ETV Bharat / business

ପିଏମସି ଗ୍ରାହକଙ୍କୁ ଆଶ୍ବସ୍ତି, 1 ଲକ୍ଷ ଯାଏଁ ବୃଦ୍ଧି ହେଲା ଉଠାଣ ସୀମା

author img

By

Published : Jun 20, 2020, 3:22 PM IST

PMC Bank Withdrawal limit
ପିଏମସି ଗ୍ରାହକଙ୍କୁ ଆଶ୍ବସ୍ତି, 1 ଲକ୍ଷ ପର୍ଯ୍ୟନ୍ତ ଉଠାଇପାରିବେ ଜମାକର୍ତ୍ତା

ପିଏମସି ଜମାକର୍ତ୍ତାଙ୍କୁ ଆଶ୍ବସ୍ତି । କୋରୋନା ସଙ୍କଟ ସମୟରେ ଜମାକର୍ତ୍ତାଙ୍କ ଅସୁବିଧାକୁ କମ କରିବା ପାଇଁ ଟଙ୍କା ଉଠାଣ ସୀମାକୁ 1 ଲକ୍ଷ କରିଛି ଆରବିଆଇ । ଅଧିକ ପଢନ୍ତୁ..

ମୁମ୍ବାଇ: ପିଏମସି ବ୍ୟାଙ୍କ ଗ୍ରାହକଙ୍କୁ ସାମନ୍ୟ ଆଶ୍ବସ୍ତି । ଶୁକ୍ରବାର ଆରବିଆଇ ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କର ଜମାକର୍ତ୍ତାଙ୍କ ପାଇଁ ଉଠାଣ ସୀମାକୁ 1 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି । ଏହା ପୂର୍ବରୁ 2019 ନଭେମ୍ବର 5ରେ ଉଠାଣ ସୀମା 50,000କୁ ବଢାଯାଇଥିଲା । ଅର୍ଥାତ ଜମାକର୍ତ୍ତା ଜରୁରୀକାଳୀନ ସ୍ଥିତିରେ 50 ହଜାର ଟଙ୍କା ଉଠାଇପାରିବେ ବୋଲି ଆରବିଆଇ ନିୟମ ଲାଗୁ କରିଥିଲା ।

ଆରବିଆଇ ଏକ ପ୍ରେସ ବିବୃତ୍ତିରେ କହିଛି ଯେ ବ୍ୟାଙ୍କର ଲିକ୍ୟୁଡିଟି ସ୍ଥିତିର ସମୀକ୍ଷା କରିବା ପରେ, ଜମାକର୍ତ୍ତାଙ୍କ ଦେୟ କ୍ଷମତା ଓ ବର୍ତ୍ତମାନର କୋଭିଡ-19 ପରିସ୍ଥିତିରେ ସେମାନଙ୍କ ଅସୁବିଧାକୁ କମ କରିବା ଉଦ୍ଦେଶ୍ୟରେ ଟଙ୍କା ଉଠାଣ ସୀମା 50 ହଜାରରୁ 1 ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।

ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଉପରୋକ୍ତ ରିହାତି ସହିତ ବ୍ୟାଙ୍କର 84% ରୁ ଅଧିକ ଜମାକାରୀ ସେମାନଙ୍କ ଆକାଉଣ୍ଟର ବାକି ବାଲାନ୍ସ ପ୍ରତ୍ୟାହାର କରିବାକୁ ସକ୍ଷମ ହେବେ । ତେବେ ରେଫରେନ୍ସ ଅଧୀନରେ ଥିବା ଅନ୍ୟ ସମସ୍ତ ନିୟମ ଏବଂ ସର୍ତ୍ତଗୁଡିକ ଅପରିବର୍ତ୍ତିତ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.