ETV Bharat / bharat

2030 ସୁଦ୍ଧା ଜାପାନକୁ ଡେଇଁବ ଭାରତ, ଏସିଆର ହେବ ଦ୍ବିତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତି

author img

By ETV Bharat Odisha Team

Published : Oct 24, 2023, 10:56 PM IST

2030 ସୁଦ୍ଧା 7.3 ଟ୍ରିଲିୟନ ଡ଼ଲାରର ଜିଡିପି ସହ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବା ସହ ଜାପାନକୁ ମଧ୍ୟ ଅତିକ୍ରମ କରିବ ଭାରତ । ଅଧିକ ପଢ଼ନ୍ତୁ

2030 ସୁଦ୍ଧା ଜାପାନକୁ ଅତିକ୍ରମ କରିବ ଭାରତ
2030 ସୁଦ୍ଧା ଜାପାନକୁ ଅତିକ୍ରମ କରିବ ଭାରତ

ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତିରେ ଭାରତ ପଞ୍ଚମ ସ୍ଥାନରେ ରହିଥିବା ବେଳେ 2030 ସୁଦ୍ଧା 7.3 ଟ୍ରିଲିୟନ ଡ଼ଲାରର ଜିଡିପି ସହ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବା ସହ ଜାପାନକୁ ମଧ୍ୟ ଅତିକ୍ରମ କରିପାରେ । ଏହାସହ ଚୀନ ପଛକୁ ଭାରତ ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ହେବ ବୋଲି ଏସ ଆଣ୍ଡ ପି ଗ୍ଲୋବାଲ ମାର୍କେଟ ଇଣ୍ଟେଲିଜେନ୍ସ ଏହାର ପିଏମଆଇରେ କହିଛି । ଭାରତରେ କ୍ରମାଗତ 2021 ଓ 2022ରେ ଅର୍ଥନୈତିକ ଅଭିବୃଦ୍ଧି ପରେ 2023 କ୍ୟାଲେଣ୍ଡର ବର୍ଷରେ ଭାରତୀୟ ଅର୍ଥନୀତି ଏହାର ଅଭିବୃଦ୍ଧି ଜାରି ରଖିଛି ।

ତେବେ ଚଳିତ ଆର୍ଥିକ ବର୍ଷ ଶେଷ ଅର୍ଥାତ 2024 ମାର୍ଚ୍ଚ ମାସ ମଧ୍ୟରେ ଭାରତର ମୋଟ ଘରୋଇ ଉତ୍ପାଦ ( ଜିଡିପି ) 6.2-6.3 ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଯାହା ଚଳିତ ଆର୍ଥିକ ବର୍ଷରେ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଅଟେ । ତେବେ ଏପ୍ରିଲରୁ ଜୁନ ତ୍ରୟୋମାସିକରେ ଏସିଆର ତୃତୀୟ ବୃହତ୍ତମ ଅର୍ଥନୀତି 7.8 ପ୍ରତିଶତ ବୃଦ୍ଧି ପାଇଛି । ତେବେ ଘରୋଇ ଚାହିଦା ବଢିବା କାରଣରୁ 2023 ର ଅବଶିଷ୍ଟ ସମୟ ଏବଂ ୨୦୨୪ ମସିହାରେ କ୍ରମାଗତ ଦ୍ରୁତ ବିସ୍ତାର ଆକଳନ କରାଯାଇଛି ବୋଲି କହିଛି ଏସ ଆଣ୍ଡ ପି ଗ୍ଲୋବାଲ । ଏହାସହ ପୂର୍ବ ଏକ ଦଶନ୍ଧି ଧରି ଭାରତରେ ବିଦେଶୀ ପୁଞ୍ଜି ବିନିଯୋଗ ବୃଦ୍ଧି ପାଉଥିବାରୁ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ଘଟୁଛି ।

ଏହା ମଧ୍ୟ ପଢ଼ନ୍ତୁ...GST Collection: ସେପ୍ଟେମ୍ବରରେ 1.62 ଲକ୍ଷ କୋଟି ଅତିକ୍ରମ କଲା GST ସଂଗ୍ରହ

ତେବେ 2022ରୁ ଭାରତର ଜିଡିପି 3.5 ଟ୍ରିଲିୟନ ଡଲାରରୁ 2030 ସୁଦ୍ଧା 7.3 ଟ୍ରିଲିୟନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଉଛି । ଭାରତର ଏଭଳି ଅର୍ଥନୈତିକ ଅଭିବୃଦ୍ଧି ଦ୍ବାରା 2030 ସୁଦ୍ଧା ଭାରତର ଅର୍ଥନୀତି ଜାପାନର ଅର୍ଥନୀତିକୁ ପଛରେ ପକାଇ ଏସିଆ ମହାଦେଶର ଦ୍ବିତୀୟ ବୃହତ୍ତମ ଅର୍ଥନୀତି ପାଲଟିବ । 2022 ସୁଦ୍ଧା ଭାରତୀୟ ଜିଡିପିର ଆକାର ବ୍ରିଟେନର ଜିଡିପି ଏବଂ ଫ୍ରାନ୍ସର ଜିଡିପି ତୁଳନାରେ ବଡ ହୋଇସାରିଛି । ଏହାସହ 2030 ସୁଦ୍ଧା ଭାରତର ଜିଡିପି ଜର୍ମାନୀକୁ ମଧ୍ୟ ଅତିକ୍ରମ କରିବ । ଆମେରିକାର ଜିଡିପି 25.5 ଟ୍ରିଲିୟନ ଡଲାର ସହ ବର୍ତ୍ତମାନ ଏହା ବିଶ୍ବର ସର୍ବବୃହତ ଅର୍ଥନୀତି ଭାବରେ ରହିଛି । ଏହା ପଛକୁ ଚୀନ ଦ୍ୱିତୀୟ ବୃହତ୍ତମ ଅର୍ଥନୀତି । ଯାହାର ଜିଡିପି ଆକାର ପ୍ରାୟ 18 ଟ୍ରିଲିୟନ ଡଲାର ରହିଛି । ସେହିପରି ଜାପାନ ଓ ଜର୍ମାନ ଯଥାକ୍ରମେ 4.2 ଟ୍ରିଲିୟନ ଡଲାର ଜିଡିପି ଓ 4 ଟ୍ରିଲିୟନ ଡଲାର ଜିଡିପି ସହ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି । ଏସିଆ ମହାଦେଶରେ ସର୍ବବୃହତ ଅର୍ଥନୈତିକ ଦେଶ ହେଉଛି ଚୀନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.