ETV Bharat / business

ସିନେମା ହଲ୍‌ରେ ଶସ୍ତାରେ ମିଳିବ ଖାଦ୍ୟ; ମହଙ୍ଗା ହେବ ଅନଲାଇନ ଗେମ୍

author img

By

Published : Jul 12, 2023, 8:59 AM IST

ଅର୍ଥମନ୍ତ୍ରୀ ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସଟି ପରିଷଦ ବୈଠକରେ ବଡ ନିଷ୍ପତ୍ତି । ସିନେମା ହଲ୍‌ରେ ମିଳୁଥିବା ଖାଦ୍ୟ ଉପରେ ଜିଏସଟି ହ୍ରାସ । ଅନଲାଇନ ଗେମ୍ ଉପରେ ୨୮ ପ୍ରତିଶତ ଟିକସ ଲାଗୁ । ଅଧିକ ପଢନ୍ତୁ

ଜିଏସଟି ପରିଷଦ ବୈଠକ
ଜିଏସଟି ପରିଷଦ ବୈଠକ

ନୂଆଦିଲ୍ଲୀ: ମହଙ୍ଗା ହେବ ଅନଲାଇନ୍ ଗେମ୍ । ଅନଲାଇନ ଗେମିଂ, ହର୍ସ ରେସିଂ ଓ କେସିନୋରେ ୨୮ ପ୍ରତିଶତ ଜିଏସଟି ଲଗାଇବା ପାଇଁ ନିଷ୍ପତ୍ତି ହୋଇଛି । ସେହିପରି ଆମଦାନୀ ହେଉଥିବା କ୍ୟାନ୍ସର ଔଷଧ ଶସ୍ତା ହୋଇଛି । କ୍ୟାନ୍ସର ଓ ବିରଳ ରୋଗ ଔଷଧର ଆମଦାନୀ ଉପରୁ ଜିଏସଟି ଛାଡ଼ କରାଯାଇଛି । ଏହାସହିତ ଚିକିତ୍ସା ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ଖାଦ୍ୟଗୁଡିକ ଉପରୁ ମଧ୍ୟ ଟିକସ ହଟାଯାଇଛି । ମଙ୍ଗଳବାର ନୂଆଦିଲ୍ଲୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସଟି ପରିଷଦର ୫୦ତମ ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି ।

ବୈଠକରେ ସିନେମା ହଲରେ ଥିବା ରେସ୍ତୋରାଁ ଉପରେ ଲାଗିଥିବା ଟିକସକୁ ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି । ଯାହାଫଳରେ ଏଣିକି ସିନେମା ହଲ୍‌ରେ ଶସ୍ତାରେ ଖାଦ୍ୟ ମିଳିବ । ପୂର୍ବରୁ ସିନେପ୍ଲେକ୍ସଗୁଡିକରେ ଥିବା ରେସ୍ତୋରାଁରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେଉଥିଲା । ଏହା ହ୍ରାସ ପାଇବା ପରେ ଖାଦ୍ୟ ମଧ୍ୟ ଶସ୍ତାରେ ହୋଇଯିବ । ଜିଏସଟି ପରିଷଦ ସାଟେଲାଇଟ ଉତପେକ୍ଷଣ ସହ ଜଡ଼ିତ ଘରୋଇ କମ୍ପାନୀକୁ ମଧ୍ୟ ବଡ଼ ଆଶ୍ବସ୍ତି ଦେଇଛନ୍ତି । ଜିଏସଟି ପରିସରରୁ ବାଦ୍ ପଡିଛି ଏହି କମ୍ପାନୀ । ଘରୋଇ ସଂସ୍ଥାର ଉପଗ୍ରହ ଉତପେକ୍ଷଣ ଉପରୁ ଜିଏସଟି ଛାଡ଼ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ଜୁନରେ ରାଜ୍ୟ ଜିଏସଟି ସଂଗ୍ରହ ୧୭୩୨.୪୯ କୋଟି; ଗତବର୍ଷ ତୁଳନାରେ ୨୫.୧୩ ପ୍ରତିଶତ ଅଭିବୃଦ୍ଧି

ଜିଏସଟି ପରିଷଦର ନିଷ୍ପତ୍ତି ଅନୁଯାୟୀ, ଅନଲାଇନ ଗେମରେ କୌଶଳର ଖେଳ ଓ ଭାଗ୍ୟର ଖେଳରେ କୌଣସି ପ୍ରଭେଦ ବିନା ଅନଲାଇନ ଗେମିଂ କମ୍ପାନୀ ଉପରେ ଟିକସ ଲଗାଯିବ । ଯାହା ଫେସ୍‌ ଭ୍ୟାଲୁ ରହିଛି ତା' ଉପରେ ୨୮ ପ୍ରତିଶତ ଜିଏସଟି ଲାଗିବ ବୋଲି ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି । ଆମଦାନୀ ହେଉଥିବା କ୍ୟାନ୍ସର ଔଷଧ ଡିନୁଟୁକ୍ସିମ୍ୟାବ ଉପରେ ଆମଦାନୀ ଶୁଳ୍କ ଛାଡ କରିବାକୁ ପାଇଁ ପ୍ୟାନେଲ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେହିପରି ଅଶୋଧିତ ତୈଳ ଉପରୁ ୧୮ ପ୍ରତିଶତରୁ ୫ ପ୍ରତିଶତକୁ ଜିଏସଟି ହ୍ରାସ ନେଇ ଘୋଷଣା ହୋଇଛି ।

ପ୍ରକାଶଥାଉ କି, ୨୦୧୭ ଜୁଲାଇ ୧ରେ ଦେଶରେ ଜିଏସଟି ବ୍ୟବସ୍ଥା ଲାଗୁ ହୋଇଥିଲା । ଏହି ବ୍ୟବସ୍ଥାକୁ ୬ ବର୍ଷ ପୂରଣ ହୋଇଛି । ଜିଏସଟି ଲାଗୁ ପୂର୍ବରୁ ଦେଶରେ ପରୋକ୍ଷ କର ବ୍ୟବସ୍ଥା ଅବ୍ୟବସ୍ଥିତ ରହିଥିଲା । ଜିଏସଟି ଅଧିକ କର ବୃଦ୍ଧି କରିଛି ବୋଲି ନିକଟରେ ଅର୍ଥମନ୍ତ୍ରୀ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.