ETV Bharat / business

Share Market: ଲାର୍ସେନ ଆଣ୍ଡ ଟ୍ୟୁବ୍ରୋ ଓ ବଜାଜ ଫିନସର୍ଭ ସେୟାର ବୃଦ୍ଧି

author img

By ETV Bharat Odisha Team

Published : Sep 8, 2023, 5:49 PM IST

ଶୁକ୍ରବାର ସେୟାର ବଜାର
ଶୁକ୍ରବାର ସେୟାର ବଜାର

ଶୁକ୍ରବାର ସେୟାର ବଜାରରେ ବିଏସଇ ସୂଚକାଙ୍କ ସେନସେକ୍ସରେ 174.94 ପଏଣ୍ଟ ବୃଦ୍ଧି ଘଟି 66440.52ରେ ପହଞ୍ଚିଛି। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟରେ 49.55 ପଏଣ୍ଟ ବୃଦ୍ଧି ଘଟି ଏହା 19776.60 ପଏଣ୍ଟରେ କାରବାର କରିଛି। ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ସେୟାର ବଜାର ପ୍ରାରମ୍ଭିକ କାରବାରରେ ଶୁକ୍ରବାର ଲାର୍ସେନ ଆଣ୍ଡ ଟ୍ୟୁବ୍ରୋ ଏବଂ ବଜାଜ ଫିନସର୍ଭ ଭଳି ପ୍ରମୁଖ ସେୟାର ଗୁଡିକର କାରବାରରେ ଅଭିବୃଦ୍ଧି ଘଟିଛି। ତେବେ 30 ସେୟାର ଆଧାରିତ ବିଏସଇ ସୂଚକାଙ୍କ ସେନସେକ୍ସରେ 174.94 ପଏଣ୍ଟ ବୃଦ୍ଧି ଘଟି 66440.52ରେ ପହଞ୍ଚିଛି। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟରେ 49.55 ପଏଣ୍ଟ ବୃଦ୍ଧି ଘଟିଛି। ତେବେ ନିଫ୍ଟରେ ବୃଦ୍ଧି ଘଟି ଏହା 19776.60 ପଏଣ୍ଟରେ କାରବାର କରିଛି।

ବିଏସଇ ସେନସେକ୍ସର ସେୟାରରେ ବଜାଜ ଫିନସର୍ଭ, ଏନଟିପିସି, ଲାର୍ସେନ ଆଣ୍ଡ ଟ୍ୟୁବ୍ରୋ, ଭାରତୀ ଏୟାରଟେଲ, ମାରୁତି, ବଜଜା ଫାଇନାନ୍ସ, ଟାଟା ଷ୍ଟିଲ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କର ସେୟାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ସେପଟେ ବିପ୍ରୋ, ଟାଟା କଂସଲ୍ଟେନ୍ସି ସର୍ଭିସେଜ, ICICI ବ୍ୟାଙ୍କ ଏବଂ ଜିଏସଡବ୍ଲ୍ୟୁ ଷ୍ଟିଲର ସେୟାର ଗୁଡିକ ଲାଲ ନିସାନ ଉପରେ କାରବାର କରିବା ସହ କ୍ଷତିରେ ରହିଛି। ତେବେ ବିଶ୍ବ ତୈଳ ମାନକ ଅଶୋଧିତ ତୈଳ 0.53 ପ୍ରତିଶତ ହ୍ରାସ ପାଇ ପ୍ରତି ବ୍ୟାରେଲ ପିଛା 89.44 ଆମେରିକା ଡଲାର ରହିଛି। ସେୟାର ବଜାରର ତଥ୍ୟ ଅନୁସାରେ, ଗୁରୁବାର ବିଦେଶୀ ସଂସ୍ଥାଗତ ନିବେଶକମାନେ 758.55 କୋଟି ଟଙ୍କା ମୂଲ୍ୟର ସେୟାର କିଣିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ.....short term investment: ଜାଣନ୍ତୁ କଣ ରହିଛି ବର୍ଷିକିଆ ଇନଭେଷ୍ଟମେଣ୍ଟ ଏବଂ ସେଭିଂ ଟିପ୍ସ

ଶୁକ୍ରବାର ଘରୋଇ ସୋୟର ବଜାରରେ ବୃଦ୍ଧି ମଧ୍ୟରେ ଭାରତୀୟ ଟଙ୍କା ଆମରିକା ଡଲାର ତୁଳନାରେ 10 ପଇସା ବୃଦ୍ଧି ପାଇଛି। ତେବେ ଭାରତୀୟ ଟଙ୍କା ଟଙ୍କା ଆମେରିକା ଡଲାର ତୁଳନାରେ 83.13 ରେ ରହିଛି। ବିଦେଶୀ ମୁଦ୍ରା ବ୍ୟବସାୟୀଙ୍କ କହିବା ଅନୁସାରେ, ଅଶୋଧିତ ତୈଳର ମୂଲ୍ୟରେ ବୃଦ୍ଧି ଏବଂ ବଦେଶୀ ବଜାରରେ ଆମେରିକା ମୁଦ୍ରା ଅଜଭୁତ ହେବା ଫଳରେ ଟଙ୍କା ସିମୀତ ସୀମା ମଧ୍ୟରେ କାରବାର କରୁଛି। ସେପଟେ ଘରୋଇ ସେୟାର ବଜାର ବୃଦ୍ଧିରେ ଟଙ୍କାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।

ଇଣ୍ଟରବ୍ୟାଙ୍କ ବିଦେଶୀ ମୁଦ୍ରା ବିନିମୟ ବଜାରରେ ଭାରତୀୟ ଟଙ୍କା 83.13 ରେ କାରବାର ଆରମ୍ଭ ହୋଇଥିଲା, ଯାହା ପୂର୍ବ କାରବାର ତୁଳନାରେ 10 ପଇସା ବୃଦ୍ଧି ସହ ଆରମ୍ଭ ହୋଇଥିଲା। ଆମେରିକା ଡଲାର ତୁଳନାରେ 10 ପଇସା ବୃଦ୍ଧି ପାଇ ଏହା ଏବେ ପର୍ଯ୍ୟନ୍ତ ସବୁଠାରୁ ସର୍ବନିମ୍ନ ସ୍ତର 83.23କୁ ଆସିଛି। ଏହା ମଧ୍ୟରେ 6 ପ୍ରମୁଖ ମୁଦ୍ରା ତୁଳନାରେ ଆମେରିକା ଡଲାରର ସ୍ଥିତି ସୂଚାଉ ଥିବା ଡଲାର ସୂଚକାଙ୍କ 0.15 ପ୍ରତିଶତ ହ୍ରାସ ପାଇ 104. 89ରେ ପହଞ୍ଚିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.