ETV Bharat / business

୨୦୨୩ ଅକ୍ଟୋବର ଯାଏଁ ଚିନି ରପ୍ତାନୀ ବନ୍ଦ କଲା ଭାରତ

author img

By

Published : Oct 30, 2022, 11:01 AM IST

ଚିନି ରପ୍ତାନୀ ଉପରେ କଟକଣାକୁ ଆଉ ବର୍ଷେ ବଢାଇଲେ କେନ୍ଦ୍ର ସରକାର । ୨୦୨୩ ଅକ୍ଟୋବର ଯାଏଁ ଚିନି ରପ୍ତାନି କରିବନି ଭାରତ । ଅଧିକ ପଢନ୍ତୁ

୨୦୨୩ ଅକ୍ଟୋବର ଯାଏଁ ଚିନି ରପ୍ତାନି ବନ୍ଦ କଲା ଭାରତ
୨୦୨୩ ଅକ୍ଟୋବର ଯାଏଁ ଚିନି ରପ୍ତାନି ବନ୍ଦ କଲା ଭାରତ

ନୂଆଦିଲ୍ଲୀ: ଚିନି ରପ୍ତାନୀ(sugar export) ଉପରେ ଲାଗିଥିବା କଟକଣାକୁ ଆଉ ବର୍ଷକ ପାଇଁ ବଢାଇଛନ୍ତି ଭାରତ ସରକାର । ଘରୋଇ ବଜାରରେ ଚିନି ଉପଲବ୍ଧତା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ବର୍ଷ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ଦେଶରେ ଚିନି ଦରବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାର ଚଳିତ ବର୍ଷ ମେ ମାସରେ ଏହାର ରପ୍ତାନୀ ବ୍ୟାନ କରିଥିଲେ । ଚଳିତ ବର୍ଷ ଅକ୍ଟୋବର ୩୧ ତାରିଖ ବା ଆସନ୍ତାକାଲି ଏହି କଟକଣା ଅବଧି ଶେଷ ହେବାକୁ ଥିଲା । ମାତ୍ର ଏହି ବ୍ୟାନକୁ ପୁଣି ଗୋଟିଏ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଶନିବାର ଡାଇରେକ୍ଟର ଜେନେରାଲ ଅଫ୍ ଫରେନ ଟ୍ରେଡ(DGFT) ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୨୨ ଅକ୍ଟୋବର ୩୧ରୁ ୨୦୨୩ ଅକ୍ଟୋବର ୩୧ ଯାଏଁ କଚ୍ଚା, ରିଫାଇଣ୍ଡ ଓ ଧଳା ଚିନି ରପ୍ତାନୀ ଉପରେ କଟକଣା ବୃଦ୍ଧି କରାଯାଇଛି । ଆଗାମୀ ଆଦେଶ ପର୍ଯ୍ୟନ୍ତ ଚିନି ରପ୍ତାନୀ ବନ୍ଦ ରହିବ । ତେବେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଏହି କଟକଣା ସିଏସ୍କଏଲ ଓ ଟିଆରକ୍ୟୁ କୋଟା ୟୁରୋପୀୟ ୟୁନିୟନ ଓ ଆମେରିକାକୁ କରାଯାଉଥିବା ଚିନି ରପ୍ତାନୀ ଉପରେ ଲାଗୁ ହେବ ନାହିଁ । ଅର୍ଥାତ୍ ପୂର୍ବପରି ଏହି ଦେଶଗୁଡିକୁ ରପ୍ତାନି ଜାରି ରହିବ ।

ଏହାମଧ୍ୟ ପଢନ୍ତୁ: ପ୍ରଦୂଷଣ ଘେରରେ ଦିଲ୍ଲୀ, ନିର୍ମାଣ ଓ ଭଙ୍ଗାରୁଜା ଉପରେ ଲାଗିଲା ରୋକ୍

ଚିନି ରପ୍ତାନୀ ପାଇଁ ରପ୍ତାନୀକାରଙ୍କୁ ସରକାରଙ୍କ ଠାରୁ ଲାଇସେନ୍ସ ଆବଶ୍ୟକ ହୁଏ । ଭାରତ ଚିନିର ସବୁଠୁ ବଡ ଉତ୍ପାଦନକାରୀ ଦେଶ ସହ ଦ୍ବିତୀୟ ବୃହତ୍ତମ ରପ୍ତାନୀକାରୀ ଅଟେ । ତେବେ ଚିନି ମାର୍କେଟିଂ ସିଜନ ୨୦୨୨-୨୩ରେ ଭାରତରେ ଚିନି ଉତ୍ପାଦନ ୩.୬୫ କୋଟି ଟନ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଯାହାକି ଗତବର୍ଷ ଠାରୁ ଦୁଇ ପ୍ରତିଶତ ଅଧିକ । ଭାରତୀୟ ଚିନି ମିଲ୍ ସଂଘ(Indian Sugar Mills Association) ଏହି ପୂର୍ବାନୁମାନ କରିଛି । ରପ୍ତାନୀ ସମ୍ପର୍କରେ ISMA କହିଛି ଯେ, ଚଳିତ ବର୍ଷ ଭାରତରେ ଚିନି ରପ୍ତାନୀ ସମ୍ଭାନା କମ୍ ରହିଛି । କାରଣ ୨୦୨୩ ସୁଦ୍ଧା ବ୍ରାଜିଲ ଚିନି ବିଶ୍ବ ବଜାରକୁ ପ୍ରବେଶ କରିବ । ତେବେ ଅଧିକାଂଶ ଚିନି କାରଖାନା ଚଳିତ ସିଜନରେ(ଅକ୍ଟୋବର-ସେପ୍ଟେମ୍ବର) ରପ୍ତାନୀ ପାଇଁ ଚୁକ୍ତି କରିସାରିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.