ETV Bharat / business

ଦେଶରେ ୪୦ ପଇସା ଶସ୍ତା ହେଲା ପେଟ୍ରୋଲ-ଡିଜେଲ

author img

By

Published : Nov 1, 2022, 7:22 AM IST

ଦେଶରେ ୪୦ ପଇସା ଶସ୍ତା ହେଲା ପେଟ୍ରୋଲ-ଡିଜେଲ
ଦେଶରେ ୪୦ ପଇସା ଶସ୍ତା ହେଲା ପେଟ୍ରୋଲ-ଡିଜେଲ

୬ ମାସ ପରେ ଦେଶରେ କମିଲା ତୈଳ ଦର । ଆଜିଠୁ ଦେଶରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୪୦ ପଇସା ଶସ୍ତା ହୋଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ କମିଲା ତୈଳ ଦର । ଆଜିଠୁ ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ୪୦ ପଇସା ଶସ୍ତା ହୋଇଛି(Petrol diesel prices down 40 paise per litre) । ସୋମବାର ମଧ୍ୟରାତ୍ରିରୁ ଦେଶବ୍ୟାପୀ ଉଭୟ ତୈଳ ୪୦ ପଇସା କମିଛି । ଆଜି(ମଙ୍ଗଳବାର) ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି । ଦୀର୍ଘ ୬ ମାସରୁ ଅଧିକ ସମୟ ପରେ ତୈଳ ଦରରେ ସଂଶୋଧନ ହୋଇଛି । ଚଳିତ ବର୍ଷ ଏପ୍ରିଲ ୭ରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଥିଲା ।

ଗତ କିଛି ଦିନ ହେଲା ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଉଛି(international crude oil prices) । ବର୍ତ୍ତମାନ ତୈଳ ଦର ବ୍ୟାରେଲ ପିଛା ୯୫ ଡଲାରରୁ କମ୍ ରହିଥିବାରୁ ତୈଳ ବଜାରରେ ବିକ୍ରି ପରିମାଣ ବୃଦ୍ଧି ପାଉଛି । ଏହି କାରଣରୁ ଭାରତୀୟ ତୈଳ ବଜାରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଥିବା ଅନୁମାନ କରାଯାଉଛି । ଚଳିତ ବର୍ଷ ମାର୍ଚ୍ଚରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପ୍ରତି ୧୩୯ ଡଲାରରେ ପହଞ୍ଚିଥିଲା । ଯାହାକି ୨୦୦୮ ମସିହା ପରଠୁ ସର୍ବାଧିକ ଦର ଥିଲା । ହେଲେ କ୍ରମଶଃ ହ୍ରାସ ପାଇ ସୋମବାର ସନ୍ଧ୍ୟାରେ ଅଶୋଧିତ ତୈଳ ଦର ୯୨ ଡଲାର ରହିଛି ।

ଏହାମଧ୍ୟ ପଢନ୍ତୁ: ୨୦୨୩ ଅକ୍ଟୋବର ଯାଏଁ ଚିନି ରପ୍ତାନୀ ବନ୍ଦ କଲା ଭାରତ

ଗତ ଏପ୍ରିଲ ୭ ତାରିଖରେ ଶେଷ ଥର ପାଇଁ ଦେଶରେ ତୈଳ ଦର ହ୍ରାସ ହୋଇଥିଲା । ଏହାପରେ ଦର ସ୍ଥିର ରହିଥିଲା । ସୋମବାର ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ୯୬.୭୨ ଟଙ୍କା ଥିଲା । ସେହିପରି ମୁମ୍ବାଇରେ ୧୦୬.୩୧ ଟଙ୍କା, କୋଲକାତାରେ ୧୦୬.୦୩ ଟଙ୍କା ଏବଂ ଚେନ୍ନାଇରେ ୧୦୨.୬୩ ଟଙ୍କା ରହିଥିଲା । ୬ ମାସ ପରେ ସୋମବାର ମଧ୍ୟରାତ୍ରିରୁ ପେଟ୍ରୋଲ ଓ ଡିଜେଲ ପୁଣି ୪୦ ପଇସା ଶସ୍ତା ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.