ETV Bharat / business

ଋଣ ଜାଲରୁ ମୁକୁଳିବାର ସବୁଠୁ ଭଲ ଉପାୟ, ନିଶ୍ଚୟ ଜାଣନ୍ତୁ

author img

By

Published : Aug 19, 2022, 2:37 PM IST

ଲୋନ ଏକ ବୋଝ ଅଟେ । ଏହାର କୁପରିଚାଳନା ମଣିଷକୁ ମାନସିକ ଭାରାକ୍ରାନ୍ତ କରିଥାଏ । ଲୋନ ନେଇଥିଲେ ଏହାକୁ ଠିକ୍ ସମୟରେ ଶୁଝିବା ଉଚିତ୍ । ଅଧିକ ପଢନ୍ତୁ

ଋଣ ଜାଲରୁ ମୁକୁଳିବାର ସବୁଠୁ ଭଲ ଉପାୟ, ନିଶ୍ଚୟ ଜାଣନ୍ତୁ
ଋଣ ଜାଲରୁ ମୁକୁଳିବାର ସବୁଠୁ ଭଲ ଉପାୟ, ନିଶ୍ଚୟ ଜାଣନ୍ତୁ

ହାଇଦ୍ରାବାଦ: ଘରଟିଏ କିଣିବା ହେଉ ଅବା ପିଲାଙ୍କ ଶିକ୍ଷା, ଜଣେ ବ୍ୟକ୍ତି ଏପରି ଅନେକ କାର୍ଯ୍ୟ ପାଇଁ ଲୋନ ଉପରେ ନିର୍ଭର କରେ । ଲୋନ ଏକ ବୋଝ ଅଟେ । ଏହାର କୁପରିଚାଳନା ମଣିଷକୁ ମାନସିକ ଭାରାକ୍ରାନ୍ତ କରିଥାଏ । ଯଦି ଆପଣ ଲୋନ ନେଇଥାନ୍ତି ତେବେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହାକୁ ଶୁଝିବା ଉଚିତ୍ । ଯଦି ଲୋନ କିସ୍ତି ଭାରିବାରେ ଅବହେଳା ପ୍ରଦର୍ଶନ କରନ୍ତି, ତେବେ ଟଙ୍କା ଆଦାୟ ପାଇଁ ବ୍ୟାଙ୍କ ଆପଣଙ୍କ ବିରୁଦ୍ଧରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ଯଦି ଲୋନ ନେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଏ, ତେବେ କିଏ ଏହି ଲୋନ ବୋଝ ମୁଣ୍ଡାଇବ, ଜାଣିଛନ୍ତି କି ? ଏହା ଲୋନ ନେବା ସମୟରେ ଏହାର ଗ୍ୟାରେଣ୍ଟି ଉପରେ ନିର୍ଭରଶୀଳ ଅଟେ ।

ଯଦି ପ୍ରାଥମିକ ଋଣକର୍ତ୍ତାଙ୍କ(borrower) ସହ କୌଣସି ଅଘଟଣ ଘଟେ, ତେବେ ବ୍ୟାଙ୍କ ସହ ଋଣକର୍ତ୍ତାଙ୍କ(Co-Borrower) ସହ ଯୋଗାଯୋଗ କରେ । ଯଦି ସହ ଋଣକର୍ତ୍ତା ମଧ୍ୟ ଏହାକୁ ଶୁଝିବାରେ ଅକ୍ଷମ ହୁଅନ୍ତି ତେବେ ବ୍ୟାଙ୍କ ଗ୍ୟାରେଣ୍ଟର ବା ଆଇନଗତ ଉତ୍ତରାଧିକାରୀଙ୍କୁ(ବାପାମାଆ, ସନ୍ତାନ, ସ୍ବାମୀ/ସ୍ତ୍ରୀ) ଖୋଜିଥାଏ । ମନେକର ଜଣେ ଲୋମ ହୋମ ଲୋନ ନେଇଛି । ତା' ସହ ଲୋନ କଭର ଟର୍ମ ପଲିସି( loan cover term policy) ମଧ୍ୟ ନେଇଛି । ଏପରି ସ୍ଥିତିରେ ବୀମା କମ୍ପାନୀ ପ୍ରଦାନ କରୁଥିବା କ୍ଷତିପୂରଣ ରାଶିରେ ଲୋନ ଟଙ୍କା ପରିଶୋଧ ହେବ ।

ଯଦି ଋଣକର୍ତ୍ତା ଟର୍ମ ପଲିସି ନେଇଥାନ୍ତି, ତାହାହେଲେ ନୋମିନିଙ୍କ ଆକାଉଣ୍ଟରୁ କ୍ଷତିପୂରଣ କ୍ରେଡିଟ୍ ହେବ । ଆଇନଗତ ଭାବେ ଉତ୍ତରାଧିକାରୀଙ୍କ ନିକଟକୁ ଏହା ସ୍ଥାନାନ୍ତରଣ ଯୋଗ୍ୟ । ଏହା କେଉଁଭଳି ଲୋନ ଅଟେ ତାହା ଫରକ୍ ପଡେନି । ଉତ୍ତରାଧିକାରୀ ବୀମା ପଲିସି ଟଙ୍କା ସହ ଏହାକୁ ଶୁଝିବାକୁ ବାଧ୍ୟ ଅଟନ୍ତି । ସେହିପରି ଯଦି ହୋମ ଲୋନ ଇନସ୍ୟୁରାନ୍ସ ନଥାଏ ଏବଂ ସହ ଋଣକର୍ତ୍ତା କିମ୍ବା ଗ୍ୟାରେଣ୍ଟର ଠାରୁ ମଧ୍ୟ ଟଙ୍କା ବସୁଲ ହୋଇପାରେ ନାହିଁ, ତେବେ ଋଣକର୍ତ୍ତାଙ୍କ ସମ୍ପତ୍ତି ଜବତ କରିଥାଏ ବ୍ୟାଙ୍କ । ଏହାକୁ ନିଲାମ କରି ଉଦ୍ଧୃତ ଆୟରୁ ଲୋନ ରାଶି ଆଦାୟ କରିଥାଏ ।

ଯଦି କାର୍ ଲୋନ ନେଇଥିବା ଜଣେ ବ୍ୟକ୍ତି ନିଜ ପରିବାର ଠାରୁ ଦୂରରେ ରହୁଥାଏ, ଏପରି କ୍ଷେତ୍ରରେ ବ୍ୟାଙ୍କ ସେହି ବ୍ୟକ୍ତିଙ୍କ ପରିବାର ସହ ଯୋଗାଯୋଗ କରେ । ଯଦି ସେଠାରେ କେହି ଆଇନଗତ ଉତ୍ତରାଧିକାରୀ ରହିଥାନ୍ତି ଏବଂ ସେ କାର୍‌କୁ ନିଜ ପାଖରେ ରଖିବାକୁ ଚାହାନ୍ତି ତେବେ ଲୋନ ରାଶି ପୈଠ କରି ସେ ଏହା କରିପାରିବେ । କିନ୍ତୁ ସେମାନେ ଯଦି ମନା କରନ୍ତି ତାହାହେଲେ ବ୍ୟାଙ୍କ କାର୍ ଜବତ କରି ନିଜର ଲୋନ ଫେରସ୍ତ ନେଇଥାଏ ।

ବ୍ୟକ୍ତିଗତ ଲୋନ ଏବଂ କ୍ରେଡିଟ କାର୍ଡ କ୍ଷେତ୍ରରେ କୌଣସି ଗ୍ୟାରେଣ୍ଟର ନଥାନ୍ତି । ଯଦି ଏପରି ଲୋନ କରିଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୁଏ, ତେବେ ବ୍ୟାଙ୍କ ତାଙ୍କ ପରିବାର ଠାରୁ ଲୋନ ଟଙ୍କା ବସୁଲ କରିପାରିବ ନାହିଁ । ମାତ୍ର ଯଦି କେହି କୋ-ଆପ୍ଲିକାଣ୍ଟ ଥାଆନ୍ତି ତେବେ ତାଙ୍କ ଠାରୁ ନିଜର ଟଙ୍କା ଫେରି ପାଇବାକୁ ବ୍ୟାଙ୍କ ଚେଷ୍ଟା କରିପାରେ । ମନେକର ବ୍ୟାଙ୍କ ଋଣକର୍ତ୍ତାଙ୍କ ଆଇନଗତ ଉତ୍ତରଧିକାରୀ ବା ବଂଶଜଙ୍କୁ ଲୋନ ପରିଶୋଧ ପାଇଁ ନୋଟିସ୍ ପଠାଏ, ତେବେ କ'ଣ କରିବା ଉଚିତ୍ ? ଏପରି କ୍ଷେତ୍ରରେ ଉତ୍ତରାଧିକାରୀ ପ୍ରଥମେ ଆର୍ଥିକ ମୂଲ୍ୟାଙ୍କନ କରିବା ଉଚିତ୍ । ସମ୍ପତ୍ତିର ମୋଟ ଭ୍ୟାଲୁ ଏବଂ ଶୁଝିବାକୁ ଥିବା ଲୋନ ରାଶିକୁ ହିସାବ କରିବା ଆବଶ୍ୟକ । ଯଦି ସମ୍ପତ୍ତି ମୂଲ୍ୟ ଲୋନ ପରିମାଣ ଠାରୁ ଅଧିକ, ତାହାହେଲେ ଏଥିରେ ଲୋନ ଭରଣା କରିବା ଉଚିତ୍ । ଯଦି ସମ୍ପତ୍ତି ମୂଲ୍ୟ କମ୍ ତେବେ ଏହାକୁ ବ୍ୟାଙ୍କକୁ ହସ୍ତାନ୍ତର କରିବା ଆବଶ୍ୟକ ।

ଅସୁରକ୍ଷିତ ଲୋନ କ୍ଷେତ୍ରରେ ସୁଧହାର ଅଧିକ ରହିଥାଏ । ଏହି ଲୋନ ନେବା ସମୟରେ ସହ ଋଣକର୍ତ୍ତାଙ୍କ ନାମ ଉଲ୍ଲେଖ ରହିଲେ ସୁଧ କମ୍ ମିଳିଥାଏ । ଲୋନ ନେବା ସମୟରେ ସବୁବେଳେ ଆବଶ୍ୟକୀୟ ଇନସ୍ୟୁରାନ୍ସ କଭର ନେବା ସର୍ବୋକୃଷ୍ଟ ଅଟେ । ଏହା ଆପଣଙ୍କ ପରେ ଋଣ ବୋଝରୁ ଆପଣଙ୍କ ପରିବାରକୁ ସୁରକ୍ଷିତ ରଖିଥାଏ । ବ୍ୟାଙ୍କବଜାର ସିଇଓ ଅଧିଲ ସେଟ୍ଟୀ ଏହି ପରାମର୍ଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.