ETV Bharat / business

ସୁଧହାର ବୃଦ୍ଧି ପରେ ହୋମ ଲୋନ EMI ପାଇଁ ଚିନ୍ତିତ କି ?

author img

By

Published : Dec 15, 2022, 12:04 PM IST

ହୋମ ଲୋନ EMI ପାଇଁ ଚିନ୍ତିତ କି ?
ହୋମ ଲୋନ EMI ପାଇଁ ଚିନ୍ତିତ କି ?

ପୁଣିଥରେ ରେପୋ ରେଟ୍ ବଢାଇଛି ଆରବିଆଇ । ଏହାସହିତ ଗ୍ରାହକଙ୍କ ପାଇଁ ହୋମ ଲୋନ ପୂର୍ବାପେକ୍ଷା ଅଧିକ ମହଙ୍ଗା ହୋଇଛି । ଏଣିକି ଲୋନ ଉପରେ ଅଧିକ EMI ଗଣିବେ ଗ୍ରାହକ । ତେବେ ଜାଣନ୍ତୁ କିପରି ଏହି ଅତିରିକ୍ତ EMI ବୋଝରୁ ମୁକ୍ତି ପାଇବେ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପୁଣି ସୁଧହାର ବଢାଇଛି । ଯଦ୍ବାରା ହୋମ ଲୋନ ଭଳି ଅନ୍ୟାନ୍ୟ ବ୍ୟାଙ୍କ ଲୋନ ପୁନର୍ବାର ମହଙ୍ଗା ହୋଇଯାଇଛି । ଆରବିଆଇର ନିଷ୍ପତ୍ତି ପରେ ଅଧିକାଂଶ ବାଣିଜ୍ୟିକ ବ୍ୟାଙ୍କ ସୁଧହାର ବୃଦ୍ଧି ଘୋଷଣା କରିଛନ୍ତି । ଆଗକୁ ମଧ୍ୟ ଲୋନ ଉପରେ ସୁଧହାର ଅଧିକ ବଢିବାର ଆଶଙ୍କା ରହିଛି । ଫଳସୂରୁପ ଏଣିକି ଗ୍ରାହକ ବା ଲୋନକର୍ତ୍ତାଙ୍କ ଉପରେ ଅଧିକ EMI ବୋଝ ପଡିବ । ପୂର୍ବାପେକ୍ଷା ସେମାନଙ୍କୁ ଅଧିକ ସୁଧ ଦେବାକୁ ପଡିବ । ତେବେ କିଛି ଟିପ୍ସ ଅନୁପାଳନ ଦ୍ବାରା ଏହି ବୋଝ ହାଲୁକା କରାଯାଇପାରେ ।

ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ବ୍ୟାଙ୍କ(central bank) ଏକାଧିକ ଥର ରେପୋ ରେଟ୍ ବୃଦ୍ଧି କଲାଣି । ଡିସେମ୍ବର ୭ରେ ଆରବିଆଇ ପୁଣି ୩୫ ବେସିସ୍ ପଏଣ୍ଟ ବଢାଇବା ପରେ ସୁଧହାର ୬.୨୫ ପ୍ରତିଶତରେ ପହଞ୍ଚିଛି । ଯାହାଫଳରେ ହୋମ ଲୋନ ପୁନର୍ବାର ୮.୭୫ ପ୍ରତିଶତରୁ ୯ ପ୍ରତିଶତ ହୋଇଯାଇଛି । ଯେଉଁମାନେ କମ୍ ରେଟ୍‌ରେ ଲୋନ ନେଇଛନ୍ତି ସେମାନେ ଆଗକୁ ଲକ୍ଷାଧିକ ଟଙ୍କାର ସୁଧ ଗଣିବେ । ଏପରିକି ଯେଉଁ ଲୋନ ସୁଝିବାକୁ ୨୦ ବର୍ଷ ଲାଗିଥାନ୍ତା ତାହା ହେବେ ୩୦ ବର୍ଷ ଲାଗିବ ।

ଯେତେବେଳେ ସୁଧହାର ବଢେ, ଏପରି ସ୍ଥିତିରେ ପୂର୍ବରୁ ୬.୭୫%ରୁ ୭% ରେଟ୍‌ରେ ଲୋନ ନେଇଥିବା ଗ୍ରାହକଙ୍କ ଉପରେ ଅଧିକ ବୋଝ ପଡେ । ୮.୫ ରୁ ୯% ରେଟ୍‌ରେ ଲୋନ ନେଇଥିବା ବ୍ୟକ୍ତି କମ୍ ପ୍ରଭାବିତ ହୁଅନ୍ତି । ସୁଧହାର କମିଲେ ଲୋନ ରିପେମେଣ୍ଟର ସମୟ କମେ । ଅନୁରୂପ ଭାବେ ସୁଧହାର ବଢିଲେ ଏହି ଅବଧି ମଧ୍ୟ ବୃଦ୍ଧି ପାଏ । ଯଦି ସୁଧହାର ବୃଦ୍ଧି ସମୟରେ ଲୋନ ଅବଧି ଦୁଇ ତିନି ବର୍ଷ ବୃଦ୍ଧି ପାଏ ତେବେ ଋଣକର୍ତ୍ତାଙ୍କ ପାଇଁ ଉପରେ ଏହି ବୋଝ ଖୁବ୍ ଅଧିକ ବୋଲି ଚିନ୍ତା କରାଯାଏ । ଏଥିପାଇଁ ଆପଣ ନିଜ ବ୍ୟାଙ୍କ ସହ ଯୋଗାଯୋଗ କରି EMI ରାଶି ବୃଦ୍ଧି କରିବା ଦିଗରେ ଧ୍ୟାନ ଦିଅନ୍ତୁ । ଅଧିକ ସୁଧପ୍ରଦାନ କରୁଥିବା ଲୋନକୁ ଯଥାଶୀଘ୍ର ବନ୍ଦ କରିବାକୁ ଚେଷ୍ଟା କରନ୍ତୁ ।

ମନେକର ଆପଣ ୬.୭୫%ରେ ୨୦ ବର୍ଷ ପାଇଁ ୩୦ ଲକ୍ଷ ଲୋନ ଆଣିଛନ୍ତି । ଏଥିପାଇଁ ଆପଣ ୨୨,୩୬୭ EMI ପ୍ରଦାନ କରୁଛନ୍ତି । ଯଦି ସୁଧହାର ୮.୭୫% ଯାଏ ବଢେ, ତେବେ ଲୋନ ସୁଝିବାର ଅବଧି ୨୦ ବର୍ଷରୁ ୩୦ ବର୍ଷରେ ବଦଳି ଯାଏ ଓ EMI ରାଶି ୨୩,୬୧୦ ହୁଏ । ହେଲେ ଯଦି ଆପଣ ଏହି ଅବଧି ଅପରିବର୍ତ୍ତିତ ରଖି EMI ପରିମାଣ ବଢାଉଛନ୍ତି ତାହାହେଲେ ଆପଣ ୨୬,୫୨୦ ଟଙ୍କା ପୈଠ କରିବେ ।

କମ୍ ସୁଧରେ ଉଧାର ପାଇଁ ଲୋନ ମାର୍କେଟ ସର୍ଭେ କରନ୍ତୁ । କୌଣସି ବିତ୍ତୀୟ ସଂସ୍ଥା ବ୍ୟାଙ୍କ ତୁଳନାରେ କମ୍ ସୁଧ ଅଫର କରୁଛନ୍ତି କି ନାହିଁ ତାହା ପ୍ରଥମେ ଯାଞ୍ଚ କରନ୍ତୁ । ବ୍ୟାଙ୍କ ଠାରୁ ଏହି ସଂସ୍ଥାର ସୁଧହାର ୦.୭୫ ପ୍ରତିଶତ କମ୍ ହେଲେ ମଧ୍ୟ ଏହା ଆପଣଙ୍କ ଉପରେ ବଡ ବୋଝ ହାଲୁକା କରିବାରେ ସକ୍ଷମ ହୁଏ । ଅନେକ ସମୟରେ ଆପଣଙ୍କ ବ୍ୟାଙ୍କ କମ୍ ସୁଧକୁ ସ୍ଥାନାନ୍ତର ହେବାକୁ ସୁଯୋଗ ଦେଇଥାଏ । ଏହି ସ୍ଥାନାନ୍ତର ନିଷ୍ପତ୍ତି ନେବା ପୂର୍ବରୁ ଏହା ଜନିତ ବ୍ୟୟ, ଜରିମାନା ଉପରେ ଧ୍ୟାନ ଦିଅନ୍ତୁ ।

ସର୍ବଦା ଠିକ୍ ସମୟରେ EMI ଦିଅନ୍ତୁ । ନଚେତ୍ ଏଥିପାଇଁ ଲାଗୁ ଜରିମାନା ଆପଣଙ୍କ ଉପରେ ଅତିରିକ୍ତ ବୋଝ ପକାଇଥାଏ । ଏହାସହିତ କ୍ରେଡିଟ ସ୍କୋର ମଧ୍ୟ ପ୍ରଭାବିତ ହୋଇଥାଏ । ସେହିପରି କିସ୍ତି ରାଶି ବୃଦ୍ଧି କରି ଦୀର୍ଘକାଳୀନ ଲୋନ ଶୀଘ୍ର ପରିଶୋଧ କରିବା ପାଇଁ ଚେଷ୍ଟା କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.