ETV Bharat / business

ପେଟ୍ରୋଲ ମହଙ୍ଗା, ବଢିଲା ଡେଲିଭରୀ ପାର୍ଟନର୍ସ ଦରମା

author img

By

Published : Feb 26, 2021, 6:38 AM IST

ପେଟ୍ରୋଲ ମହଙ୍ଗା, ବଢାଗଲା  ଡେଲିଭରି ପାର୍ଟନର୍ସ ଦରମା
ପେଟ୍ରୋଲ ମହଙ୍ଗା, ବଢାଗଲା ଡେଲିଭରି ପାର୍ଟନର୍ସ ଦରମା

ପେଟ୍ରୋଲ ଓ ଡିଜେଲ ଦାମ ପ୍ରଭାବ ଜୋମୋଟା ଉପରେ ଦେଖିବାକୁ ମିଳିଛି । କମ୍ପାନୀ ଡେଲିଭରି ପାର୍ଟନର୍ସଙ୍କ ଦରମା ବୃଦ୍ଧି କରିବାକୁ କରିଛି ଘୋଷଣା । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦାମ ବଢିବା ପରେ ସାଧାରଣ ଜନତାଙ୍କ ସହ କମ୍ପାନୀଗୁଡିକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ ହେବାକୁ ପଡିଛି । ଲଗାତାର ପେଟ୍ରୋଲ ଓ ଡିଜେଲ ଦାମ ବଢୁଥିବାରୁ ଏବେ ଅଲନାଇନ ଫୁଡ ଡେଲିଭରି କମ୍ପାନୀ ଜୋମାଟୋ ପେ-ଷ୍ଟ୍ରକ୍ଟରକୁ ସଂଶୋଧନ କରିବାକୁ ଘୋଷଣା କରିଛି ।

ଉଚ୍ଚା ଇନ୍ଧନ ଦାମ ଯୋଗୁଁ କମ୍ପାନୀ ଡେଲିଭରି ପାର୍ଟନର୍ସକୁ ଅଧିକ ଦରମା ଦେବ । ପେଟ୍ରୋଲ ଦାମ ବଢୁଥିବାରୁ ସମଗ୍ର ଦେଶରେ ଡେଲିଭରି ପାର୍ଟନର୍ସଙ୍କ ଦ୍ବାରା ଦରମାରେ ବୃଦ୍ଧିକୁ ନେଇ ପ୍ରତିବାଦ କରିବା ପରେ କମ୍ପାନୀ ଏହି ନିଷ୍ପତ୍ତି ନେଇଛି । ଏଥିରେ କୁହାଯାଇଛି କି ଇନ୍ଧନ ଦାମ ସେମାନଙ୍କ ଆୟକୁ ପ୍ରଭାବିତ କରୁଛି ।

ଏଥିଯୋଗୁଁ କମ୍ପାନୀ ଗୁରୁବାର କହିଛି କି ସଂଶୋଧିତ ଦରମା ଷ୍ଟ୍ରକ୍ଚର ଦରମାର ଏକ ଆଡିସନାଲ କମ୍ପୋନେଟ ସାମିଲ ହେବ । ଯାହା ଇନ୍ଧନର ଦାମ ପରିବର୍ତ୍ତନକୁ ଦୃଷ୍ଟିରେ ରଖି କରାଯାଇଛି । ବର୍ତ୍ତମାନ ପାରିଶ୍ରମିକ ଉପରେ ଏହି ସଂରଚନା ପ୍ରୟୋଗ ହେବ । ଇନ୍ଧନ ମୂଲ୍ୟରେ ପରିବର୍ତ୍ତନକୁ ଆଧାର କରି ଏହାକୁ ଆଡଜଷ୍ଟ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.