ETV Bharat / business

ସବୁଜ ସଙ୍କେତରେ ବନ୍ଦ ହେଲା ଷ୍ଟକ ମାର୍କେଟ, ଆଦାନୀ ପୋର୍ଟ ସବୁଠାରୁ ଳାଭକାରୀ

author img

By ETV Bharat Odisha Team

Published : Jan 9, 2024, 10:04 PM IST

ଆଦାନୀ ପୋର୍ଟ ସବୁଠାରୁ ଳାଭକାରୀ
ଆଦାନୀ ପୋର୍ଟ ସବୁଠାରୁ ଳାଭକାରୀ

Stock Market Closed: ସେୟାର ବଜାର ଗ୍ରୀନ ଜୋନ ମଧ୍ୟରେ କାରବାର ଶେଷ କରିଛି । ବିଏସଇ (BSE) ସୂଚକାଙ୍କ ସେନସେକ୍ସରେ 44 ପଏଣ୍ଟ ବୃଦ୍ଧି ହେବାସହ 71,399 ପଏଣ୍ଟରେ କାରବାର ବନ୍ଦ କରିଛି । ଅଧିକ ପଢ଼ନ୍ତୁ

ମୁମ୍ବାଇ: ବାଣିଜ୍ୟ ସପ୍ତାହର ଦ୍ବିତୀୟ ଦିନରେ ( ମଙ୍ଗଳବାର) ସେୟାର ବଜାର ଗ୍ରୀନ ଜୋନ ମଧ୍ୟରେ କାରବାର ଶେଷ କରିଛି । 30 ସେୟାର ଆଧାରିତ ବିଏସଇ ( BSE) ସୂଚକାଙ୍କ ସେନସେକ୍ସରେ 44 ପଏଣ୍ଟ ବୃଦ୍ଧି ହେବାସହ 71,399 ପଏଣ୍ଟରେ କାରବାର ବନ୍ଦ କରିଛି । ଏହାସହ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ( NSE) ସୂଚକାଙ୍କ ନିଫ୍ଟିରେ 0.18 ପ୍ରତିଶତ ବୃଦ୍ଧି ସହିତ 21,552 ପଏଣ୍ଟରେ କାରବାର ବନ୍ଦ ହୋଇଛି । ସେୟାର ବଜାର କାରବାର ସମୟରେ ବ୍ୟାଙ୍କ ଗୁଡିକର ସେୟର ଚାପରେ ରହିଥିଲେ । ତେବେ ଆଜିର ବାଣିଜ୍ୟ କାରବାରରେ ହିରୋ ମୋଟରକର୍ପ, ଆଦାନୀ ପୋର୍ଟ, ଏସବିଆଇ ଲାଇଫ, ଆପୋଲୋ ହସ୍ପିଟାଲର ସେୟାର ଗୁଡ଼ିକ ସର୍ବାଧିକ ଲାଭକାରୀ ତାଲିକା ମଧ୍ୟରେ ରହିଥିଲେ । ସେହପରି ନେଷ୍ଟଲେ ଇଣ୍ଡିଆ, ଏଚଡିଏଫସି ବ୍ୟାଙ୍କ (HDFC Bank), ବ୍ରିଟାନିଆ ଓ ଏସୀୟାନ ପେଣ୍ଟର ସେୟାର କ୍ଷତିରେ କାରବାର କରିଛି ।

ଆଜିର ସେୟାର ବଜାର କାରବାରରେ ବ୍ୟାଙ୍କ ଏବଂ ଏଫଏମସିଜି ସେକ୍ଟର ବ୍ୟତୀତ ଅନ୍ୟ ସମସ୍ତ ସୂଚକାଙ୍କ ସବୁଜ ନିଶାନ ଉପରେ କାରବାର କରିଥିଲା । ଅଟୋ ଇଣ୍ଡେକ୍ସ 1 ପ୍ରତିଶତ ଏବଂ ରିଅଲିଟି ଇଣ୍ଡେକ୍ସ 2.5 ରହିଥିଲା । ବିଏସଇ ମିଡକେପ ଇଣ୍ଡେକ୍ସ ଫ୍ଲାଟ ବନ୍ଦ ହୋଇଥିବା ବେଳେ ସ୍ମଲକ୍ୟାପ ଇଣ୍ଡେକ୍ସ 0.3 ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡର ସେୟାର ମଙ୍ଗଳବାର ଦିନ 10 ପ୍ରତିଶତ ହ୍ରାସ ପାଇଛି । ସୋମବାର ସନ୍ଧ୍ୟାରେ ବ୍ଲୁମବର୍ଗ ରିପୋର୍ଟ କରିଛି ଯେ, ସୋନି 10 ବିଲିୟନ ଡଲାରର ମିଶ୍ରଣକୁ ଜି ସହ ବାତିଲ କରିବାକୁ ଯୋଜନା କରିଛି । ଯାହା 2021 ପରଠାରୁ କାର୍ଯ୍ୟ କରୁଛି । ଆଜିର ବାଣିଜ୍ୟ ସମୟରେ ବଜାଜ ଅଟୋ ସେୟାର 52 ସପ୍ତାହର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । କାରଣ କମ୍ପାନୀ 4000 କୋଟି ଟଙ୍କା ମୂଲ୍ୟର ସେୟାର କ୍ରୟ କରିବା ପାଇଁ ଘୋଷଣା କରିଛି ।

ଏହା ମଧ୍ୟ ପଢ଼ନ୍ତୁ......ଆର୍ଥିକ ବର୍ଷ 2023-24ରେ 7.3 ପ୍ରତିଶତ ବୃଦ୍ଧି ପାଇବ ଭାରତର ଜିଡିପି

ବାଣିଜ୍ୟ କାରବାର ସପ୍ତାହର ଦ୍ବିତୀୟ ଦିନରେ ସବୁଜ ଜୋନ ମଧ୍ୟରେ ଷ୍ଟକ୍ ମାର୍କେଟ୍ ଖୋଲିଥିଲା । 415 ପଏଣ୍ଟ ବୃଦ୍ଧି ସହିତ BSE ସେନସେକ୍ସ 71770 ରେ ଖୋଲିବା ସହ କାରବାର ଆରମ୍ଭ କରିଥିଲା । ସେହିପରି ନିଫ୍ଟି 0.57 ପ୍ରତିଶତ ବୃଦ୍ଧି ସହିତ NSE 21636 ପଏଣ୍ଟରେ କାରବାର ଆରମ୍ଭ ହୋଇଥିଲା । ପ୍ରାରମ୍ଭିକ କାରବାର ସମୟରେ ନିଫ୍ଟିରେ ବାଜା ଅଟୋ, ୱିପ୍ରୋ, ଇନଫୋସିସ୍ ଏବଂ ଟାଟା ମୋଟର୍ସ ସର୍ବାଧିକ ଲାଭକାରୀମାନଙ୍କ ମଧ୍ୟରେ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.