ETV Bharat / business

ଆର୍ଥିକ ବର୍ଷ 2023-24ରେ 7.3 ପ୍ରତିଶତ ବୃଦ୍ଧି ପାଇବ ଭାରତର ଜିଡିିପି

author img

By ETV Bharat Odisha Team

Published : Jan 5, 2024, 11:00 PM IST

Indias GDP: ଆର୍ଥିକ ବର୍ଷ 2023-24 ପାଇଁ ସରକାର ପ୍ରଥମ ଜିଡିପି ଅଭିବୃଦ୍ଧି ଆକଳନ ଜାରି କରିଛନ୍ତି । 2023-24 ଆର୍ଥିକ ବର୍ଷରେ 7.3ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି । ଅଧିକ ପଢ଼ନ୍ତୁ

ଆର୍ଥିକ ବର୍ଷ 2023-24
ଆର୍ଥିକ ବର୍ଷ 2023-24

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ 2023-24ରେ ଦେଶର ଅର୍ଥନୀତିରେ ବୃଦ୍ଧି ଘଟିବ । ଆର୍ଥିକ ବର୍ଷ 2023-24 ପାଇଁ ସରକାର ପ୍ରଥମ ଜିଡିପି ଅଭିବୃଦ୍ଧି ଆକଳନ ଜାରି କରିଛନ୍ତି । ଦେଶର ଆର୍ଥିକ ଅଭିବୃଦ୍ଧି ହାର 2023-24 ଆର୍ଥିକ ବର୍ଷରେ 7.3 ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି, ଯାହା ଗତ ଆର୍ଥିକ ବର୍ଷରେ 7.2 ପ୍ରତିଶତ ରହିଥିଲା । ତେବେ ଚଳିତ ଆର୍ଥିକ ବର୍ଷର 2023-24 ବର୍ଷରେ ଭାରତର ଜିଡିପି 296.58 ଲକ୍ଷ କୋଟି ( 3,570 ବିଲିୟନ ଡ଼ଲାର ) ହେବ ବୋଲି ଆକଳନ କରାଯାଉଛି । ଜାତୀୟ ପରିସଂଖ୍ୟାନ ଅଫିସ (National Statistical Office) ଜାତୀୟ ଆୟର ପ୍ରଥମ ଅଗ୍ରୀମ ଆକଳନରେ କହିଛି ଯେ, 2011-12 ମୂଲ୍ୟରେ ଜିଡିପି ଅର୍ଥାତ ମୋଟ ଘରୋଇ ଉତ୍ପାଦ ( gross domestic product) 2023-24 ଆର୍ଥିକ ବର୍ଷରେ 171.79 ଲକ୍ଷ କୋଟିରେ ପହଞ୍ଚିବ ବୋଲି ଅନୁମାନ କରାଯାଇଛି । 2022-23 ଆର୍ଥିକ ବର୍ଷ ପାଇଁ ଜିଡିପିର 160.06 ଲକ୍ଷ କୋଟି ଟଙ୍କାର ସାମୟିକ ଆକଳନ 31 ମଇ 2023 ରେ ଜାରି କରାଯାଇଥିଲା ।

ସରକାରୀ ବିବୃତ୍ତି ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ଦେଶର ରିୟଲ ଜିଡିପିରେ 7.3 ପ୍ରତିଶତ ଅଭିବୃଦ୍ଧି ହେବା ନେଇ ଅନୁମାନ କରାଯାଉଥିବା ବେଳେ ଗତ ଆର୍ଥିକ ବର୍ଷ ଅର୍ଥାତ 2022-23 ବର୍ଷରେ ରିୟଲ ଜିଡିପି 7.2 ପ୍ରତିଶତ ରହିଥିଲା । 2023-24 ଆର୍ଥିକ ବର୍ଷରେ ବର୍ତ୍ତମାନର ମୂଲ୍ୟରେ ଜିଡିପି 296.58 ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ 31 ମେ 2023 ରେ ଜାରି କରାଯାଇଥିବା 2022-23 ଆର୍ଥିକ ବର୍ଷର ଅସ୍ଥାୟୀ ଆକଳନ ଅନୁଯାୟୀ ଜିଡିପି 272.41 ଲକ୍ଷ କୋଟି ଟଙ୍କା ଥିଲା । ତେବେ କୃଷି କ୍ଷେତ୍ରରେ ( Agriculture sector)ରେ 1.8 ପ୍ରତିଶତ ଅଭିବୃଦ୍ଧି ଘଟିବା ଅକଳନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.....ଭାରତୀୟ ଅର୍ଥନୀତି ପାର କଲା 4000 କୋଟି ଡଲାର, ଜାଣନ୍ତୁ ଭାଇରାଲ ପୋଷ୍ଟର ସତ୍ୟତା

NSO ଅନୁଯାୟୀ, 2023-24 ଆର୍ଥିକ ବର୍ଷରେ ବର୍ତ୍ତମାନର ମୂଲ୍ୟରେ ଜିଡିପି ଅଭିବୃଦ୍ଧି ହାର 8.9 ପ୍ରତିଶତ ହୋଇଥିବା ବେଳେ 2022-23 ମସିହାରେ ଏହା 16.1 ପ୍ରତିଶତ ଥିଲା । ରିଜର୍ଭ ବ୍ୟାଙ୍କ ଗତ ମାସରେ, ଦ୍ବିମାସିକ ମୁଦ୍ରା ନୀତି ସମୀକ୍ଷାରେ 2023-24 ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର 6.5% ରୁ 7% କୁ ବୃଦ୍ଧି କରିଛି । ତେବେ ଆର୍ଥିକ ବର୍ଷ 24 ରେ କୃଷି କ୍ଷେତ୍ର ଅଭିବୃଦ୍ଧି ଆକଳନ 4% ରୁ 1.8% କୁ ହ୍ରାସ ପାଇଛି । ସେହିପରି ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ଆକଳନ 4.4% ରୁ 7.9% କୁ ବୃଦ୍ଧି ପାଇଛି । ସେବା କ୍ଷେତ୍ର ଅଭିବୃଦ୍ଧି ଆକଳନ 9.5% ରୁ 7.7% କୁ ହ୍ରାସ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.