ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା

author img

By

Published : Jun 13, 2023, 11:01 PM IST

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ୍ । ମୋଦିଙ୍କୁ ଆମେରିକା ଗସ୍ତରେ ରାଷ୍ଟ୍ରପତି ବାଇଡେନ ଉତ୍ସାହୀ ଥିବା କଲେ ଅବଗତ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା
ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା

ନୂଆଦିଲ୍ଲୀ: ଭାରତ ଗସ୍ତରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେ.କେ ସଲିଭାନ୍ ଆଜି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସହ ସାକ୍ଷାତ କରିଛନ୍ତି । ସଲିଭାନ୍ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକା ଗସ୍ତରେ ସ୍ବାଗତ କରିବାକୁ ବେଶ ଉତ୍ସାହୀ ଅଛନ୍ତି । ଉଭୟଙ୍କ ମଧ୍ୟରେ ଆଜି ସାକ୍ଷାତକାର ହେବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସବିଜ୍ଞପ୍ତି ଜାରି କରି ଏହି ସୂଚନା ପ୍ରଦାନ କରାଯାଇଛି ।

ଭାରତ ଏବଂ ଆମେରିକା ମଧ୍ୟରେ ବିସ୍ତୃତ ଗ୍ଲୋବାଲ୍ ରଣନୈତିକ ସମ୍ପର୍କରେ ସୁଦୃଢତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ଆମେରିକା ଗସ୍ତ କରିବା ପାଇଁ ଅପେକ୍ଷା କରିଛନ୍ତି । ଏହି ଗସ୍ତ ଫଳପ୍ରଦ ମଧ୍ୟ ହେବାକୁ ଯାଉଛି । ଭାରତ-ଆମେରିକା ପାରସ୍ପରିକ ସ୍ୱାର୍ଥର ଦ୍ୱିପାକ୍ଷିକ, ଆଞ୍ଚଳିକ ତଥା ବିଶ୍ବସ୍ତରୀୟ ପ୍ରସଙ୍ଗରେ ରାଷ୍ଟ୍ରପତି ବିଡେନଙ୍କ ସହ ଆଲୋଚନା କରିବେ । ଏହା ଭାରତ ଆମେରିକା ରଣନୈତିକ ସମ୍ପର୍କକୁ ଆହୁରି ସୁଦୃଢ କରିବା ନେଇ ସେ ଆଶାବାଦୀ ଥିବା ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଛନ୍ତି ।

ଚଳିତ 22 ତାରିଖରେ ରାଷ୍ଟ୍ରପତି ବାଇଡେନଙ୍କ ନମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ କରୁଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ମାନାର୍ଥେ ହ୍ବାଇଟ ହାଉସରେ ନୈଶ୍ୟଭୋଜି ଆୟୋଜନ କରିବେ । ଏନେଇ ହ୍ବାଇଟ ହାଉସ ପକ୍ଷରୁ ଘୋଷଣା ମଧ୍ୟ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଆମେରିକା ଏବଂ ଭାରତ ମଧ୍ୟରେ ଗଭୀର ତଥା ଘନିଷ୍ଠ ଦ୍ବିପାକ୍ଷିକ ସହଭାଗିତାକୁ ଆହୁରି ଦୃଢ କରିବ ବୋଲି ହ୍ବାଇଟ ହାଉସ ଆଶା ପ୍ରକଟ କରିଛି । ଏହି ଗସ୍ତରେ ଆମେରିକା କଂଗ୍ରେସ (ସଂସଦ)ର ମିଳିତ ସଭାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ ମଧ୍ୟ କରିବେ । ଏହି ନିମନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ଆମେରିକା କଂଗ୍ରେସକୁ ଧନ୍ୟବାଦ ମଧ୍ୟ ଦେଇସାରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ହ୍ବାଇଟ ହାଉସରେ ରାଷ୍ଟ୍ରପତି ଜୋ ବାଇଡେନ ଏକ ନୈଷ୍ୟ ଭୋଜିରେ ସାମିଲ ହେବା ସହ ଆମେରିକା କଂଗ୍ରେସକୁ ସମ୍ବୋଧନ କରିବ । ଏହା ଛଡା ସେ ବିଭିନ୍ନ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି । ସେ ଔପଚାରିକ କାର୍ଯ୍ୟକ୍ରମ ପରେ ସେଠାରେ ଥିବା ପ୍ରବାସୀ ଭାରତୀୟଙ୍କ ଦ୍ବାରା ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ ହୋଇ ସମ୍ବୋଧିତ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.