ETV Bharat / bharat

G20 Meet: ସେପ୍ଟେମ୍ବର 7ରୁ 4 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବାଇଡେନ

author img

By ETV Bharat Odisha Team

Published : Aug 22, 2023, 10:58 PM IST

ଜି20 ସମ୍ମିଳନୀ ପାଇଁ ସେପ୍ଟେମ୍ବର 7 ତାରିଖରୁ 4 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନ । ଦିଲ୍ଲୀରେ 8 ତାରିଖରୁ 3 ଦିନ ଛୁଟି । ଅଧିକ ପଢନ୍ତୁ

G20 meet: ସେପ୍ଟେମ୍ବର 7 ରୁ 3 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବାଇଡେନ
G20 meet: ସେପ୍ଟେମ୍ବର 7 ରୁ 3 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବାଇଡେନ

ନୂଆଦିଲ୍ଲୀ: ଭାରତ ଅଧ୍ୟକ୍ଷତାରେ ଜାରି ରହିଥିବା ଜି20 ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଆସନ୍ତାମାସ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନ । ବାଇଡେନ ଆସନ୍ତାମାସ (ସେପ୍ଟେମ୍ବର)7 ତାରିଖରୁ 10 ପର୍ଯ୍ୟନ୍ତ 4ଦିନିଆ ଭାରତ ଗସ୍ତରେ ଆସିବା ନେଇ ଆମେରିକା ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସ ପକ୍ଷରୁ ସ୍ପଷ୍ଟ କରଯାଇଛି । ହ୍ବାଇଟ ହାଉସର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେ.କେ ସୁଲିଭାନ ଆଜି (ମଙ୍ଗଳବାର) ରାଷ୍ଟ୍ରପତି ବାଇଡେନଙ୍କ ଭାରତ ଗସ୍ତ ସମ୍ପର୍କରେ ଘୋଷଣା କରିଛନ୍ତି ।

ସୁଲିଭାନ୍ କହିଛନ୍ତି, ବାଇଡେନ ଭାରତ ଗସ୍ତ ସମୟରେ ଏକାଧିକ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ । ହେଲେ ବାଇଡେନଙ୍କ କାର୍ଯ୍ୟକ୍ରମର ଶବିଶେଷ କାର୍ଯ୍ୟସୂଚୀ ସମ୍ପର୍କରେ ସେ କିଛି କହିନାହାନ୍ତି । ସେହିପରି 2026 ରେ ଆମେରିକା ଜି-20 ଶିଖର ସମ୍ମିଳନୀ ଆୟୋଜନ ଭାର ଗ୍ରହଣ କରିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି । ସୁଲିବାନ୍ ଆହୁରି ମଧ୍ୟ କହିଛନ୍ତି, ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ସେପ୍ଟେମ୍ବରରେ ଇଣ୍ଡୋନେସିଆରେ ହେବାକୁ ଥିବା ASEAN ଶିଖର ସମ୍ମିଳନୀରେ ପୃଥକ ଭାବରେ ଯୋଗଦେବେ । ଜି20 ଶିଖର ସମ୍ମିଳନୀରେ ବାଇଡେନ ଡେଭଲପମେଣ୍ଟ ବ୍ୟାଙ୍କଗୁଡିକର ଆଧୁନିକୀକରଣ ଉପରେ ଗୁରୁତ୍ବ ଦେବେ । ପୂର୍ବରୁ ସେ ନିଜେ ଭାରତ ଗସ୍ତରେ ଆସିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ବାଇଡେନଙ୍କ ବାର୍ତ୍ତା ମଧ୍ୟ ଆଣିଥିଲେ ।

ଅନ୍ୟପଟେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି (ମଙ୍ଗଳବାର) ରାଜଧାନୀ ଦିଲ୍ଲୀରେ ଜି20 ଶିଖର ସମ୍ମିଳନୀର କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର 8 ରୁ 10 ପର୍ଯ୍ୟନ୍ତ ସାଧାରଣ ଛୁଟି ଘୋଷଣା କରିବାକୁ କେନ୍ଦ୍ର ସରକାରକୁ ଏକ ପ୍ରସ୍ତାବ ଦେଇଥିଲେ । ଏହାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମୋଦନ କରାଯାଇଥିବା ମଧ୍ୟ ସୂତ୍ରରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ:-ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଇଡେନଙ୍କ ନିମନ୍ତ୍ରଣକ୍ରମେ ଆମେରିକା ଗସ୍ତ କରିଥିଲେ । ସେ ହ୍ବାଇଟ ହାଉସରେ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ହେବା ସହ ନୈଶ୍ୟଭୋଜିରେ ମଧ୍ୟ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ବାଇଡେନ ଦମ୍ପତି ହ୍ବାଇଟ ହାଉସରେ ଏହି ଭବ୍ୟ ନୈଶ୍ୟଭୋଜିର ଆୟୋଜନ କରିଥିଲେ । ପରେ ପ୍ରଧାନମନ୍ତ୍ରୀ ଆମେରିକା କଂଗ୍ରେସ (ସଂସଦର) ମିଳିତ ଅଧିବେଶନକୁ ମଧ୍ୟ ସମ୍ବୋଧିତ କରିଥିଲେ । ଏବେ ଭାରତ ଅଧ୍ୟକ୍ଷତାରେ ବର୍ଷେବ୍ୟାପି ଜାରି ରହିଥିବା ଜି20 ଶିଖର ସମ୍ମିଳନୀର ଅନ୍ତିମ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ବାଇଡେନ ଦୀର୍ଘ 4 ଦିନିଆ ଗସ୍ତରେ ଭାରତ ଆସୁଛନ୍ତି । ଏହି ସମ୍ମିଳନୀର ଶେଷ କାର୍ଯ୍ୟକ୍ରମରେ ଜି20 ସମ୍ମିଳନୀର ସଦସ୍ୟ ରାଷ୍ଟ୍ରମୁଖ୍ୟମାନେ ମଧ୍ୟ ଅଂଶଗ୍ରହଣ କରିବେ । ତେଣୁ ଦିଲ୍ଲୀରେ ଏକାଧିକ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟଙ୍କୁ ଦେଖିବାକୁ ମିଳିବ ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.