ETV Bharat / bharat

UPSC Result: ବାପା ଠେଲାରେ ଖାଇବା ବିକନ୍ତି, ଝିଅ IAS

author img

By

Published : Jun 3, 2022, 8:30 AM IST

ଦ୍ବିତୀୟ ପ୍ରୟାସରେ ଦିପେଶଙ୍କୁ ମିଳିଲା 93ତମ ସ୍ଥାନ
ଦ୍ବିତୀୟ ପ୍ରୟାସରେ ଦିପେଶଙ୍କୁ ମିଳିଲା 93ତମ ସ୍ଥାନ

ୟୁପିଏସସି 2021ର ଫଳ ପ୍ରକାଶ ପାଇଛି । ପ୍ରକାଶିତ ଫଳରେ ଅଧିକ ଝିଅ ବାଜି ମାରିଛନ୍ତି । ଏଥିରେ ଅନେକ ଉଦାହରଣୀୟ ସଫଳତା ରହିଛି । ସେମିତି ସଫଳତାର କାହାଣୀ ହେଉଛି ରାଜସ୍ଥାନ ଭରତପୁରର ଦିପେଶ କୁମାରୀଙ୍କ କାହାଣୀ । ଅଧିକ ପଢନ୍ତୁ

ଜୟପୁର: ୟୁପିଏସସି 2021ର ଫଳ ପ୍ରକାଶ ପାଇଛି । ପ୍ରକାଶିତ ଫଳରେ ଅଧିକ ଝିଅ ବାଜି ମାରିଛନ୍ତି । ଏଥିରେ ଅନେକ ଉଦାହରଣୀୟ ସଫଳତା ରହିଛି । ସେମିତି ସଫଳତାର କାହାଣୀ ହେଉଛି ରାଜସ୍ଥାନ ଭରତପୁରର ଦିପେଶ କୁମାରୀଙ୍କ କାହାଣୀ । ଦିପେଶ ସିଭିଲ ସର୍ଭିସ ପରୀକ୍ଷାରେ 93ତମ ସ୍ଥାନ ହାସଲ କରିଛନ୍ତି । ତାଙ୍କ ବାପା ଗୋବିନ୍ଦ ଠେଲାରେ ଖାଇବା ବିକ୍ରି କରିନ୍ତି । ସେଥିରୁ ଯାହା ରୋଜଗାର ହୁଏ ପରିବାର ଚଳେ । ଏମିତି ପରିସ୍ଥିତିରେ ବି ଆଇଏଏସ ଅଫିସର ହୋଇଛନ୍ତି ଦିପେଶ କୁମାରୀ ।

ବାପା ଠେଲାରେ ଖାଇବା ବିକନ୍ତି, ଝିଅ IAS
ବାପା ଠେଲାରେ ଖାଇବା ବିକନ୍ତି, ଝିଅ IAS

ଦିପେଶ କୁମାରୀଙ୍କର ଦୁଇ ଭାଇ ଓ ଆଉ ଜଣେ ଭଉଣୀ ଅଛନ୍ତି । ମାଆ ବାପା ଓ ଭାଉ ଭଉଣୀଙ୍କ ନେଇ ତାଙ୍କ ପରିବାର । ଏବେ ପରିବାରରେ ଖାଲି ଖୁସି ଆଉ ଖୁସି । ଗୋବିନ୍ଦଙ୍କ ଝିଅ ଏବେ ଅଫିସର ହୋଇଯିବେ । ଦିପେଶ କୁମାରୀ ଘରର ବଡ । ସେ ପିଲାବେଳୁ ପାଠପଢାରେ ଅଧିକ ସମୟ ଦେଉଥିଲେ । ଭରତପୁର ସହରର ଶିଶୁ ଆଦର୍ଶ ବିଦ୍ୟାଳୟରେ ସେ ଦଶମ ଯାଏଁ ପଢିଥିଲେ । ଦଶମରେ 98 ପ୍ରତିଶତ ମାର୍କ ରଖିଥିଲେ । ଯୁକ୍ତଦୁଇରେ 89 ପ୍ରତିଶତ ମାର୍କ ରଖିବା ପରେ ୟୁପିଏସସି (UPSC Result 2021) ପାଇଁ ପ୍ରସ୍ତୁତ ହୋଇଥିଲେ । ପ୍ରଥମ ପ୍ରୟାସରେ ସଫଳ ହୋଇ ନଥିଲେ ମାତ୍ର ଦ୍ବିତୀୟ ପ୍ରୟାସରେ ସଫଳ ହୋଇ 93ତମ ସ୍ଥାନରେ ରହିଛନ୍ତି ଦିପେଶ ।

ଦିପେଶଙ୍କ ସଫଳତାରେ ବାପାଙ୍କ ତ୍ୟାଗ...

ଦିପେଶଙ୍କ ବାପା ଗୋବିନ୍ଦ ତଗ ସହରର ଯେଉଁ ଘରେ ରହୁଛନ୍ତି ତାହା ବହୁତ ଛୋଟ । ଘରେ ଗୋଟିଏ ରୁମ ଓ ରୋଷେଇ ଘର ଅଛି । ସେହି ରୋଷେଇ ଘରେ ପ୍ରତିଦିନ ଖାଇବା ବନାଇ ଠେଲା ଗାଡିରେ ବିକ୍ରି କରନ୍ତି ଗୋବିନ୍ଦ । ସେଥିରୁ ଯାହା ମିଳେ ପରିବାର ଚଳେ ଆଉ ପିଲାଙ୍କ ପାଠପଢାରେ ଲାଗେ । ଯେତେ କଷ୍ଟ ହେଲେ ବି ପିଲାଙ୍କୁ ମଣିଷ କରିବାକୁ ସବୁ ସହି ଯାଆନ୍ତି ଗୋବିନ୍ଦ । କଥାରେ ଅଛି ନା କାମ ପ୍ରତି ଇମାନଦାରର ପ୍ରତିବିମ୍ବ ଜୀବନରେ ଦେଖାଯାଏ । ବାପାଙ୍କ ଦୁଃଖକୁ ହୃଦୟଙ୍ଗମ କରିଥିଲେ ଝିଅ ଦିପେଶ । ବାପାଙ୍କୁ ହାଲୁକା କରିବା ପାଇଁ ଆଇଆଇଟି ପରେ ଏକ କମ୍ପାନୀରେ କାମ କରୁଥିଲେ । ଏହା ପରେ ୟୁପିଏସସି ପ୍ରସ୍ତୁତି କରିଥିଲେ ସେଥିପାଇଁ ସେ ଚାକିରି ଛାଡିିଥିଲେ । କଠିନ ପରିଶ୍ରମ ବଳରେ ଏହି ସଫଳତା ହାସଲ କରିଛନ୍ତି ଦିପେଶ କୁମାରୀ ।

ଗୋବିନ୍ଦଙ୍କ ସାନ ଝିଅ ମମତେଶ କୁମାରୀ ଅଗ୍ରୱାଲ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାର ଜଣେ ଡାକ୍ତର, ପୁଅ ସୁମିତ ଅଗ୍ରୱାଲ ମହାରାଷ୍ଟ୍ରରେ ଏମବିବିଏସ ପଢୁଛନ୍ତି, ଅମିତ ଅଗ୍ରୱାଲ ଗୁଆହାଟୀରୁ ଦ୍ବିତୀୟ ବର୍ଷ ଏମବିବିଏସ ଛାତ୍ର । ସାନପୁଅ ନନ୍ଦକିଶୋର ଦ୍ବାଦଶ ପାସ୍ କରିଛନ୍ତି । ତାଙ୍କ ଜୀବନର ସଂଘର୍ଷ ବିଷୟରେ ଗୋବିନ୍ଦ କହିଛନ୍ତି ଯେ ଜୀବନରେ ସୁଖ ଏବଂ ଦୁଃଖ ଚାଲିଥାଏ। ମଣିଷ କଠିନ ପରିଶ୍ରମରୁ ମୁହଁ ଫେରାଇବା ଉଚିତ୍ ନୁହେଁ ଏବଂ ସେ ଏହି ମନ୍ତ୍ରକୁ ନିଜ ପିଲାମାନଙ୍କୁ ଦିଅନ୍ତି । ସବୁଠୁ ବଡ କଥା ହେଲା ଝିଅ ଆଇଏଏସ ଅଫିସର ହୋଇଗଲେ ହେଲେ ଗୋବିନ୍ଦ ତାଙ୍କ କର୍ତ୍ତବ୍ୟ ବନ୍ଦ କରି ନାହାନ୍ତି । ଫଳ ବାହାରିବା ପରେ ବି ସବୁଦିନ ପରି ଠେଲା ଧରି ବାହାରି ପଡିଥିଲେ କର୍ମପଥରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.