ETV Bharat / business

ମାରାତ୍ମକ ରୋଗ ପାଇଁ ଭୟଭୀତ କି ? ଆପଣାନ୍ତୁ ଏହି ସ୍ବାସ୍ଥ୍ୟବୀମା

author img

By

Published : Nov 17, 2022, 2:37 PM IST

ମାରାତ୍ମକ ରୋଗ ପାଇଁ ଭୟଭୀତ କି ? ନିଅନ୍ତୁ ଏହି ପଲିସି
ମାରାତ୍ମକ ରୋଗ ପାଇଁ ଭୟଭୀତ କି ? ନିଅନ୍ତୁ ଏହି ପଲିସି

କୁହାଯାଏ ସ୍ବାସ୍ଥ୍ୟ ହିଁ ସମ୍ପଦ । ଆଜିକାଲି ଜଳବାୟୁ ପରିବର୍ତ୍ତନ ଓ ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଲୋକେ ମାରାତ୍ମକ ରୋଗାଗ୍ରସ୍ତ ହେଉଛନ୍ତି । ଏହି କାରଣରୁ ତାଙ୍କର ରୋଜଗାର ବନ୍ଦ ହେବା ସହ ଆର୍ଥିକ ସ୍ଥିତି ମଧ୍ୟ ଦୋହଲି ଯାଉଛି । ତେଣୁ ଏହିସବୁ ରୋଗ ଜନିତ ଖର୍ଚ୍ଚ ଭରଣା ପାଇଁ ବର୍ତ୍ତମାନ ସମୟରେ ଉତ୍ତମ ସ୍ବାସ୍ଥ୍ୟବୀମା ପଲିସିଟିଏ ଚୟନ କରିବା ଜରୁରୀ ହୋଇପଡିଛି । ଜାଣନ୍ତୁ କେଉଁଭଳି ପଲିସି ନେବା ଉଚିତ୍ ।

ହାଇଦ୍ରାବାଦ: ରାଜୀବ ଗୋଟିଏ କମ୍ପାନୀରେ ସେଲ୍ସ ମ୍ୟାନେଜର ଭାବେ କାମ କରୁଥିଲେ । ନିଜ ଟିମ୍‌ର ଦକ୍ଷ ପରିଚାଳନା ପାଇଁ ତାଙ୍କର ସୁନାମ ରହିଥିଲା । ତେବେ କାର୍ଯ୍ୟଭାର ଜନିତ ଚାପ ଦୂର କରିବା ଲାଗି ସେ ଧୁମ୍ରପାନ କରିବା ଆରମ୍ଭ କଲେ । କିଛି ଦିନ ପରେ ଏହା ତାଙ୍କ ଅଭ୍ୟାସରେ ପଡିଗଲା । ଥରେ ଡ୍ୟୁଟି ସମୟରେ ହଠାତ୍ ରାଜୀବ ଚେତାଶୂନ୍ୟ ହୋଇଗଲେ । ସହକର୍ମୀମାନେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କଲେ । ତେବେ ମେଡିକାଲରେ ତାଙ୍କର ଜୀବନ ସିନା ବଞ୍ଚି ଯାଇଥିଲା, କିନ୍ତୁ ଶରୀରର ବାମପାର୍ଶ୍ବ ଅଚଳ ସମ୍ପୂର୍ଣ୍ଣ ହୋଇଗଲା ବା ସେ ପାରାଲିସିସ୍ ହୋଇଗଲେ ।

ମାରାତ୍ମକ ରୋଗ ପାଇଁ ଭୟଭୀତ କି ? ନିଅନ୍ତୁ ଏହି ପଲିସି
ମାରାତ୍ମକ ରୋଗ ପାଇଁ ଭୟଭୀତ କି ? ନିଅନ୍ତୁ ଏହି ପଲିସି

ଅନ୍ୟ କର୍ମଚାରୀଙ୍କ ଭଳି ରାଜୀବ କମ୍ପାନୀ ଦ୍ବାରା ପ୍ରଦତ୍ତ ଗୋଷ୍ଠୀ ସ୍ବାସ୍ଥ୍ୟବୀମା(Group health insurance) ନେଇଥିଲେ । ଏହି ବୀମା ତାଙ୍କର ଚିକିତ୍ସା ଖର୍ଚ୍ଚ ଭରଣା କରିଥିଲା । ହେଲେ ଗୁରୁତର ଅସୁସ୍ଥତା କାରଣରୁ ବର୍ତ୍ତମାନ ତାଙ୍କୁ ନିୟମିତ ଚିକିତ୍ସା ସେବାର ଆବଶ୍ୟକତା ପଡୁଛି । ଅନ୍ୟପଟେ ସେ ପୂର୍ବଭଳି କାମ କରିବାକୁ ସକ୍ଷମ ନାହାନ୍ତି । ରୋଜଗାର ବନ୍ଦ ଏବଂ ଅତ୍ୟଧିକ ଚିକିତ୍ସା ଖର୍ଚ୍ଚ ଏବେ ତାଙ୍କର ପୁରା ପରିବାରକୁ ଆର୍ଥିକ ସଙ୍କଟ ମଧ୍ୟକୁ ଠେଲି ଦେଇଛି ।

ରାଜୀବଙ୍କ ଭଳି ସମାଜରେ ଅନେକ ବ୍ୟକ୍ତିବିଶେଷ ଅଛନ୍ତି ଯେଉଁମାନେ କ୍ୟାନ୍ସର, ହୃଦଘାତ, ପକ୍ଷାଘାତ, କିଡନୀ ସମସ୍ୟା ଇତ୍ୟାଦି ଘାତକ ରୋଗରେ ପୀଡିତ ହେଉଛନ୍ତି । ଜଳବାୟୁ ପରିବର୍ତ୍ତନ ଏବଂ ଫାଷ୍ଟଫୁଡ ଖାଇବା ଯୋଗୁଁ ଲୋକମାନେ ଏଭଳି ମାରାତ୍ମକ ରୋଗର ଶିକାର ହେଉଛନ୍ତି । ଏହି ମାରତ୍ମକ ରୋଗର ଚିକିତ୍ସାରେ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ ହୋଇଥାଏ । ସାଧାରଣ ସ୍ବାସ୍ଥ୍ୟବୀମା କେବଳ ମେଡିକାଲରେ ଚିକିତ୍ସା ଖର୍ଚ୍ଚର ଭରଣା କରିଥାଏ । ମାତ୍ର ଏହା ପରବର୍ତ୍ତୀ ଚିକିତ୍ସା ଜନିତ ବ୍ୟୟ କଭର କରିନଥାଏ । ଏହିସବୁ ରୋଗ କ୍ଷେତ୍ରରେ ଗୁରୁତର ଅସୁସ୍ଥତା ପଲିସି(critical illness policies) ଉପଯୋଗୀ ଅଟେ ।

କୌଣସି କର୍ମଚାରୀଙ୍କ ଗୁରୁତର ବ୍ୟାଧି ଚିହ୍ନଟ ହେଲେ କମ୍ପାନୀ ଥରେ ମାତ୍ର ଚିକିତ୍ସା ଖର୍ଚ୍ଚ ଭରଣା କରିଥାଏ । ହେଲେ Critical care health ପଲିସିରେ ସର୍ବନିମ୍ନ ୫ ଲକ୍ଷ ଟଙ୍କାର କଭର ମିଳିଥାଏ । ଏହି ପଲିସି ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବା ପରଠୁ ଆରମ୍ଭ କରିବା କରି ଏହାର ପରବର୍ତ୍ତୀ ଖର୍ଚ୍ଚ(Post-hospitalisation expenses) ବହନ କରିବାକୁ ସକ୍ଷମ ଅଟେ । କମ୍ପାନୀଗୁଡିକ ୪ ପ୍ରକାର critical illness policies ଅଫର କରିଥାନ୍ତି । ଏହି ପଲିସିଗୁଡିକ କ୍ୟାନ୍ସର, ହାର୍ଟ ସର୍ଜରୀ, ସ୍ନାୟୁଗତ ଭିନ୍ନକ୍ଷମତା(Neuro disabilities), ପକ୍ଷାଘାତ ବା ପାରାଲିସିସ୍, ଦୃଷ୍ଟିହୀନତା, ବଧିର, ଯକୃତ, ଫୁସଫୁସ ଜନିତ ରୋଗ ପାଇଁ କଭର ପ୍ରଦାନ କରିଥାଏ । ଏହି ପଲିସି ଅଧିନରେ ପଲିସିଧାରକ ୧୦୦ ପ୍ରତିଶତ କ୍ଲେମ୍ କରିପାରିବେ ।

ଏହାମଧ୍ୟ ପଢନ୍ତୁ: ଶୀଘ୍ର ଅବସର ନେବା ତ ଠିକ୍ ! ହେଲେ ବାକି ଜୀବନ କେମିତି କାଟିବେ ? ଏନେଇ ଜାଣନ୍ତୁ ନୀତିନ କାମାଥଙ୍କ ପରାମର୍ଶ

ସାଧାରଣ ସ୍ବାସ୍ଥ୍ୟବୀମା ଗୁଡିକ ଦ୍ବାରା କେବଳ ମେଡିକାଲ ବିଲ୍ ଭରଣା ହୋଇପାରେ । ହେଲେ critical care ମାରାତ୍ମକ ବ୍ୟାଧି ଜନିତ ୧୦୦ ପ୍ରତିଶତ ଖର୍ଚ୍ଚ କଭର କରିଥାଏ । ଏହିଭଳି ଜଣେ ପଲିସିଧାରକ କ୍ୟାନ୍ସର, ନ୍ୟୁରୋ, ଲିଭର ଓ ହାର୍ଟ ସମ୍ବନ୍ଧୀୟ ଚାରୋଟି କ୍ରିଟିକାଲ କେୟାର ଶ୍ରେଣୀ ଅଧିନରେ ପ୍ରାୟ ୪୦୦ ଜଏଣ୍ଟ କଭରେଜ ପ୍ରାପ୍ତ କରିପାରିବେ । critical care ପଲିସିରେ ବୀମା କଭର କମ୍ ସମୟରେ ମିଳିଥାଏ ।

କେତେକ କମ୍ପାନୀ ପଲିସି ନେବାର ୯୦ ଦିନ ପରେ ଚାରୋଟି ଶ୍ରେଣୀର ଗମ୍ଭୀର ରୋଗଗୁଡିକର କଭର କରିଥାଏ । ତେବେ ଡ୍ରଗ୍ସ ଓ ମଦ୍ୟପାନ କ୍ଷେତ୍ରରେ କୌଣସି ପ୍ରକାର କ୍ଷତିପୂରଣ ମିଳିନଥାଏ । ବିଶେଷକରି ଏହି ପଲିସି ସେହି ବ୍ୟକ୍ତିଙ୍କ ପାଇଁ ଅଧିକ ଜରୁରୀ ଯାହାର ପରିବାର ସଦସ୍ୟ ପୂର୍ବରୁ ମାରାତ୍ମକ ରୋଗରେ ପୀଡିତ ହୋଇଛନ୍ତି । ଏହାସହିତ ଅଧିକ କାର୍ଯ୍ୟଚାପରେ ରହୁଥିବା କର୍ମଚାରୀଙ୍କ ଲାଗି ମଧ୍ୟ critical care ପଲିସି ନେବାର ଆବଶ୍ୟକତା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.