ETV Bharat / business

Repo Rate: ରେପୋ ରେଟ୍ ୬.୫%ରେ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

author img

By

Published : Jun 8, 2023, 1:31 PM IST

Updated : Jun 8, 2023, 2:01 PM IST

ବଦଳିଲାନି ରେପୋ ରେଟ୍ । ୬.୫%ରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ । ଅଧିକ ପଢନ୍ତୁ

repo rates unchanged
repo rates unchanged

Repo Rate
Repo Rate

ନୂଆଦିଲ୍ଲୀ: ବଢିଲାନି ରେପୋ ରେଟ୍ । ବ୍ୟାଙ୍କ ସୁଧହାର ବା ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ । ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି (MPC) ପୁଣିଥରେ ରେପୋ ରେଟ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି । ଏନେଇ ଆଜି (ଗୁରୁବାର) ସାମ୍ବାଦିକ ସମ୍ମିଳନୀରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ରେପୋ ରେଟ୍ ବଢିଲେ ବ୍ୟାଙ୍କ ଋଣ ମହଙ୍ଗା ହୋଇଥାଏ । ଫଳରେ ଲୋକଙ୍କ ଉପରେ ଅଧିକ EMI ବୋଝ ପଡିଥାଏ । ତେଣୁ ଏହି ସୁଧହାର ଅପରିବର୍ତ୍ତତ ରହିବା ସାଧାରଣ ଲୋକଙ୍କୁ ବଡ ଆଶ୍ବସ୍ତି ଦେଇଛି ।

ଗତ ଫେବୃଆରୀରେ ରିଜର୍ଭ ବ୍ୟାଙ୍କ ଶେଷ ଥର ରେପୋ ରେଟରେ ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରିଥିଲା । ଏହାରି ସହି ସୁଧହାର ୬.୫ ପ୍ରତିଶତ ହୋଇଥିଲା । ଲୋକଙ୍କୁ ଉପରୁ ମୁଦ୍ରାସ୍ଫୀତି ଚାପ ହ୍ରାସ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ କ୍ରମାଗତ ଦ୍ବିତୀୟ ଥର ସୁଧହାର ଅପରିବର୍ତ୍ତିତ ରଖିଥିବା ବେଳେ ୬.୨୫ ପ୍ରତିଶତ ଥିବା ଷ୍ଟାଣ୍ଡିଂ ଡିପୋଜିଟ ଫାସିଲିଟି (SDF) ରେଟରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ । ସେହିପରି ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ୬.୭୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ମୁଦ୍ରାନୀତି କମିଟି ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଗତ ବର୍ଷ ମେ'ରୁ ରେପୋ ରେଟରେ ୨୫୦ ବେସିସ୍ ପଏଣ୍ଟ ବୃଦ୍ଧି ହୋଇଛି ।

ରେପୋ ରେଟ୍‌ ହେଉଛି, ଯେଉଁ ସୁଧହାରରେ ଆରବିଆଇ ବାଣିଜ୍ୟିକ ବ୍ୟାଙ୍କଗୁଡିକୁ ଋଣ ଦେଇଥାଏ । ଏଥିରେ କୌଣସି ପ୍ରକାର ପରିବର୍ତ୍ତନ ହେଲେ ବ୍ୟାଙ୍କ ଲୋନ ଓ ଇଏମଆଇ ପ୍ରଭାବିତ ହୋଇଥାଏ । ସାଧାରଣ ଲୋକଙ୍କ ପକେଟ ଉପରେ ମାଡ ହୋଇଥାଏ ।

ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ୨୦୨୨ ମେ' ପରଠାରୁ ଆରବିଆଇ ରେପୋ ରେଟରେ ୨୫୦ ବେସିସ୍ ପଏଣ୍ଟ ବୃଦ୍ଧି କରିଛି । ଆରବିଆଇ ଆକଳନ କରିଛି ଯେ, ୨୦୨୩-୨୪ ବର୍ଷରେ ମୁଦ୍ରାସ୍ଫୀତି ନିର୍ଦ୍ଧାରିତ ଲକ୍ଷ୍ୟ ୪ ପ୍ରତିଶତ ଠାରୁ ଅଧିକ ରହିବ । ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ୫.୧ ପ୍ରତିଶତ ରହିପାରେ । ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ବାସ୍ତବ ମୋଟ ଘରୋଇ ଉତ୍ପାଦ ବା ଜିଡିପି ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିଛି । ଯାହାକି ପୂର୍ବ ଆକଳନ ଅନୁସାରେ ୭ ପ୍ରତିଶତ ଅଧିକ ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ : GST Collection : ମେ’ ମାସରେ GST 4397.73 କୋଟି ସଂଗ୍ରହ

Last Updated :Jun 8, 2023, 2:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.