ETV Bharat / state

ଜୁନରେ ରାଜ୍ୟ ଜିଏସଟି ସଂଗ୍ରହ ୧୭୩୨.୪୯ କୋଟି; ଗତବର୍ଷ ତୁଳନାରେ ୨୫.୧୩ ପ୍ରତିଶତ ଅଭିବୃଦ୍ଧି

author img

By

Published : Jul 1, 2023, 9:15 PM IST

ଚଳିତ ଆର୍ଥିକ ବର୍ଷର ଜୁନ ମାସ ସୁଦ୍ଧା ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ଓଡିଶା ସାମଗ୍ରିକ ଭାବେ ୫୬୬୧.୯୭ କୋଟି ଟଙ୍କା ସଂଗ୍ରହ କରିଛି । ଗତ ଆର୍ଥିକ ବର୍ଷର ଜୁନ ମାସ ସୁଦ୍ଧା ଏହି ସଂଗ୍ରହ ଥିଲା ୪୩୫୦.୮୮ କୋଟି ଟଙ୍କା । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୩୦.୧୩ ପ୍ରତିଶତ । ଅଘଧି

ଜୁନରେ ରାଜ୍ୟ ଜିଏସଟି ସଂଗ୍ରହ ୧୭୩୨.୪୯ କୋଟି; ଗତବର୍ଷ ତୁଳନାରେ ୨୫.୧୩ ପ୍ରତିଶତ ଅଭିବୃଦ୍ଧି
ଜୁନରେ ରାଜ୍ୟ ଜିଏସଟି ସଂଗ୍ରହ ୧୭୩୨.୪୯ କୋଟି; ଗତବର୍ଷ ତୁଳନାରେ ୨୫.୧୩ ପ୍ରତିଶତ ଅଭିବୃଦ୍ଧି

ଭୁବନେଶ୍ବର: ଟ୍ରାକକୁ ଫେରୁଛି ରାଜ୍ୟର ଅର୍ଥନୀତି । ବଢିବାରେ ଲାଗିଛି ରାଜ୍ୟର ରଜସ୍ବ ସଂଗ୍ରହ । ୨୦୨୩ ମସିହା ଜୁନ ମାସରେ ରାଜ୍ୟ ଜିଏସଟି (ଓଜିଏସଟି) ଓ ସମନ୍ବିତ ଜିଏସଟି (ଆଇଜିଏସଟି) ଫଇସଲା ବାବଦକୁ ଓଡିଶା ୧୭୩୨.୪୯ କୋଟି ଟଙ୍କା ସଂଗ୍ରହ କରିଛି । ୨୦୨୨ ମସିହା ଜୁନ ମାସରେ ଏହି ପରିମାଣ ଥିଲା ୧୩୮୪.୫୯ କୋଟି । ଫଳରେ ଏ କ୍ଷେତ୍ରରେ ଚଳିତବର୍ଷ ୨୫.୧୩ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଜିଏସଟି କମିଶନର ସଞ୍ଜୟ କୁମାର ସିଂ ।

ଜୁନରେ ରାଜ୍ୟ ଜିଏସଟି ସଂଗ୍ରହ ୧୭୩୨.୪୯ କୋଟି; ଗତବର୍ଷ ତୁଳନାରେ ୨୫.୧୩ ପ୍ରତିଶତ ଅଭିବୃଦ୍ଧି
ଜୁନରେ ରାଜ୍ୟ ଜିଏସଟି ସଂଗ୍ରହ ୧୭୩୨.୪୯ କୋଟି; ଗତବର୍ଷ ତୁଳନାରେ ୨୫.୧୩ ପ୍ରତିଶତ ଅଭିବୃଦ୍ଧି

ଚଳିତ ଆର୍ଥିକ ବର୍ଷର ଜୁନ ମାସ ସୁଦ୍ଧା ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ଓଡିଶା ସାମଗ୍ରିକ ଭାବେ ୫୬୬୧.୯୭ କୋଟି ଟଙ୍କା ସଂଗ୍ରହ କରିଛି । ଗତ ଆର୍ଥିକ ବର୍ଷର ଜୁନ ମାସ ସୁଦ୍ଧା ଏହି ସଂଗ୍ରହ ଥିଲା ୪୩୫୦.୮୮ କୋଟି ଟଙ୍କା । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୩୦.୧୩ ପ୍ରତିଶତ । ସେହିପରି ୨୦୨୩ ମସିହା ଜୁନ ମାସରେ ମୋଟ ଜିଏସଟି (ରାଜ୍ୟ ଜିଏସଟି + ସମନ୍ବିତ ଜିଏସଟି + କେନ୍ଦ୍ରୀୟ ଜିଏସଟି + ଅତିରିକ୍ତ ଟିକସ) ସଂଗ୍ରହ ବାବଦକୁ ଓଡିଶା ୪୩୭୯.୯୭ କୋଟି ଟଙ୍କା ଆଦାୟ କରିଛି । ୨୦୨୨ ମସିହା ଜୁନ ମାସରେ ଏହି ପରିମାଣ ଥିଲା ୩୯୬୫.୨୮ କୋଟି ଟଙ୍କା । ଏ କ୍ଷେତ୍ରରେ ୧୦.୪୬ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଚଳିତ ଆର୍ଥିକ ବର୍ଷ ଜୁନ ମାସ ସୁଦ୍ଧା ସଂଗୃହିତ ହୋଇଥିବା ସାମଗ୍ରିକ ମୋଟ ଜିଏସଟି ୧୩୮୧୩.୪୪ କୋଟି ଟଙ୍କା ହୋଇଛି । ଗତ ଆର୍ଥିକ ବର୍ଷ ଜୁନ ମାସ ସୁଦ୍ଧା ଏହି ପରିମାଣ ଥିଲା ୧୨୮୩୧.୨୬ କୋଟି । ଏଥିରେ ୭.୬୫ ପ୍ରତିଶତ ଅଭିବୃଦ୍ଧି ଘଟିଛି ।

ଜୁନରେ ରାଜ୍ୟ ଜିଏସଟି ସଂଗ୍ରହ ୧୭୩୨.୪୯ କୋଟି; ଗତବର୍ଷ ତୁଳନାରେ ୨୫.୧୩ ପ୍ରତିଶତ ଅଭିବୃଦ୍ଧି
ଜୁନରେ ରାଜ୍ୟ ଜିଏସଟି ସଂଗ୍ରହ ୧୭୩୨.୪୯ କୋଟି; ଗତବର୍ଷ ତୁଳନାରେ ୨୫.୧୩ ପ୍ରତିଶତ ଅଭିବୃଦ୍ଧି

ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି ବିଭାଗ ଦ୍ବାରା ଆଦାୟ କରାଯାଉଥିବା ବିଭିନ୍ନ ଟିକସ ଜିଏସଟି, ଭାଟ, ପ୍ରବେଶ ଶୁଳ୍କ, ବୃତ୍ତିକର ବାବଦକୁ ୨୦୨୩ ମସିହା ଜୁନ ମାସରେ ୨୮୬୫.୦୧ କୋଟି ଟଙ୍କା ଆଦାୟ କରାଯାଇଛି । ଗତ ବର୍ଷ ଜୁନ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୨୫୧୬.୮୧ କୋଟି ଟଙ୍କା । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୧୩.୮୪ ପ୍ରତିଶତ । ୨୦୨୩ ମସିହା ଜୁନ ମାସରେ ୧୮.୭୯ ଲକ୍ଷ ସଂଖ୍ୟକ ଇ-ୱେବିଲ ନିର୍ଗମନ ହୋଇଥିବା ବେଳେ ୨୦୨୨ ମସିହା ଜୁନ ମାସରେ ୧୫.୩୩ ଲକ୍ଷ ସଂଖ୍ୟକ ଇ-ୱେବିଲ ନିର୍ଗମନ କରଯାଇଥିଲା । ରାଜ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ଏଥୁରୁ ସୂଚିତ ହେଉଛି ।

ଜୁନରେ ରାଜ୍ୟ ଜିଏସଟି ସଂଗ୍ରହ ୧୭୩୨.୪୯ କୋଟି; ଗତବର୍ଷ ତୁଳନାରେ ୨୫.୧୩ ପ୍ରତିଶତ ଅଭିବୃଦ୍ଧି
ଜୁନରେ ରାଜ୍ୟ ଜିଏସଟି ସଂଗ୍ରହ ୧୭୩୨.୪୯ କୋଟି; ଗତବର୍ଷ ତୁଳନାରେ ୨୫.୧୩ ପ୍ରତିଶତ ଅଭିବୃଦ୍ଧି

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.