ETV Bharat / state

GST Collection: ମେ’ ମାସରେ GST 4397.73 କୋଟି ସଂଗ୍ରହ

author img

By

Published : Jun 1, 2023, 10:46 PM IST

ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି ବିଭାଗର ସୂଚନା ଅନୁସାରେ, ଜିଏସଟି କ୍ଷେତ୍ରରେ ଓଡିଶା ଚଳିତବର୍ଷ ମେ' ମାସରେ ୧୧.୧୭ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର । ଲଗାତାର ଭାବେ ବଢ଼ିବାରେ ଲାଗିଛି ଜିଏସଟି ସଂଗ୍ରହ । ୨୦୨୩ ମେ' ମାସରେ ଓଡିଶାର ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ୧୬୭୫.୭୭ କୋଟି ସଂଗ୍ରହ ହୋଇଛି । ଯାହା ଗତ ବର୍ଷ ତୁଳନାରେ ୩୦.୨୮ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଛି । ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ମେ ମାସରେ  ଜିଏସଟି ୧୬୭୫.୭୭ କୋଟି ସଂଗ୍ରହ
ମେ ମାସରେ ଜିଏସଟି ୧୬୭୫.୭୭ କୋଟି ସଂଗ୍ରହ

ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି ବିଭାଗର ସୂଚନା ଅନୁସାରେ, ଜିଏସଟି କ୍ଷେତ୍ରରେ ଓଡିଶା ଚଳିତବର୍ଷ ମେ' ମାସରେ ୧୧.୧୭ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି । ଏହା ସହ ୪୩୯୭.୭୩ କୋଟି ଟଙ୍କା ସଂଗ୍ରହ କରିଛି । ଗତବର୍ଷ ମେ' ମାସରେ ଏହି ସଂଗ୍ରହ ପରିମାଣ ଥିଲା ୩୯୫୫.୭୫ କୋଟି ଟଙ୍କା । ଚଳିତ ଆର୍ଥିକ ବର୍ଷର ମେ' ମାସ ସୁଧା ସାମଗ୍ରିକ ଜିଏସଟି ସଂଗ୍ରହ ୯୪୩୩.୪୭ କୋଟି ଟଙ୍କା ହୋଇଛି । ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଏହା ୮୮୬୫.୯୮ କୋଟି ଟଙ୍କା ଥିଲା । ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ୨୦୨୩ ମସିହା ମେ' ମାସରେ ମିଳିଥିବା ଅର୍ଥରାଶିରେ ୩୦.୨୮ ପ୍ରତିଶତ ଅଭିବୃଦ୍ଧି ହୋଇଛି । ଏହା ସହ ଏ କ୍ଷେତ୍ରରେ ୧୬୭୫.୭୭ କୋଟି ସଂଗ୍ରହ କରାଯାଇଛି । ଗତ ବର୍ଷ ମେ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୧୨୮୬.୨୯ କୋଟି ଟଙ୍କା ।

୨୦୨୩-୨୪ ଆର୍ଥିକ ବର୍ଷର ମେ' ମାସ ସୁଧା ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ରାଜ୍ୟ ପାଇଥିବା ସାମଗ୍ରିକ ଜିଏସଟି ସଂଗ୍ରହ ପରିମାଣ ୪୦୩୪.୯୪ କୋଟି ଟଙ୍କା ହୋଇଛି । ଗତ ଆର୍ଥିକ ବର୍ଷର ଏହି ସମୟରେ ଏହା ଥିଲା ୨୯୬୬.୨୯ କୋଟି ଟଙ୍କା । ଫଳରେ ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୩୬.୦୩ ପ୍ରତିଶତ । ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି ବିଭାଗ ଆଦାୟ କରୁଥିବା ସମସ୍ତ ଟିକସ ହେଉଛି ଜିଏସଟି, ଭାଟ, ପ୍ରବେଶ ଶୁଳ୍କ, ବୃତିଗତ କର ।

ଏସବୁ ଅଧୀନରେ ଚଳିତ ବର୍ଷ ମେ' ମାସରେ ମୋଟ ୨୭୧୧.୦୪ କୋଟି ଟଙ୍କା ସଂଗ୍ରହ କରାଯାଇଛି । ଗତ ବର୍ଷ ମେ' ମାସରେ ଏହି ସଂଗ୍ରହ ପରିମାଣ ଥିଲା ୨୩୧୧.୭୮ କୋଟି ଟଙ୍କା । ଫଳରେ ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୧୭.୨୭ ପ୍ରତିଶତ । ଚଳିତ ବର୍ଷ ମେ' ମାସରେ ୨୦.୪୦ ଲକ୍ଷ ଇ-ୱେବିଲ ନିର୍ଗମନ କରାଯାଇଛି । ୨୦୨୨ ମସିହା ମେ' ମାସରେ ୧୭.୨୬ ଲକ୍ଷ ସଂଖ୍ୟକ ଇ-ୱେବିଲ ନିର୍ଗମନ କରଯାଇଥିଲା । ଏ କ୍ଷେତ୍ରରେ ୧୮.୧୯ ପ୍ରତିଶତ ଅଭିବୃଦ୍ଧି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.