ETV Bharat / business

ଭାରତୀୟ ଅର୍ଥନୀତି ପାର କଲା 4000 କୋଟି ଡଲାର, ଜାଣନ୍ତୁ ଭାଇରାଲ ପୋଷ୍ଟର ସତ୍ୟତା

author img

By ETV Bharat Odisha Team

Published : Nov 19, 2023, 10:10 PM IST

indian economy crosses 4000 billion dollar mark
indian economy crosses 4000 billion dollar mark

ଭାରତୀୟ ଅର୍ଥବ୍ୟବସ୍ଥା 4000 କୋଟି ଡଲାର ( 4000 Billion Dollar) ପାର କରିବା ଖବର । ସେସିଆଲ ମିଡିଆରେ ପ୍ରଶଂସା କରିଥିଲେ ଗୌତମ ଅଦାନୀ । ତେବେ ସରକାରୀ ସୁତ୍ରରୁ ଏଭଳି କିଛି ତଥ୍ୟ ଜାରି କରାଯାଇ ନାହିଁ । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଦୁଇ କେନ୍ଦ୍ରମନ୍ତ୍ରୀ ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନିସଙ୍କ ବ୍ୟତୀତ କୋଟିପତି ବ୍ୟବସାୟୀ ଗୌତମ ଅଦାନୀ ଆଜି (ରବିବାର) ଭାରତୀୟ ଅର୍ଥବ୍ୟବସ୍ଥା 4000 କୋଟି ଡଲାର (4000 Billion Dollar) ପାର କରିଥିବା ନେଇ ପ୍ରଶଂସା କରିଥିଲେ । କିନ୍ତୁ ଅଫିସିଆଲ ଏହା କୌଣସି ଘୋଷଣା କରାଯାଇ ନାହିଁ କିମ୍ବା ସରକାରୀ ସୁତ୍ରରୁ ଏଭଳି କୌଣସି ତଥ୍ୟ ଜାରି କରାଯାଇ ନାହିଁ ।

  • This is what dynamic, visionary leadership looks like !
    That’s what our #NewIndia progressing beautifully looks like !
    Congratulations to my fellow Indians as our Nation crosses the $ 4 trillion GDP milestone!
    More power to you, more respect to you Hon PM @narendramodi ji !… pic.twitter.com/wMgv3xTJXa

    — Devendra Fadnavis (@Dev_Fadnavis) November 19, 2023 " class="align-text-top noRightClick twitterSection" data=" ">

ସେପଟେ ଅର୍ଥ ମନ୍ତ୍ରଣାଳୟ ଏବଂ ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଭାରତର ମୋଟ ଘରୋଇ ଉତ୍ପାଦ (Gross domestic product) ତଥା ଜିଡ଼ିପି 4000 କୋଟି ଡଲାର ପାର କରିଥିବା ସଂବନ୍ଧରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ପୋଷ୍ଟ ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି । ଏହା ମଧ୍ୟରେ ଉଚ୍ଚ ସ୍ଥରୀୟ ଉତ୍ସରୁ ମିଳିଥିବା ସୂଚନା ଅନୁସାରେ, ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଥିବା ଏହି ଖବର ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ବର୍ତ୍ତମାନ ସୁଦ୍ଧା 4000 କୋଟି ଡଲାର ଅର୍ଥନୀତି ଠାରୁ ଭାରତ ବହୁତ ଦୂରରେ ରହିଛି ।

ଅନ୍ତଃରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି ( International Monetary Fund )ର ଆକଳନ ଆଧାରରେ ସମସ୍ତ ଦେଶର ଜିଡିପି ଆକଳନର ଏକ ମଥ୍ୟା ସ୍କ୍ରିନସଟ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ତେବେ ଯେଉଁମାନେ ଏହି ପୋଷ୍ଟକୁ ସେୟାର କରିଛନ୍ତି ସେମାନଙ୍କ ମଧ୍ୟରେ ଅନେକ ବିଜେପି ନେତା ସାମିଲ ଅଛନ୍ତି । ସେହିପରି ଫଡନିସଙ୍କ ସହ ଅନେକ ରାଜନୈତିକ ନେତା ମଧ୍ୟ ସୋସିଆଲ ମିଡ଼ିଆରେ ଏହାକୁ ପ୍ରଶଂସା କରିଥିଲେ । ଏହି ପ୍ରସଙ୍ଗରେ ଟ୍ବିଟ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଜଳ ଶକ୍ତିମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, କେନ୍ଦ୍ରମନ୍ତ୍ରୀ କିଶାନ ରେଡ୍ଡି ଏବଂ ତେଲେଙ୍ଗାନା ବିଜେପି ସଭାପତି ଡି ପୁରେନ୍ଦେଶ୍ବରୀ ପ୍ରମୁଖ ସାମିଲ ଅଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....2030 ସୁଦ୍ଧା ଜାପାନକୁ ଡେଇଁବ ଭାରତ, ଏସିଆର ହେବ ଦ୍ବିତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତି

ତେବେ ଦେଶର ପ୍ରତିଷ୍ଠିତ ବ୍ୟବସାୟୀ ଅଦାନୀ ଏନେଇ ସେସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି " ଅଭିନନ୍ଦନ ଭାରତ । ଜାପାନର 4400 କୋଟି ଡଲାର ଏବଂ ଜର୍ମାନୀର 4300 କୋଟି ଡଲାର ଜିଡିପିକୁ ପଛରେ ପକାଇ ବିଶ୍ବର ତୃତୀୟ ବୃହତ ଅର୍ଥନୈତିକ ଦେଶ ହେବାକୁ ଭାରତକୁ ଆଉ ଦୁଇ ବର୍ଷ ବାକି ରହିଛି । ତ୍ରିରଙ୍ଗା ଉଡ଼ିବା ଜାରି ରହିଛି, ଜୟ ହିନ୍ଦ୍‌ ।" ତେବେ ସମସ୍ତ ଦେଶ ପାଇଁ ଜିଡିପି ତଥ୍ୟର ମନିଟରିଂ କରିବା ଅତ୍ୟନ୍ତ କଷ୍ଟସାଧ୍ୟ, କାରଣ ଅର୍ଥନୀତିର ବିଭିନ୍ନ କ୍ଷେତ୍ର ପାଇଁ ତଥ୍ୟ ସାମାନ୍ୟ ବିଳମ୍ବରେ ଉପଲବ୍ଧ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.