ETV Bharat / business

ଶୀଘ୍ର ଅବସର ନେବା ତ ଠିକ୍ ! ହେଲେ ବାକି ଜୀବନ କେମିତି କାଟିବେ ? ଏନେଇ ଜାଣନ୍ତୁ ନୀତିନ କାମାଥଙ୍କ ପରାମର୍ଶ

author img

By

Published : Nov 16, 2022, 10:39 PM IST

ଶୀଘ୍ର ଅବସର ନେବା ତ ଠିକ୍ ! ହେଲେ ବାକି ଜୀବନ କେମିତି କାଟିବେ ? ଆଜିର ପିଢି ଶୀଘ୍ର ଅବସର ନେବାକୁ ଯୋଜନା କରୁଛନ୍ତି । ୫୦ ବର୍ଷ ବୟସରୁ ସେମାନେ ଚାକିରି ଛାଡି ଜୀବନ ଉପଭୋଗ କରିବାକୁ ଚାହୁଁଛନ୍ତି । ଏହା ଅନେକାଂଶରେ ଠିକ୍ ମଧ୍ୟ । ହେଲେ ଅବସର ପରେ ଏକ ସୁଖପ୍ରଦ ଜୀବନ ପାଇଁ ପୂର୍ବରୁ ପର୍ଯ୍ୟାପ୍ତ ଅର୍ଥ ସଞ୍ଚୟ ରଖିବା ଆବଶ୍ୟକ । ଜାଣନ୍ତୁ ଏକ ସୁଖପ୍ରଦ ଅବସର ଜୀବନ ପାଇଁ କ'ଣ ପରାମର୍ଶ ଦେଇଛନ୍ତି ଜେରୋଧା ସିଇଓ

ଶୀଘ୍ର ଅବସର ନେବା ତ ଠିକ୍ ! ହେଲେ ବାକି ଜୀବନ କେମିତି କାଟିବେ ? ଏନେଇ ଜାଣନ୍ତୁ ନୀତିନ କାମାଥଙ୍କ ପରାମର୍ଶ
ଶୀଘ୍ର ଅବସର ନେବା ତ ଠିକ୍ ! ହେଲେ ବାକି ଜୀବନ କେମିତି କାଟିବେ ? ଏନେଇ ଜାଣନ୍ତୁ ନୀତିନ କାମାଥଙ୍କ ପରାମର୍ଶ

ହାଇଦ୍ରାବାଦ: ଜେନେରସନ Z(୨୫ ବର୍ଷରୁ କମ୍) ଆଗରେ ଏକ ନୂତନ ଚ୍ୟାଲେଞ୍ଜ ଆସିଛି । ତାହା ହେଉଛି ଶୀଘ୍ର ଅବସର ଅର୍ଥାତ୍ କମ୍ ବୟସରେ କର୍ମକ୍ଷେତ୍ରରୁ ସେବାନିବୃତ୍ତ ହେବା । ସମ୍ପ୍ରତି ଜ୍ଞାନକୌଶଳ ବିକାଶ ଏବଂ ମେଡିକାଲ ଭିତ୍ତିଭୂମିରେ ଉନ୍ନତି ଯୋଗୁଁ ଲୋକଙ୍କ ଆୟୁଷ ବୃଦ୍ଧିପାଉଛି । ସେଦିନ ଯାଇଛି, ଯେବେ ଲୋକେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ କାମ କରୁଥିଲେ ଏବଂ ଏକ ସୁଖପ୍ରଦ ଓ ଚିନ୍ତାମୁକ୍ତ ସେବାନିବୃତ୍ତ ଜୀବନ ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ । ହେଲେ ଆଜିର ଯୁବପୀଢି ଅଲଗା ଟ୍ରାକରେ ଚାଲୁଛନ୍ତି । ଏହି ପିଢି ୫୦ ବର୍ଷ ବୟସରେ ହିଁ ଅବସର ନେବାକୁ ଯୋଜନା କରୁଛନ୍ତି ଏବଂ ଚାକିରିକୁ ବାଏ ବାଏ କହୁଛନ୍ତି । ସେମାନେ ନିଜ ଜୀବନକୁ ନିଜ ଇଚ୍ଛାରେ ଉପଭୋଗ କରିବାକୁ ଚାହୁଁଥିବାରୁ ୧୦ ବର୍ଷ ଆଗରୁ ହିଁ ଅବସର ନେବା ପାଇଁ ଚିନ୍ତା କରୁଛନ୍ତି । ଶୀଘ୍ର ଅବସର ନେବା ତ ଠିକ୍ ! ହେଲେ ବାକି ଜୀବନ କେମିତି କାଟିବେ ?

ଶୀଘ୍ର ଅବସର ନେବା ତ ଠିକ୍ ! ହେଲେ ବାକି ଜୀବନ କେମିତି କାଟିବେ ? ଏନେଇ ଜାଣନ୍ତୁ ନୀତିନ କାମାଥଙ୍କ ପରାମର୍ଶ
ଶୀଘ୍ର ଅବସର ନେବା ତ ଠିକ୍ ! ହେଲେ ବାକି ଜୀବନ କେମିତି କାଟିବେ ? ଏନେଇ ଜାଣନ୍ତୁ ନୀତିନ କାମାଥଙ୍କ ପରାମର୍ଶ

କାର୍ଯ୍ୟରୁ ଶୀଘ୍ର ଅବସର ନେଇ ଜୀବନ ଉପଭୋଗ କରିବା ତ ଠିକ୍, ହେଲେ ଏଥିପାଇଁ ଅନେକ ଜଟିଳ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥାଏ । ଉନ୍ନତ ଜୀବନଶୈଳୀ ଓ ଚିକିତ୍ସା ସୁବିଧା ଯୋଗୁଁ ଏବେ ଲୋକେ ୮୦ ବର୍ଷ ପର୍ଯ୍ୟନ୍ତ ଜୀବନ ଧାରଣ କରିପାରୁଛନ୍ତି । ଏପରି ସ୍ଥିତିରେ ବଡ ଚ୍ୟାଲେଞ୍ଜ ହେଉଛି, ୫୦ ବର୍ଷରେ ଅବସର ନେଲେ ବାକି ୩୦ ବର୍ଷ ସେମାନେ କ'ଣ କରିବେ ଏବଂ କେମିତି ନିଜ ଜୀବନ ଅତିବାହିତ କରିବେ ? ତେଣୁ ଅବସର ପରର ଜୀବନ ପାଇଁ ଚାକିରି ଅବଧିରେ ହିଁ ଏକ ମଜବୁତ ଯୋଜନା ପ୍ରସ୍ତୁତ କରିବା ଉଚିତ୍ ।

ଏହି ପ୍ରସଙ୍ଗରେ ଅନଲାଇନ ବ୍ରୋକରେଜ ପ୍ଲାଟଫର୍ମ ଜେରୋଧା(online brokerage platform Zerodha)ର ସଂସ୍ଥାପକ ତଥା ସିଇଓ ନୀତିନ କାମଥ ଟ୍ବିଟ୍ କରି ଜେନେରେସନ Z(Generation Z) ପାଇଁ କିଛି ପରାମର୍ଶ ଦେଇଛନ୍ତି । ୫୦ରୁ ୮୦ ବର୍ଷ ବୟସ ମଧ୍ୟରେ ସମସ୍ୟା ମୁକ୍ତ ସେବାନିବୃତ୍ତ( hassle-free retirement) ଜୀବନ ନିମନ୍ତେ କେମିତି ପୂର୍ବ ଯୋଜନା ପ୍ରସ୍ତୁତି କରିବା ଉଚିତ୍ ? ପୂର୍ବରୁ ଏଥିପାଇଁ ଲୋକମାନେ ଫିକ୍ସଡ ଆସେଟ ଏବଂ ଷ୍ଟକ ବଜାରରେ ଦୀର୍ଘକାଳୀନ ନିବେଶ କରୁଥିଲେ । ହେଲେ ଆଜିର ପିଢି ଏହି ନିବେଶ ପ୍ରତି ପ୍ରାଥମିକତା ଦେଉନଥିବା ଦେଖାଯାଉଛି ।

ନୀତିନ କାମଥ ଆହୁରିମଧ୍ୟ କହିଛନ୍ତି, ଜେନେରେସନ Z ସହ କୋଟିପତି ବ୍ୟକ୍ତିବିଶେଷ ମଧ୍ୟ ଏ ସମ୍ପର୍କରେ ଯଥେଷ୍ଟ ଧ୍ୟାନ ଦେଉନାହାନ୍ତି । ବୈଷୟିକ ଜ୍ଞାନକୌଶଳର ଅଗ୍ରଗତି ଯୋଗୁଁ ଅବସରର ସମୟ ଦୃତଗତିରେ ହ୍ରାସ ପାଉଛି ଏବଂ ଚିକିତ୍ସା ସୁବିଧାରେ ଉନ୍ନତି ଯୋଗୁଁ ଆୟୁ ବଢୁଛି । ଆଗାମୀ ୨୦ ବର୍ଷରେ ଅବସର ଆୟୁ ୬୦ ବର୍ଷ ଓ ଜୀବନ ପ୍ରତ୍ୟାଶା ୮୦ ବର୍ଷ ହୋଇଯିବ । ଏପରି ସ୍ଥିତିରେ ଆପଣ ବାକି ୩୦ ବର୍ଷ ପାଇଁ କେମିତି ଅର୍ଥ ସଂଗ୍ରହ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ ବିଶ୍ବାସ କରୁଛନ୍ତି ଯେ, ଯଦି ଆମେ ଉପରେ ଜଳବାୟୁ ପରିବର୍ତ୍ତନର ନକରାତ୍ମକ ପ୍ରଭାବ ନପଡେ, ତେବେ ୨୫ ବର୍ଷ ପରେ ଅନେକ ଦେଶ ସେବାନିବୃତ୍ତ ସଙ୍କଟର ସମ୍ମୁଖୀନ ହୋଇପାରନ୍ତି । ପୁରାତନ ପିଢି ଲମ୍ବା ଅବଧି ପାଇଁ ରିୟଲ ଇଷ୍ଟେଟ ଏବଂ ଇକ୍ବିଟି ବୁଲ୍ ମାର୍କେଟରେ ନିବେଶ କରି ଭାଗ୍ୟଶାଳୀ ରହୁଥିଲେ । ଯାହାକି ସେବାନିବୃତ୍ତ ଜୀବନ ଅତିବାହିତ ପାଇଁ ସହାୟକ ହେଉଥିଲା । ହେଲେ ଏବେ ତାହା ସମ୍ଭବ ନୁହେଁ । ଏଥିପାଇଁ ନୀତିନ କାମଥ କିଛି ପରମର୍ଶ ଦେଇଛନ୍ତି ।

ତାଙ୍କ ପରାମର୍ଶ ଅନୁସାରେ, ଆବଶ୍ୟକ ନଥିଲେ ଉଧାର କରନ୍ତୁ ନାହିଁ । ଉଧାର ନେଇ ଅଯାଥ ଜିନିଷ କ୍ରୟ କରନ୍ତୁ ନାହିଁ । ଏହା ପରିବର୍ତ୍ତେ ଆପଣ ସଞ୍ଚୟ ଉପରେ ଫୋକସ କରନ୍ତୁ । ଇଣ୍ଡେକ୍ସ/ଇଟିଏଫ ଏଫଡି କିମ୍ବା ଏସଆଇପିରେ ନିବେଶ କରିପାରିବେ । ଆପଣଙ୍କ ନିବେଶରେ ବିବିଧତା ରହିବା ଉଚିତ୍ । ବର୍ତ୍ତମାନ ସମୟରେ ବି ଷ୍ଟକ୍ ପ୍ରତି ଲୋକଙ୍କ ରୁଚି ରହିଛି । ଏହିସବୁ ନିବେଶ ଦୀର୍ଘକାଳରେ ମୁଦ୍ରାସ୍ଫୀତି ମୁକାବିଲାରେ ସହାୟକ ହୁଏ । ଏହାସହିତ ନିଜର ଏବଂ ନିଜ ପରିବାର ପାଇଁ ସ୍ବାସ୍ଥ୍ୟବୀମା ପଲିସି(health insurance policy) ନିଅନ୍ତୁ । ଏହାଦ୍ବାରା କେହି ଗୁରୁତର ରୋଗାଗ୍ରସ୍ତ ହେଲେ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡେନାହିଁ । ଚାକିରି ସବୁବେଳେ ରହେନାହିଁ ତେଣୁ ଏଥିପାଇଁ ବୀମା କରିବା ଜରୁରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.