ETV Bharat / business

ହୋମ୍ ଲୋନ ସୁଧହାର ବଢାଇଲା LIC ହାଉସିଂ ଫାଇନାନ୍ସ

author img

By

Published : Aug 23, 2022, 8:43 AM IST

ହୋମ ଲୋନ ସୁଧହାର ବଢାଇଲା ଏଲଆଇସି ହାଉସିଂ ଫାଇନାନ୍ସ କମ୍ପାନୀ । ହୋମ ଲୋନ ପାଇଁ ଏଣିକି ଦେବାକୁ ପଡିବ ଅଧିକ ସୁଧ । ଅଧିକ ପଢନ୍ତୁ

ହୋମ୍ ଲୋନ ସୁଧହାର ବଢାଇଲା LIC
ହୋମ୍ ଲୋନ ସୁଧହାର ବଢାଇଲା LIC

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କୁ ଝଟ୍‌କା । ମହଙ୍ଗା ହେଲା ହୋମ ଲୋନ । ଏଣିକି ହୋମ ଲୋନ ପାଇଁ ଦେବାକୁ ପଡିବ ଅଧିକ ସୁଧ । କାରଣ ହୋମ ଲୋନ ବଜାରର ପ୍ରମୁଖ ଏଲଆଇସି ହାଉସିଂ ଫାଇନାନ୍ସ କମ୍ପାନୀ (LIC Housing Finance Ltd) ସୁଧହାର ବୃଦ୍ଧି କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ(Reserve Bank of India) ରେପୋ ରେଟ୍ ବୃଦ୍ଧି କରିବା ସହ ଏଲଆଇସି କମ୍ପାନୀ ମଧ୍ୟ ହୋମ ଲୋନ ସୁଧହାରରେ ୫୦ ବେସିସ୍ ପଏଣ୍ଟ ବଢାଇଛି । ଏହାପରେ ମୋଟ ସୁଧହାର ୮ ପ୍ରତିଶତରେ ପହଞ୍ଚିଛି । ପୂର୍ବରୁ କମ୍ପାନୀର ହୋମ ଲୋନ ଉପରେ ସୁଧହାର ୭.୫୦ ପ୍ରତିଶତରୁ ଆରମ୍ଭ ହେଉଥିଲା ।

ଏଲଆଇସି ହାଉସିଂ ଫାଇନାନ୍ସ ସୁଧହାର (LHPLR)ରେ ୫୦ ବେସିସ୍ ପଏଣ୍ଟ ବା ୦.୫୦ ପ୍ରତିଶତ ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ସୁଧ ଅଗଷ୍ଟ ୨୨ ଅର୍ଥାତ୍ ସୋମବାର ଠାରୁ ଲାଗୁ ହୋଇଛି । ଏକ ବିବୃତ୍ତି ଜରିଆରେ କମ୍ପାନୀ ଏନେଇ ଘୋଷଣା କରିଛି । LHPLR ବେଞ୍ଚମାର୍କ ରେଟ୍ ଅଟେ, ଯାହା LIC ହାଉସିଂ ଫାଇନାନ୍ସ ଲିମିଟେଡର ଲୋନ ସହ ଜଡିତ ଅଟେ । ବଜାଜ୍ ହାଉସିଂ ଫାଇନାନ୍ସ(Bajaj Housing Finance) ମଧ୍ୟ ହୋମ ଲୋନ ସୁଧହାର ବୃଦ୍ଧି ଘୋଷଣା କରିଛି । ବଜାଜ୍ ହାଉସିଂ ଫାଇନାନ୍ସ ସୁଧହାର ୦.୫୦ ପ୍ରତିଶତ ମହଙ୍ଗା ହୋଇଛି ।

ଏହାମଧ୍ୟ ପଢନ୍ତୁ: ଋଣ ଜାଲରୁ ମୁକୁଳିବାର ସବୁଠୁ ଭଲ ଉପାୟ, ନିଶ୍ଚୟ ଜାଣନ୍ତୁ

ଦେଶରେ ମୁଦ୍ରାସ୍ଫୀତି ଖୁବ୍ ଅଧିକ ରହିଛି । ଏହାକୁ ନିୟନ୍ତ୍ରଣକୁ ଆଣିବା ଲାଗି ଗତ ଅଗଷ୍ଟ ୫ ତାରିଖରେ ରିଜର୍ଭ ବ୍ୟାଙ୍କ ସର୍ବସମ୍ମତି କ୍ରମେ ମୁଦ୍ରାନୀତି ସମୀକ୍ଷା ବୈଠକରେ ସୁଧହାରରେ ୫୦ ବେସିସ୍ ପଏଣ୍ଟ ବୃଦ୍ଧି ନିଷ୍ପତ୍ତି ନେଇଥିଲା । ଫଳରେ ରେପୋ ରେଟ୍ ଏବେ ୫.୪୦ ପ୍ରତିଶତ ରହିଛି । ଆରବିଆଇ ସୁଧହାର ବୃଦ୍ଧି ପରେ ବ୍ୟାଙ୍କ ଓ ଅନ୍ୟାନ୍ୟ ବିତ୍ତୀୟ ସଂସ୍ଥା ସୁଧହାର ବଢାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.