେଥିପାଇଁ ସେମାନେ ଏହା ଜନିତ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତ ରହିବାକୁ ପଡିବ । ଆୟ ଉତ୍ସ ସୃଷ୍ଟି କରିବା ପାଇଁ ଦୀର୍ଘ ସମୟ ପର୍ଯ୍ୟନ ନିବେଶ ଜାରି ରଖିବା ଆବଶ୍ୟକ । ଏ କ୍ଷେତ୍ରରେ ପିପିଏଫ୍ (Public Provident Funds), ମ୍ୟୁଚୁଆଲ ଫଣ୍ଡ, ସେୟାର, ଗୋଲ୍ଡ, ରିଏଲ ଇଷ୍ଟେଟ ଇତ୍ୟାଦି ଭଲ ନିବେଶ ଅଟନ୍ତି । ରୋଜଗାର କରୁଥିବା ବ୍ୟକ୍ତିଙ୍କ ସହ କୌଣସି ଦୁର୍ଘଟଣା ଘଟିଲେ ଚାଇଲ୍ଡ ଇନସ୍ୟୁରାନ୍ସ ପଲିସି ଉପଯୋଗୀ ହୋଇଥାଏ, ମାତ୍ର ଏହା ପୁରା ପରିବାର ପାଇଁ ଉପଲବ୍ଧ ହୁଏ ନାହିଁ । ତେବେ ବୀମାକର୍ତ୍ତାଙ୍କ ମୃତ୍ୟୁ ପରେ ମଧ୍ୟ ଏହାକୁ ଜାରି ରଖିବା ଉଚିତ୍ ।

ଏହି ପଲିସିରେ ବୀମାଧାରକ ମୃତ୍ୟୁ ଘଟିଲେ କମ୍ପାନୀ ନୋମିନିଙ୍କୁ ତୁରନ୍ତ କ୍ଷତିପୂରଣ ଦେଇଥାଏ । ଏଥିସହ ଟର୍ମ ପୂରଣ ହେବା ଯାଏଁ କମ୍ପାନୀ ପ୍ରିମିୟମ ମଧ୍ୟ ପୈଠ କରିଥାଏ । ଏହାପରେ ପୁଣିଥରେ ଏହା ମ୍ୟାଚୁରିଟି ପରେ ନୋମିନଙ୍କୁ ପଲିସି ଭ୍ୟାଲୁ ପ୍ରଦାନ କରେ । ପିଲାଙ୍କ ଉଚ୍ଚଶିକ୍ଷା ଓ ବିବାହ ଖର୍ଚ୍ଚ ଆଧାରରେ ବୀମା ଅବଧି ନିର୍ଦ୍ଧାରିତ କରାଯାଏ । ଏନଡୋମେଣ୍ଟ ପ୍ଲାନ(Endowment plans) ଓ ୟୁନିଟ ଲିଙ୍କଡ ଇନସ୍ୟୁରାନ୍ସ ପଲିସି ପ୍ରତି ମଧ୍ୟ ନେଇପାରିବେ । ବିଶେଷକରି କମ୍ ରିସ୍କ ଚାହୁଁଥିବା ବ୍ୟକ୍ତିବିଶେଷ Endowment ପଲିସି ଉପରେ ବିଚାର କରିପାରିବେ । ଏଥିରେ ୬ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ମିଳିଥାଏ । ଜୀବନ ବୀମା ବାର୍ଷିକ ଆୟର ୧୦ରୁ ୧୨ ଗୁଣା ହେବା ଉଚିତ୍ ବୋଲି ଏକ୍ସପର୍ଟ ପରାମର୍ଶ ଦିଅନ୍ତୁ । ପିଲାଙ୍କ ଭବିଷ୍ୟତର ଆବଶ୍ୟକତା ପୂରଣ ପାଇଁ ଏବେ ଠାରୁ ନିଜ ଆୟର ୧୫ରୁ ୨୦ ପ୍ରତିଶତ ନିବେଶ କରିବା ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.